ପ୍ରମୂଖ ଖବର
  • ଯାଜପୁର : ନଦୀରେ ଗାଧୋଇବାକୁ ଯାଇ ନିଖୋଜ ହୋଇଥିଲେ ବୃଦ୍ଧ, ମତ୍ସ୍ୟଜୀବୀଙ୍କ ଜାଲରୁ ମୃତଦେହ ଉଦ୍ଧାର
  • ||
  • କଟକ : ବୋଲେରୋ ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଓ ଝିଅ ଗୁରୁତର
  • ||
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ହଜ ପୂର୍ବରୁ ସାଉଦି ଆରବ ଲଗାଇଲା କଟକଣା, ଭାରତ ସହ ୧୪ ଦେଶର ଭିସା ଉପରେ ଲଗାଇଲା ରୋକ

Published By : Harapriya Biswal | April 7, 2025 5:45 PM

ନୂଆଦିଲ୍ଲୀ,୭।୪: ଭାରତ ସମେତ ୧୪ଟି ଦେଶ ପାଇଁ ସାଉଦି ଆରବରୁ ଆସିଲା ବଡ଼ ଖବର। ଏହି ଦେଶର ଲୋକଙ୍କୁ ଉମରାହ, ବିଜନେସ୍ ଏବଂ ଫ୍ୟାମିଲି ଭିଜିଟ ଭିସା ଉପରେ ଲଗାଇଲା ଅସ୍ଥାୟୀ କଟକଣା। ୨୦୨୫ ଜୁନ୍ ମଧ୍ୟଭାଗ ପର୍ଯ୍ୟନ୍ତ ଅର୍ଥାତ୍ ହଜ୍ ସିଜିନ୍ ପର୍ଯ୍ୟନ୍ତ ଏହି କଟକଣା ଲାଗୁ ରହିବ। ରିପୋର୍ଟରେ କୁହାଯାଇଛି ଯେ ହଜ୍ ସମୟରେ ଲୋକଙ୍କ ସୁରକ୍ଷା ଏବଂ ଅତ୍ୟଧିକ ଭିଡ଼କୁ ଧ୍ୟାନରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ସାଉଦି ଆରବ ଅନିର୍ଦ୍ଦିଷ୍ଟ କାଳ ପାଇଁ ଏକ ବର୍ଷର ମଲ୍ଟିପଲ୍ ଭିସାକୁ ଅନିଶ୍ଚିତ କାଳ ପାଇଁ ସସପେଣ୍ଡ କରିବା ଓ ଏହି ୧୪ ଦେଶର ଯାତ୍ରାକୁ ଫେବୃଆରୀ ୨୦୨୫ ପର୍ଯ୍ୟନ୍ତ ୩୦ ଦିନ ପାଇଁ ଭ୍ୟାଲିଡ୍‌ ସିଙ୍ଗିଲ ଏଣ୍ଟ୍ରି ଭିସା ପର୍ଯ୍ୟନ୍ତ ସୀମିତ କରିବା ପରେ ଆସିଛି। 

