ନୂଆଦିଲ୍ଲୀ,୦୭/୦୫: ଭାରତ ମାତା କି ଜୟ । ବନ୍ଦେ ମାତରମ୍ । ଜୟ ହିନ୍ଦ । ଆଜି ଆଖିରୁ ଖୁସିର ଲୁହ ଝରୁଛି । ଯେବେ 'ଅପରେସନ୍ ସିନ୍ଦୂର'ର ନାମ ଶୁଣିଲି ଭେ ଭୋ ହୋଇ କାନ୍ଦିଥିଲି । ମିଶନ ନାଁ ମୋତେ କନ୍ଦାଇ ଦେଇଛି ।  ପହଲଗାମ ଆତଙ୍କୀ ଆକ୍ରମଣରେ ମୃତ ସମସ୍ତଙ୍କୁ ଏହା ପ୍ରକୃତ ଶ୍ରଦ୍ଧାଞ୍ଜଳି । ଅପରେସନ୍ ସିନ୍ଦୂରରେ ପହଲଗାମ ପ୍ରତିଶୋଧ ପରେ କିଛି ଏମିତି କହିଛନ୍ତି ଆତଙ୍କୀ ଆକ୍ରମଣରେ ମୃତ ସନ୍ତୋଷ ଜଗଦଲଙ୍କ ଝିଅ ଅଶ୍ୱଭାରି ।

ଲୁହ ଲହୁର ହିସାବ ନେଇଛି ଭାରତୀୟ ସେନା । ସିନ୍ଦୂରର ହିସାବ ନେଇଛି 'ଅପେରସନ ସିନ୍ଦୂର' । ପାକିସ୍ତାନ ଉପରେ ଭାରତ କରିଛି ଆକ୍ରମଣ । ପହଲଗାମ୍ ଗଣହତ୍ୟାର ବଦଲା ନେଇ ପାକିସ୍ତାନର ୯ଟି ସ୍ଥାନରେ ପ୍ରଚଣ୍ଡ ମିସାଇଲ ମାଡ଼ । ଥରି ଉଠିଛି ପାକ୍‌ ଅଧିକୃତ କାଶ୍ମୀର ଏବଂ ପାକିସ୍ତାନର କେତେକ ଅଞ୍ଚଳ । ୨୫ ମିନିଟରେ ୯ ଆତଙ୍କୀ ଆଡ୍ଡା ଉପରେ ଆକ୍ରମଣ କରିଥିଲା । ହାମର ବୋମା ଓ ସ୍କ୍ରାଲ୍ପ ମିସାଇଲ ପକାଇ ଆତଙ୍କୀ ଆଡ୍ଡାକୁ ଛାରଖାର କରିଛି ଭାରତ । ଏହା ପରେ ମୃତ ସନ୍ତୋଷ ଜଗଦଲଙ୍କ ଝିଅ ଅଶ୍ୱଭାରି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି,  'ଅପରେସନ୍ ସିନ୍ଦୂର'ର ନାମ ଶୁଣିଲି ଭୋ ଭୋ ହୋଇ କାନ୍ଦିଥିଲି । ପହଲଗାମ ଆତଙ୍କୀ ଆକ୍ରମଣରେ ମୃତ ସମସ୍ତଙ୍କୁ ଏହା ପ୍ରକୃତ ଶ୍ରଦ୍ଧାଞ୍ଜଳି । ଆତଙ୍କୀ ଆକ୍ରମଣରେ ମୃତ ସବୁ ସ୍ୱାମୀଙ୍କୁ ସମ୍ମାନ ଦେବାକୁ  ମିଶନ୍‌ର ନାମ ରଖାଯାଇଛି 'ଅପରେସନ୍ ସିନ୍ଦୂର' ।

ଅଧିକ ପଢନ୍ତୁ...Operation Sindoor: ଭାରତର ଏୟାରଷ୍ଟ୍ରାଇକ୍‌ରେ କୁଖ୍ୟାତ ଆତଙ୍କବାଦୀ ମାସୁଦ ଅଜହର୍‌ର ପରିବାର ନିପାତ, ୧୦ ସଦସ୍ୟଙ୍କ ମୃତ୍ୟୁ

ପହଲଗାମ ଆତଙ୍କୀ ଆକ୍ରମଣରେ ମୃତ ସନ୍ତୋଷ ଜଗଦଲଙ୍କ ପତ୍ନୀ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାକିସ୍ତାନକୁ ଦେଖାଇ ଦେଇଛନ୍ତି କି ଆମେ ଚୁପ୍ ବସିବା ଲୋକ ନୁହେଁ । ଆମ ଉପରେ ସେମାନେ ଆଟାକ୍ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ଏହି 'ଅପରେସନ୍ ସିନ୍ଦୂର' ଆତଙ୍କବାଦ ଶେଷ କରିବ ।''