ପ୍ରମୂଖ ଖବର
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

RBI ୨୬ତମ ଗଭର୍ଣ୍ଣର ଭାବେ ଦାୟିତ୍ବ ନେଲେ ସଞ୍ଜୟ ମଲହୋତ୍ରା

Published By : Ankita S | December 11, 2024 12:14 PM

ନୂଆଦିଲ୍ଲୀ,୧୧/୧୨: ଭାରତୀୟ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ନୂଆ ଗଭର୍ଣ୍ଣର ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ସଞ୍ଜୟ ମଲହୋତ୍ରା । ଆରବିଆର ୨୬ତମ ଗଭର୍ଣ୍ଣର ହୋଇଛନ୍ତି ସଞ୍ଜୟ ମଲହୋତ୍ରା । ରାଜସ୍ବ ସଚିବରୁ ଆରବିଆଇର ଗଭର୍ଣ୍ଣର ହୋଇଛନ୍ତି ସେ । ଆସନ୍ତା ୩ ବର୍ଷ ପାଇଁ ଦାୟିତ୍ବ ଗ୍ରହଣ କରିଛନ୍ତି ସଞ୍ଜୟ ମଲହୋତ୍ରା ।

ଗତ ଡିସେମ୍ବର ୯ ତାରିଖରେ ସଞ୍ଜୟ ମଲହୋତ୍ରଙ୍କୁ ଆରବିଆଇ ଗଭର୍ଣ୍ଣର ଭାବେ ନାମ ଘୋଷଣା କରିଥିଲେ କେନ୍ଦ୍ର ସରକାର । ଦୀଘ ୬ ବର୍ଷ ପରେ ଶକ୍ତିକାନ୍ତଙ୍କ ପରେ ସଞ୍ଜୟ ମଲହୋତ୍ରା ଆରବିଆଇ ଗଭର୍ଣ୍ଣର ଭାବେ ଦାୟିତ୍ବ ନେଇଛନ୍ତି । ୬ ବର୍ଷ ଧରି ସର୍ବୋଚ୍ଚ ବ୍ୟାଙ୍କର ମୁଖ୍ୟ ପଦ ସମ୍ଭାଳିଥିବା ଶକ୍ତିକାନ୍ତ ଦାସଙ୍କ ସ୍ଥାନରେ ଦାୟିତ୍ବ ଭାର ଗ୍ରହଣ କରିଛନ୍ତି ସଞ୍ଜୟ ମଲହୋତ୍ରା ।

ଗତ ଡିସେମ୍ବର ୧୦ ତାରିଖ ଶକ୍ତିକାନ୍ତଙ୍କ କାର୍ଯ୍ୟକାଳର ଶେଷ ହୋଇଥିଲା । ନିବନିଯୁକ୍ତ ଗଭର୍ଣ୍ଣର ସଞ୍ଜୟ ମଲହୋତ୍ରା ଏଭଳିସମୟରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି ଯେବେ କେନ୍ଦ୍ରୀୟ ବ୍ୟାଙ୍କ ଆହ୍ବାନମୂଳକ ପରିସ୍ଥିତିର ସାମ୍ନା କରୁଛି । ଆରବିଆଇ ଆଗରେ ସୁଧ ହାର ହ୍ରାସ ନେଇ ଚାପ ରହିଛି । ଅନ୍ୟ ପକ୍ଷେ ଦରଦାମ ବୃଦ୍ଧି ଚାପ ରହିଛି । ଏହି ସବୁ ସଞ୍ଜୟଙ୍କ ଆଗରେ ଚ୍ୟାଲେଞ୍ଜ ହେବ। ୧୯୯୦ ବ୍ୟାଚ ରାଜସ୍ଥାନ କ୍ୟାଡେର ଆଇଆଇଏସ ଅଧିକାରୀ ସଞ୍ଜୟ ମଲହୋତ୍ରା ଆଇଆଇଟି କାନପୁରରୁ କମ୍ପ୍ୟୁଟର ସାଇନ୍ସରେ ଇଞ୍ଜିନିୟରିଂ କରିଥିଲେ । ସେ ଶକ୍ତି , ଅର୍ଥ , ଆଇଟି,  ଟିକସ, ମାଇନ୍ସ ବିଭାଗରେ କାର୍ଯ୍ୟ କରିଛନ୍ତି । ତାଙ୍କର ୩୩ ବର୍ଷର ଅଭିଜ୍ଞତା ରହିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.