ପ୍ରମୂଖ ଖବର
  • ସୁନ୍ଦରଗଡ଼ : ବ୍ରାହ୍ମଣୀ ନଦୀରେ ବୁଡ଼ି ନାବାଳକ ନିଖୋଜ, ସର୍ଚ୍ଚ ଅପରେସନ୍‌ ଜାରି
  • ||
  • ଇଂଲଣ୍ଡ ଗସ୍ତ ପୂର୍ବରୁ ଭାରତକୁ ଲାଗିପାରେ ବଡ଼ ଝଟକା; ସାମି-ବୁମରାଙ୍କ ଖେଳିବାକୁ ନେଇ ସନ୍ଦେହ
  • ||
  • ସମ୍ୱଲପୁର : କଫ୍‌ ସିରପ୍‌ ଭର୍ତ୍ତି ବକ୍ସ ଚୋରି କରିବା ପଡ଼ିଲା ମହଙ୍ଗା, ସମ୍ବଲପୁର ଟାଉନ୍ ଥାନା ଏଏସ୍‌ଆଇ ନିଲମ୍ବିତ
  • ||
  • ରେକର୍ଡ ଭାଙ୍ଗିଲା ଶ୍ରୀନଗର ତାତି ; ୫୪ ବର୍ଷ ପରେ ୩୪ ଡିଗ୍ରୀ ପାର୍‌, ୧୩୩ ବର୍ଷ ପରେ ଜଳିଲା ମେ'
  • ||
  • ଭୁବନେଶ୍ୱର : ବିଦେଶରେ ଚାକିରି ଲୋଭ ଦେଖାଇ କୋଟି କୋଟି ଟଙ୍କା ଠକେଇ, ଅଭିଯୁକ୍ତ ଗିରଫ
  • ||
  • ମେ ୨୭ ନୁହେଁ, ୨୬ରେ ସାବିତ୍ରୀ ଛୁଟି ଘୋଷଣା କଲେ ସରକାର, ୨୭ରେ ଖୋଲା ରହିବ ସରକାରୀ ଅଫିସ୍
  • ||
  • ବିଳିବିଳଉଛି ପାକିସ୍ତାନ; 'ପାଣି ବନ୍ଦ କଲେ ଆମେ ତୁମ ନିଶ୍ୱାସ ବନ୍ଦ କରିଦେବୁ', ପୁରୁଣା ଡଇଲଗ ଦୋହରାଇଲେ ପାକ୍‌ ଜେନେରାଲ
  • ||
  • ସମ୍ବଲପୁର: ମାଲଖାନାରୁ କଫ୍‌ ସିରପ୍ ଚୋରି କରିଟାଉନ୍‌ ଥାନାରେ କାର୍ଯ୍ୟରତ ASI ବିଦ୍ୟୁତ୍ ପଣ୍ଡା ନିଲମ୍ବିତ
  • ||
  • ଭିଜିଲାନ୍ସ ଜାଲରେ R&B ଡିଭିଜନ୍‌ର କନିଷ୍ଠ ଯନ୍ତ୍ରୀ ସୁଶାନ୍ତ ସେଠୀ, ଏକକାଳୀନ ୮ ଟି ସ୍ଥାନରେ ଭିଜିଲାନ୍ସ ଟିମ୍‌ର ଚଢ଼ାଉ
  • ||
  • ୨୭ ଯାଏ ଘୁଞ୍ଚିଲା ସ୍ପେସାଲ୍‌ ଓଟିଇଟି ଆବେଦନ, ଫର୍ମ ପୂରଣର ଅବଧିକୁ ବଢ଼ାଇଲା ବୋର୍ଡ
  • ||
  • କେନ୍ଦୁଝର : ବେଆଇନ ବାଲି ଚୋରା ଚାଲାଣ ବେଳେ ୩ ହାଇୱା ଜବତ, ୬ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଜରିମାନା ଆଦାୟ
  • ||
  • ଏବେ ୭୮୮ ଭାରତୀୟ ଛାତ୍ରଙ୍କର କଣ ହେବ ? ହାର୍ଭାର୍ଡରେ ବିଦେଶୀ ଛାତ୍ରଙ୍କ ନାମଲେଖା ଉପରେ ରୋକ୍ ଲଗାଇଲେ ଟ୍ରମ୍ପ
  • ||
  • ବାଂଲାଦେଶରେ କିଛି ଠିକ୍ ନାହିଁ ; ବିପଦରେ ୟୁନୁସଙ୍କ ଗାଦି, ସେନାମୁଖ୍ୟ ଦେଲେ ଅଲଟିମେଟ୍
  • ||
  • ନେପାଳରେ ଭୂକମ୍ପ ଝଟକା,ରିକ୍ଟର ସ୍କେଲରେ ତୀବ୍ରତା ୪.୭ ରେକର୍ଡ
  • ||
  • ରାଜ୍ୟ ସରକାରଙ୍କ ବର୍ଷ ପୂର୍ତ୍ତି : ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଚର୍ଚ୍ଚା, ୬ ମନ୍ତ୍ରୀ ପଦ ପାଇଁ ଆଶାୟୀଙ୍କ ଲବି ଭୁବନେଶ୍ୱରରୁ ଦିଲ୍ଲୀ
  • ||
  • ସୁବର୍ଣ୍ଣପୁର : ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଲା ବାଜା ଗାଡ଼ି: ୨ ମୃତ, ୨୫ ଆହତ
  • ||
  • ଦେଶ ସମ୍ଭାଳିପାରୁ ନାହାନ୍ତି ବାଂଲାଦେଶ ଅନ୍ତରୀଣ ସରକାର ମହମ୍ମଦ ୟୁନୁସ, ଇସ୍ତଫା ଦେବାକୁ ବଳାଇଲେ ମନ
  • ||
  • ରାଜ୍ୟରେ ବଦଳିଲା ପାଗର ମିଜାଜ୍, ଖସିଲା ତାତି : ଏ ମାସ ଶେଷ ସୁଦ୍ଧା ମୌସୁମୀ, ୨୭ରେ ଲଘୁଚାପ ସମ୍ଭାବନା
  • ||

