ମୁମ୍ବାଇ,୨୭/୩ : IPL ୨୦୨୬ର ପ୍ରଥମ ମ୍ୟାଚ ୨୮ମାର୍ଚ୍ଚ ଶନିବାର ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯିବ । ଏହି ମ୍ୟାଚ୍ ବେଙ୍ଗାଲୁରୁର ଏମ ଚିନ୍ନାସ୍ବାମୀ ଷ୍ଟାଡିୟମରେ ହେବ । କିନ୍ତୁ ଏହି ମ୍ୟାଚ୍ ପୂର୍ବରୁ ବେଙ୍ଗାଲୁରୁକୁ ଜୋଶ ହ୍ୟାଜଲବୁଡ଼ ପାଇଁ ଲାଗିଛି ଏକ ବଡ଼ ଝଟକା । ବେଙ୍ଗାଲୁରୁର ମୁଖ୍ୟ କୋଚ୍ ଏଣ୍ଡି ଫ୍ଲାଓ୍ବାର ପ୍ରି ମ୍ୟାଚ୍ ପ୍ରେସ କନଫ୍ରେନ୍ସରେ ଅଷ୍ଟ୍ରେଲିଆର ଦ୍ରୁତ ବୋଲର ହ୍ୟାଜଲବୁଡ଼କୁ ନେଇ କହିଛନ୍ତି ।

ଏଣ୍ଡି ଫ୍ଲାଓ୍ବାର କହିଛନ୍ତି କି ହ୍ୟାଜଲବୁଡ଼ ଆସନ୍ତାକାଲି ମ୍ୟାଚ୍ ଲାଗି ପ୍ରସ୍ତୁତ ନାହାନ୍ତି । ଆମେ ତାଙ୍କ ଫିଟନେସକୁ ନେଇ ନଜର ରଖିଛୁ । ଏହାସହ ଆମେ ଆଇପିଏଲରେ ତାଙ୍କର ପ୍ରଥମ ମ୍ୟାଚ ତରଫରୁ ଉତ୍ସାହ ସହ ଦେଖୁଛୁ । ପ୍ରକାଶ ଯେ, ହ୍ୟାଜଲବୁଡ଼ ବିନା ଟିମର ବୋଲିଂ ଆଟାକ୍ ବହୁ କମଜୋର ନଜର ଆସିପାରେ । ହ୍ୟାଜଲବୁଡ଼ ଟିମର ମୁଖ୍ୟ ଦ୍ରୁତ ବୋଲରଙ୍କ ମଧ୍ୟରୁ ଜଣେ । ସେ ଗତ ସିଜନରେ ଟିମକୁ ତାଜ ଜିତାଇବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇଥିଲେ ।