ପ୍ରମୂଖ ଖବର
  • IAS ବିଷ୍ଣୁପଦ ସେଠୀଙ୍କ ବଢ଼ିଲା ଅଡ଼ୁଆ, ହାଇକୋର୍ଟ କରିଥିବା ଆବେଦନ ଖାରଜ, ୧୦ ହଜାର ଲାଞ୍ଚ ମାମଲାରେ ହୋଇପାରନ୍ତି ଗିରଫ
  • ||
  • ଚିକିତ୍ସା ପାଇଁ ମୁମ୍ୱାଇ ଗଲେ ବିଜେଡି ସୁପ୍ରିମୋ ନବୀନ, ପୂଜାର୍ଚ୍ଚନା କରି ଏୟାରପୋର୍ଟରେ ବିଦାୟ ଦେଲେ କର୍ମୀ
  • ||
  • ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ଏକାଧିକ ଠିକଣାରେ ଦ୍ୱିତୀୟ ଦିନରେ ରେଡ୍, ଛାନ୍‌ଭିନ୍‌ କରୁଛି ଆୟକର ବିଭାଗ
  • ||
  • ଭୟଙ୍କର ଦୁର୍ଘଟଣା: କାର୍‌କୁ ପିଟିଲା ଟ୍ରକ, ୯ ମୃତ
  • ||
  • ଗୋପାଳପୁର ବେଳାଭୂମିରେ ଗଣଦୁଷ୍କର୍ମ ମାମଲା: ଆଜି, କାଲି ଟିଆଇ ପରେଡ୍‌ କରିବ କ୍ରାଇମ୍‌ବ୍ରାଞ୍ଚ୍‌
  • ||
  • ଘୁଞ୍ଚିଲା ଶୁଭାଂଶୁ ଶୁକ୍ଳାଙ୍କ ମହାକାଶ ଯାତ୍ରା, ଷଷ୍ଠ ଥର ପାଇଁ ଆକ୍ସିଓମ୍‌-୪ ମିଶନ୍‌ ଲଞ୍ଚିଂ ସ୍ଥଗିତ
  • ||
  • ଅନବସର ସେବା: ଆଜି ଚକା ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି, ବଡ଼ଦେଉଳରେ ଦଶମୂଳ ପହଞ୍ଚିବ ମହୌଷଧ
  • ||
  • କେନ୍ଦୁଝର : ଗ୍ୟାସ୍ ସିଲିଣ୍ଡରରୁ ଲାଗିଲା ନିଆଁ, ବାପ ପୁଅ ଗୁରୁତର
  • ||
  • ଆଫଗାନିସ୍ତାନରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୪.୬ ରେକର୍ଡ
  • ||
  • ଲିଡ୍ସରେ ଇଣ୍ଡିଆ-ଇଂଲଣ୍ଡ ପ୍ରଥମ ଟେଷ୍ଟ ମ୍ୟାଚ୍‌: ଧ୍ୱଂସ ହେବ ବାଜ ବଲ୍‌ର ବିଜୟ, ପଦାର୍ପଣ କରିପାରନ୍ତି ସୁଦର୍ଶନ
  • ||
  • ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ସରକାର ବର୍ଷ ପୂର୍ତ୍ତିରେ ବିଶାଳ ସମାବେଶରେ ଯୋଗଦେବେ
  • ||
  • ଗିଲ୍‌-ଗମ୍ଭୀର ଯୁଗ ଆରମ୍ଭ, ଆଜିଠୁ ଲିଡ୍ସ ଲଢେଇ, ଖେଳାଯିବ ଇଣ୍ଡିଆ-ଇଂଲଣ୍ଡ ପ୍ରଥମ ଟେଷ୍ଟ
  • ||
  • ୨୭ରେ ପୁଣି ଲଘୁଚାପ ସମ୍ଭାବନା, ୨୬ରୁ ୨ ତାରିଖ ଯାଏ ରାଜ୍ୟର ବିସ୍ତୃତ ଅଞ୍ଚଳରେ ଅଧିକ ବର୍ଷିବା ନେଇ ଆକଳନ
  • ||

ସାଲେପାଲି ଗ୍ରାଫାଇଟ ମାଇନିଙ୍ଗ ବ୍ଲକ ଖଣି ଖନନ ପ୍ରସଙ୍ଗ ; ଆନ୍ଦୋଳନ ପାଇଁ ଗାଁ ଗାଁ ଡାକବାଜି ଯନ୍ତ୍ର ମାଧ୍ୟମରେ ପ୍ରଚାର ଆରମ୍ଭ

Published By : Gurupada Nath | June 20, 2025 5:02 PM

ପାଟଣାଗଡ, ୨୦/୬ : ପାଟଣାଗଡ ବ୍ଲକ ଅର୍ନ୍ତଗତ ସାଲେପାଲି ମାଇନିଙ୍ଗ ବ୍ଳକ ଖଣି ଖନନକୁ ବିରୋଧ କରି ଜନମ ମାଏଟ ବଚାଓ ସଂଘର୍ଷ ସମିତି ପକ୍ଷରୁ ଆସନ୍ତା ୨୩ ରେ ଆନ୍ଦୋଳନ ପାଇଁ ଗାଁ ଗାଁରେ ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ବିକ୍ଷୋଭ ପ୍ରଦର୍ଶନ ସହ ଉପଜିଲ୍ଲାପାଳଙ୍କ ଅଫିସ୍ ଘେରାଉ ପାଇଁ ସଜବାଜ ହେବାକୁ ସଂଘର କର୍ମକର୍ତ୍ତାମାନେ ଗାଁ ଗାଁରେ ଲୋକଙ୍କୁ ସଚେତନ ହେବାପାଇଁ ପ୍ରଚାର ଆରମ୍ଭ କରିଛନ୍ତି । 

ପ୍ରକାଶ ଯେ, କେନ୍ଦ୍ର ସରକାର ତାମିଲନାଡୁ ରାଜ୍ୟର ଭିନାମିର ରିଶୋର୍ଷ ନାମକ ଏକ ଘରୋଇ କମ୍ପାନିକୁ ଉକ୍ତ ଖଣି ନିଲାମରେ ଦେଇଛନ୍ତି । ଜନ ସାଧାରଣଙ୍କ ସହମତି, ଜନଶୁଣାଣୀ କିମ୍ବା ଗାଁ ଗାଁରେ ପଲ୍ଲୀସଭା ନକରି କମ୍ପାନୀକୁ ଉକ୍ତ ଖଣି ଟେକିଦେବାକୁ   ସଂଘର୍ଷ ସମିତି ବିରୋଧ କରିଛି  । ଏଠାରେ ଖଣି ଖନନ ହେଲେ ଲୋକେ ଭିଟାମାଟି ଛାଡ଼ିବାକୁ ବାଧ୍ୟ ହେବେ ଏବଂ ଦୁର୍ଦ୍ଦଶା ଭୋଗିବେ । ଏପରିକି ପରିବେଶ ଦୁସିତ ହେବାସହ ଜଳସ୍ତର ହ୍ରାସ ପାଇଁବ, ଜଙ୍ଗଲ ଧ୍ୱଂସ ହେବ । ସମୟାନୁକ୍ରମେ ଲୋକେ ବିଭିନ୍ନ ରୋଗ ଯନ୍ତ୍ରଣା ଭୋଗିବେ । ଲୋକଙ୍କ ବିନା ସହମତିରେ ନିଲାମ ପ୍ରକିୟା କେତେଦୂର ଯୁକ୍ତିଯୁକ୍ତ ବୋଲି ସଂଘର୍ଷ ସମିତି ସରକାରଙ୍କୁ ପ୍ରଶ୍ନ କରିଛିନ୍ତି । ଆଗାମୀ ଦିନରେ ଏହି ଖଣି ଖନନ ପ୍ରକିୟା ପ୍ରସଙ୍ଗକୁ ସରକାର ବନ୍ଦନ କଲେ ଏଥିପାଇଁ ଜାହାବି ଅଘଟଣ ଘଟିଲେ ସରକାର ହିଁ ଦାୟୀ ରହିବେ ବୋଲି ଜନମ ମାଏଟ ସଂଘର୍ଷ ସମିତିର ଆବାହକ ମଣ୍ଡଲିର ସଦସ୍ୟ ଗିରିରାଜ ଭୋଇ ଚେତାବନୀ ଦେଇଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.