ଝାରସୁଗୁଡା,୧୭/୦୨ : ନିଜ ବିବାହର ନିମନ୍ତ୍ରଣ କାର୍ଡ ଦେଇ ଭାଇ ସହ ଫେରିବା ବେଳେ ଅଘଟଣ। ଭାରସାମ୍ୟ ହରାଇ ଗଛରେ ପିଟି ହେଲା ବାଇକ୍ । ଫଳରେ ଯୁବତୀଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ଭାଇ ଗୁରୁତର ଆହତ ହୋଇଛନ୍ତି। ଝାରସୁଗୁଡା ଜିଲ୍ଲା ଗାନ୍ଧୀଛକ ଫାଣ୍ଡି ଅନ୍ତର୍ଗତ ଘୁଷୁରାମୁଣ୍ଡା ଗ୍ରାମ ନିକଟରେ ଏହି ଘଟଣା ଘଟିଛି ।  

ଆହୁରି ପଢନ୍ତୁ- ମାଟ୍ରିକ୍ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ ବିଳମ୍ବ ହେଲେ ମିଳିବ ଅଧିକ ୧୫ ମିନିଟ୍, ସାଢେ ୯ଟା ଯାଏଁ ଅନୁମତି​​​​​​​

ମୃତ ଯୁବତୀ ଜଣକ ସୁନ୍ଦରଗଡ଼ ଜିଲ୍ଲାର ହିରାବତୀ ରୋହିଦାସ ହୋଇଥିବା ବେଳେ ତାଙ୍କ ଭାଇ ନିରଞ୍ଜନ ରୋହିଦାସ ବୋଲି ଜଣାପଡିଛି ।ନିରଞ୍ଜନଙ୍କୁ ପ୍ରଥମେ ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ସେଠାରୁ ବୁର୍ଲା ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ହୀରାବତିଙ୍କ ଆସନ୍ତା ମାର୍ଚ୍ଚ ୧ ତାରିଖରେ ବାହାଘର ଥିବାବେଳେ ସେ ତାଙ୍କ ଭାଇ ସହ ନିମନ୍ତ୍ରଣ କାର୍ଡ ଦେବା ପାଇଁ ଗତକାଲି ଝାରସୁଗୁଡା ଯାଇଥିଲେ।  ଆଜି ଘରକୁ ଫେରିଲା ସମୟରେ ଭାରସାମ୍ୟ ହରାଇ ବାଇକଟି ରାସ୍ତାକଡ଼ରେ ଥିବା ଏକ ଗଛରେ ପିଟି ହୋଇ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । ଫଳରେ ହୀରାବତିଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା ।