ପୁରୀ, ୨୦/୧୧: ପୁରୀ ଜିଲ୍ଲା ଚନ୍ଦନପୁରରେ ସଶସ୍ତ୍ର ଲୁଟେରା ଆତଙ୍କ। ବନ୍ଧୁକ ଦେଖାଇ ଲୁଟିନେଲେ ୪ କୋଟିରୁ ଅଧିକ ଟଙ୍କାର ଅଳଙ୍କାର । ପ୍ରସିଦ୍ଧ ରାଧାକାନ୍ତ ଜୁଏଲାରୀ ମାଲିକଙ୍କ ଠାରୁ ଲୁଟ୍ ହୋଇଛି । ୩ ଜଣ ଯୁବକ ବାଇକରେ ଆସି ବନ୍ଧୁକ ଦେଖାଇ ଗହଣା ଦୋକାନ ମାଲିକଙ୍କ ଠାରୁ ସୁନା, ରୂପା ଅଳଙ୍କାର ସହ ନଗଦ ୫୦ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି । ପୁଲିସ ଘଟଣାସ୍ଥଳରେ ପହଞ୍ଚି ସିସିଟିଭି ଯାଞ୍ଚ କରୁଛି ।