ସାଉଦି କର୍ତ୍ତୃପକ୍ଷ ଉମରାହ ଭିସା ଜାରି କରିବାର ଅନ୍ତିମ ତିଥି ୧୩ ଅପ୍ରେଲ ୨୦୨୫ ପର୍ଯ୍ୟନ୍ତ ଧାର୍ଯ୍ୟ କରିଚନ୍ତି। ଅର୍ଥାତ ୧୩ ଅପ୍ରେଲ ପର୍ଯ୍ୟନ୍ତ ହଜ୍ ଯାଉଥିବା ଲୋକଙ୍କ ରେଜିଷ୍ଟେ୍ରସନ୍ କରୁଥିବା ଲୋକଙ୍କୁ  ସୁଯୋଗ ଦିଆଯାଇଛି। ଏହାପରେ ହଜ୍ ଯାତ୍ରା ଶେଷ ହେବା ପର୍ଯ୍ୟନ୍ତ ଏହି ୧୪ ଦେଶର ନାଗରିକଙ୍କୁ ଏଭଳି କୌଣସି ନୂଆ ଭିସା ଦିଆଯିବନି। ଏହି ଭିସା ନିଲମ୍ବନ ଦ୍ୱାରା ମୋଟ ୧୪ଟି ଦେଶ ପ୍ରଭାବିତ ହୋଇଛନ୍ତି, ଯେଉଁଥିରେ ଆଲଜେରିଆ, ଇଜିପ୍ଟ, ବାଂଲାଦେଶ, ଇଥିଓପିଆ, ଇଣ୍ଡୋନେସିଆ, ଇରାକ, ଭାରତ, ଜୋର୍ଡାନ, ମରକ୍କୋ, ନାଇଜେରିଆ, ପାକିସ୍ତାନ, ସୁଡାନ, ଟ୍ୟୁନିସିଆ ଏବଂ ୟେମେନ ଅନ୍ତର୍ଭୁକ୍ତ। 

ରିପୋର୍ଟରେ ଆହୁରି କୁହାଯାଇଛି ଯେ ଭାରତ ସମେତ ଏହି ତାଲିକାଭୁକ୍ତ ଦେଶଗୁଡ଼ିକର କିଛି ଲୋକ ଉମରାହ କିମ୍ବା ଭିଜିଟ୍ ଭିସାରେ ସାଉଦି ଆରବରେ ପହଞ୍ଚିଛନ୍ତି। ସରକାରୀ ଚ୍ୟାନେଲ ମାଧ୍ୟମରେ ପଞ୍ଜୀକରଣ ନକରି ହଜ୍ କରିବା ପାଇଁ ନିର୍ଦ୍ଧାରିତ ସମୟ ଅତିକ୍ରମ କରୁଛନ୍ତି, ଯାହା କାରଣରୁ ସାଉଦି ଆରବ ଏହି ନିଷ୍ପତ୍ତି ନେଇଛି। ସାଉଦି ଆରବ କର୍ତ୍ତୃପକ୍ଷ ଏପରି ଲୋକଙ୍କୁ ଚେତାବନୀ ମଧ୍ୟ ଦେଇଛନ୍ତି ଯେ ଯେଉଁମାନେ ଅନୁମତି ବିନା ହଜ୍ କରନ୍ତି କିମ୍ବା ଅନୁମତି ପ୍ରାପ୍ତ ସମୟଠାରୁ ଅଧିକ ସମୟ ପାଇଁ ହଜ୍ କରନ୍ତି, ସେମାନଙ୍କୁ ୫ ବର୍ଷ ପର୍ଯ୍ୟନ୍ତ ନିଷେଧ କରାଯାଇପାରେ। ଉଲ୍ଲେଖନୀୟ ଯେ,ସାଉଦି ଆରବ ୨୦୨୪ ମସିହାରେ ହଜ୍ ସମୟରେ ୧୨୦୦ ରୁ ଅଧିକ ଲୋକଙ୍କ ମୃତ୍ୟୁ ପାଇଁ ଅଣପଞ୍ଜିକୃତ ଲୋକଙ୍କ ଭିଡ଼ ଏବଂ ପ୍ରଚଣ୍ଡ ଗରମକୁ ଦାୟୀ କରିଥିଲା। କୁହାଯାଇଥିଲା ଯେ ଏହି ଅଣପଞ୍ଜିକୃତ ତୀର୍ଥଯାତ୍ରୀମାନେ ପ୍ରାୟତଃ ରହିବା, ପରିବହନ ଏବଂ ସ୍ୱାସ୍ଥ୍ୟସେବା ଭଳି ଅତ୍ୟାବଶ୍ୟକୀୟ ସୁବିଧା ପାଇ ନାହାଁନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.