ପ୍ରମୂଖ ଖବର
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ଜୟଶଙ୍କର ସେନା- ଦକ୍ଷ କୂଟନୀତିକୁ ଦେଲେ କ୍ରେଡିଟ୍ : କହିଲେ , କେମିତି ହେଲା ଏଲ୍ଏସିରେ ଭାରତ-ଚୀନ ମଧ୍ୟରେ ବୁଝାମଣା

Published By : Prameya | October 26, 2024 10:18 PM

ପୁନେ – ବିଦେଶ ମନ୍ତ୍ରୀ ଏସ୍‌.ଜୟଶଙ୍କର ଭାରତ ଓ ଚୀନ୍‌ ମଧ୍ୟରେ ବାସ୍ତବିକ ନିୟନ୍ତ୍ରଣ ରେଖା ( ଏଲଏସି)ରେ ପାଟ୍ରୋଲିଂ (ଗସ୍ତ)କୁ ନେଇ ହୋଇଥିବା ବୁଝାମଣାର ଶ୍ରେୟ ଭାରତୀୟ ସେନା ଓ କୂଟନୀତିକୁ ଦେଇଛନ୍ତି। ପୂର୍ବ ଲଦ୍ଦାଖରେ ଦେପସାଙ୍ଗ ଓ ଡେମଚୋକ୍ କ୍ଷେତ୍ରରେ ଉଭୟ ଦେଶର ସେନାଙ୍କ ମଧ୍ୟରେ ଶୁକ୍ରବାର ଡିସଏଙ୍ଗେଜମେଣ୍ଟ (ସେନା ଫେରସ୍ତ)ର ପ୍ରକ୍ରିୟା ଆରମ୍ଭ ହୋଇଛି, ଯାହା ୨୯ ଅକ୍ଟୋବର ସୁଦ୍ଧା ଶେଷ ହୋଇଯିବ। ଏହାପରେ ୩୦-୩୧ ଅକ୍ଟୋବରରୁ ପୁଣି ଗସ୍ତ ଆରମ୍ଭ କରାଯିବ।

ପୁଣେରେ ଛାତ୍ରଛାତ୍ରୀଙ୍କୁ ସମ୍ୱୋଧିତ କରିବା ବେଳେ ଜୟଶଙ୍କର କହିଛନ୍ତି, ଏହି ସମ୍ୱନ୍ଧ ସାଧାରଣ ହେବାରେ ଏବେ ସମୟ ଲାଗିବ,କାରଣ ବିଶ୍ୱାସ ଓ ସହଯୋଗକୁ ଆଉଥରେ ସ୍ଥାପିତ କରିବା ଦୀର୍ଘ ପ୍ରକ୍ରିୟା। ବିଦେଶ ମନ୍ତ୍ରୀ କହିଛନ୍ତି ଯେ, ନିକଟରେ ରୁଷ୍‌ର କଜାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଚାଇନା ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କ ମଧ୍ୟରେ ହୋଇଥିବା ଦ୍ୱିପାକ୍ଷୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ଯେ, ଉଭୟ ଦେଶର ବିଦେଶ ମନ୍ତ୍ରୀ ଓ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ବୈଠକ କରିବେ ଏବଂ ଆଗାମୀ ରଣନୀତି ଉପରେ ବିଚାର କରିବେ। 

ଜୟଶଙ୍କର କହିଛନ୍ତି, ଯଦି ଆଜି ଆମେ ଏହି ସଫଳତାରେ ପହଞ୍ଚିଛେ, ଯେଉଁଠି ଆମେ ଅଛେ…ତ ଏହାର ଏକ କାରଣ ଏହା କି, ଆମେ ନିଜ ମାଟିରେ ତିଷ୍ଠି ରହିବା ଏବଂ ନିଜର କଥା ରଖିବାକୁ ବହୁତ ଦୃଢ ପ୍ରୟାସ କରିଛୁ। ସେନା ଦେଶର ସୁରକ୍ଷା ପାଇଁ ବହୁତ ଅକଳ୍ପନୀୟ ପରିସ୍ଥିତିରେ (ଏଲଏସି ରେ) ଉପସ୍ଥିତି ଥିଲା ଏବଂ ସେନା ନିଜର କାମ କଲା ଓ କୂଟନୀତି ନିଜର କାମ କଲା। ସେ ଏହା ମଧ୍ୟ କହିଛନ୍ତି ଯେ, ଭାରତ ଏବେ ଗତ ଏକ ଦଶକ ତୁଳନାରେ ୫ଗୁଣା ଅଧିକ ଉତ୍ସ (ରିସୋର୍ସ) ଲଗାଉଛି, ଯେଉଁଥିରେ ସେନାକୁ ପ୍ରଭାବୀ ଢଙ୍ଗରେ ମୁତୟନ କରାଯାଇ ପାରିବ।

ଜୟ ଶଙ୍କର କହିଛନ୍ତି, ୨୦୨୦ରୁ ହିଁ ସୀମାରେ ସ୍ଥିତି ଅସ୍ଥିର ଥିଲା , ଯାହାକି ଦୁଇ ଦେଶର ସମ୍ୱନ୍ଧରେ ପ୍ରତିକୂଳ ପ୍ରଭାବ ପକାଉ ଥିଲା। ସେବେ ଠାରୁ ଭାରତ ଓ ଚୀନ ମଧ୍ୟରେ ବିଭିନ୍ନ ସ୍ତରରେ କଥାବାର୍ତ୍ତା ହୋଇଛି, ଏହାକି ଉତ୍ସକୁ ବାହାର କରାଯାଇ ପାରିବ। ଜୟଶଙ୍କର କହିଛନ୍ତି ବର୍ତ୍ତମାନ ସମୟରେ ସବୁଠୁ ଗୁରୁତ୍ତ୍ୱପୂର୍ଣ୍ଣ ମାମଲା ଡିସଏଙ୍ଗେଜମେଣ୍ଟର ଥିଲା , କାରଣ ଦୁଇ ସେନା ମଧ୍ୟରେ ଥିବା ଦୂରତା ଖୁବ୍‌ କମ୍‌ ଥିଲା ଏବଂ କୌଣସି ବି ଘଟଣାର ସମ୍ଭାବନା ଲାଗ ରହିଥିଲା। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.