ସୈନ୍ଧବ ଲବଣ, ପେଶାୱାରୀ ଚପଲ, ଲାହୋର କୁର୍ତ୍ତା...ପାକିସ୍ତାନରୁ କ’ଣ କ’ଣ ସାମଗ୍ରୀ ଆସୁଥିଲା ଭାରତ ?

Published By : Tapas Panda | May 3, 2025 4:44 PM

Image Courtesy: tv9hindi

ନୂଆଦିଲ୍ଲୀ: ଆତଙ୍କବାଦର ଆଶ୍ରୟସ୍ଥଳ ପାକିସ୍ତାନକୁ ପୁଣି ଥରେ ଶିକ୍ଷା ଦେବା ପାଇଁ ଭାରତ ଏକ ବଡ଼ ନିଷ୍ପତ୍ତି ନେଇଛି। ଭାରତ ସରକାର ପାକିସ୍ତାନରୁ ଯେକୌଣସି ପ୍ରକାରର ସାମଗ୍ରୀର ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଆମଦାନୀକୁ ତୁରନ୍ତ ପ୍ରଭାବରୁ ନିଷିଦ୍ଧ କରିଛନ୍ତି। ବାଣିଜ୍ୟ ମନ୍ତ୍ରଣାଳୟ ଦ୍ୱାରା ମେ ୨ ତାରିଖରେ ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ, ଜାତୀୟ ସୁରକ୍ଷା ଏବଂ ସାର୍ବଜନୀନ ନୀତିର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ଏହି ପ୍ରତିବନ୍ଧକ ପରେ ପାକିସ୍ତାନରୁ ଆସୁଥିବା ଯେକୌଣସି ଉତ୍ପାଦର ଆମଦାନୀ ଉପରେ ରୋକ ଲାଗିବ । ଏପରି ପରିସ୍ଥିତିରେ, ଆସନ୍ତୁ ଜାଣିବା ପାକିସ୍ତାନରୁ ଭାରତକୁ କେଉଁ ସାମଗ୍ରୀ ଆସୁଥିଲା ?

ସୈନ୍ଧବ ଲଣ (ହିମାଳୟାନ୍‌ ରକ୍ ସଲ୍ଟ)

ଭାରତରେ ମୁଖ୍ୟତଃ ଉପବାସ ସମୟରେ ଏବଂ ଆୟୁର୍ବେଦି ଚିକିତ୍ସା ଉଦ୍ଦେଶ୍ୟରେ ବ୍ୟବହୃତ ଏହି ଲୁଣ ପ୍ରକୃତରେ ପାକିସ୍ତାନର ଖେୱରା ଖଣିରୁ ଆସିଥାଏ। ଏହାକୁ ହିମାଳୟାନ ରକ୍ ସଲ୍ଟ ଭାବରେ ମଧ୍ୟ ଜଣାଶୁଣା। ଏହା ସବୁଠାରୁ ପ୍ରମୁଖ ପାକିସ୍ତାନୀ ଉତ୍ପାଦ ମଧ୍ୟରୁ ଅନ୍ୟତମ। ଯାହା ଭାରତକୁ ବିପୁଳ ପରିମାଣରେ ଆମଦାନୀ କରାଯାଉଥିଲା ।

ଡ୍ରାଏ ଫ୍ରୁଟ୍ସ

ପାକିସ୍ତାନର ବେଲୁଚିସ୍ତାନ ଏବଂ ପେଶାୱର ଅଞ୍ଚଳରୁ ଭାରତକୁ ବାଦାମ, ଅଖରୋଟ, କିସମିସ୍ ଏବଂ ଅଞ୍ଜିର ଭଳି ଡ୍ରାଏ ଫ୍ରୁଟ୍ସ ଭାରତ ଆସୁଥିଲା । ଶରୀରକୁ ସୁସ୍ଥ ରଖିବା ଲାଗି ଆଜିକାଲି ଡ୍ରାଏ ଫ୍ରୁଟ୍ସର ଚାହିଦା ଅଧିକ । ଭାରତରେ ଡ୍ରାଏ ଫ୍ରୁଟ୍ସ ଖାଉଥିବା ଲୋକଙ୍କ ସଂଖ୍ୟା ମଧ୍ୟ କିଛି କମ ନାହିଁ । ବିଶେଷକରି ପର୍ବପର୍ବାଣୀ ଏବଂ ଶୀତ ଋତୁରେ ଏହାର ଚାହିଦା ଆହୁରି ବୃଦ୍ଧି ପାଇଥାଏ ।

ପେଶାୱାରୀ ଚପଲ

ପାରମ୍ପରିକ ଡିଜାଇନ୍ ପାଇଁ ପ୍ରସିଦ୍ଧ ପେଶାୱାରୀ ଚପଲ ଉତ୍ତର ଭାରତର ଅନେକ ରାଜ୍ୟରେ ବେଶ୍ ଲୋକପ୍ରିୟ । ଏହା ବିଶେଷକରି ପୁରୁଷମାନଙ୍କ ପାରମ୍ପରିକ କଷ୍ଟ୍ୟୁମର ଏକ ଅଂଶ ହୋଇଯାଇଛି।

ଲାହୋରୀ କୁର୍ତ୍ତା

ଲାହୋରର କୁର୍ତ୍ତା, ସାଲୱାର-ସୁଟ୍ ଏବଂ ଅନ୍ୟାନ୍ୟ ପୋଷାକ ଭାରତରେ ଲୋକପ୍ରିୟତା ପାଇଥିଲା । ଅନେକ ଫ୍ୟାଶନ୍ ବ୍ରାଣ୍ଡ ଏହି କୁର୍ତ୍ତାକୁ ସ୍ୱତନ୍ତ୍ର ଡିଜାଇନ୍ ଭାବରେ ପ୍ରଚାର କରୁଥିଲେ ଏବଂ ଭଲ ଲାଭ କରୁଥିଲେ । କିନ୍ତୁ ଏବେ ଏହି କୁର୍ତ୍ତା ଆଉ ପାକିସ୍ତାନରୁ ଆସିବ ନାହିଁ ।

କପା

ଭାରତ ପାକିସ୍ତାନରୁ କପା, ଜୈବିକ ରାସାୟନିକ ପଦାର୍ଥ, ମିଠା ଉତ୍ପାଦ ଏବଂ ଚଷମାରେ ବ୍ୟବହୃତ ଅପ୍ଟିକଲ୍ସ ମଧ୍ୟ ଆମଦାନୀ କରୁଥିଲା । ଏହା ବ୍ୟତୀତ ଭାରତ ପାକିସ୍ତାନରୁ ଇସ୍ପାତ ଏବଂ ସିମେଣ୍ଟ ମଧ୍ୟ ଆମଦାନୀ କରୁଥିଲା ।

ଭାରତ ସରକାରଙ୍କ ଏହି ନିଷ୍ପତ୍ତି ପରେ ପାକିସ୍ତାନରୁ ଆସୁଥିବା ଉତ୍ପାଦ ଉପରେ ସମ୍ପୂର୍ଣ୍ଣ ରୋକ ଲାଗିଛି । ଏବେ ଭାରତ ସରକାରଙ୍କ କଠୋର ନିଷ୍ପତ୍ତି ପରେ ପାକିସ୍ତାନୀ ଜାହାଜଗୁଡ଼ିକ ଭାରତୀୟ ବନ୍ଦରଗୁଡ଼ିକରେ ଅଟକିବେ ନାହିଁ।  ଏହା କେବଳ ପାକିସ୍ତାନର ଅର୍ଥନୀତିକୁ ଝଟକା ଦେବ ନାହିଁ ବରଂ ଭାରତୀୟ ବଜାରରେ କିଛି ପ୍ରକାରର ଉତ୍ପାଦର ଉପଲବ୍ଧତାକୁ ମଧ୍ୟ ପ୍ରଭାବିତ କରିପାରେ । ଭାରତ ପୂର୍ବରୁ ଆତ୍ମନିର୍ଭରତା ଆଡକୁ ଦ୍ରୁତ ଗତିରେ ଆଗକୁ ବଢ଼ୁଛି। ଏସବୁ ଯୋଗାଣର ବିକଳ୍ପ ଖୁବ୍ ଶୀଘ୍ର ବଜାରରେ ଉପଲବ୍ଧ ହୋଇପାରେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.