ପ୍ରମୂଖ ଖବର
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ମେଡିକାଲ ଆଡମିଶନ୍‌ରେ ମିଳିବନି ମୂଳ ବାସିନ୍ଦାଙ୍କୁ ସଂରକ୍ଷଣ, ସୁପ୍ରିମକୋର୍ଟ ଦେଲେ ବଡ଼ ରାୟ

Published By : Anindita Ratha | January 29, 2025 3:55 PM

ନୂଆଦିଲ୍ଲୀ,୨୯।୧: ସାରା ଦେଶରେ ମେଡିକାଲ କଲେଜରେ ଆଡମିଶନକୁ ନେଇ ଜାରି ସଂରକ୍ଷଣ ବ୍ୟବସ୍ଥା ଉପରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ। ସର୍ବୋଚ୍ଚ   ଅଦାଲତ ନିଜ ରାୟରେ କହିଛନ୍ତି, ମେଡିକାଲ କଲେଜରେ ପୋଷ୍ଟଗ୍ରାଜୁଏଟ୍‌ କୋର୍ସ ପାଇଁ ମୂଳବାସିନ୍ଦା ଆଧାରରେ ମିଳିବନି ସଂରକ୍ଷଣ ରାୟ। କୋର୍ଟ ଏହାକୁ ଅଣ ସମ୍ବିଧାନିକ ବୋଲି କହିଛନ୍ତି।

ମୂଳବାସିନ୍ଦା ଆଧାରରେ ମିଳିବନି ସଂରକ୍ଷଣ। ମେଡିକାଲ କଲେଜରେ ପୋଷ୍ଟ ଗ୍ରାଜୁଏସନ୍ କୋର୍ସ ପାଇଁ ମିଳିବନି ଏଭଳି ସୁବିଧା। ଏନେଇ ରାୟ ଦେଇଛନ୍ତି ଦେଶର ସର୍ବୋଚ୍ଚ ଅଦାଲତ। ଏହା ସହ ଏଭଳି କରି ଅଣସମ୍ବିଧାନିକ ବୋଲି କହିଛନ୍ତି ସୁପ୍ରିମକୋର୍ଟ। ଏହା ଦ୍ବାରା ସମ୍ବିଧାନର ଧାରା ୧୪ ର ଉଲଂଘନ କରି କହିଛନ୍ତି, ଏହାକୁ ଲାଗୁ କରିହେବନି। ସୁପ୍ରିମକୋର୍ଟଙ୍କ ତିନି ଜଣିଆ ଖଣ୍ଡପୀଠରେ ଜଷ୍ଟିସ୍ ଋଷିକେଶ ରାୟ, ଜଷ୍ଟିସ୍ ସୁଧାଶୁଂ ଧୁଲିୟା ଓ ଜଷ୍ଟିସ୍ ଏସ୍‌ଭିଏନ୍ ଭଟି ସାମିଲ ଥିଲେ। ଖଣ୍ଡପୀଠ କହିଛନ୍ତି, ଆମେ ସବୁ ଭାରତର ନିବାସୀ। ଏହା ରାଜ୍ୟ କିମ୍ବା ପ୍ରାଦେଶିକ ମୂଳବାସିନ୍ଦା ଭଳି କିଛି ନୁହେଁ। କେବଳ ଏକ ଡୋମିସାଇଲ୍ ରହିଛି। ସେଭଳି ଆମେ ସବୁ ଭାରତର ନିବାସୀ।’

ଏହାସହ ଖଣ୍ଡପୀଠ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ସମ୍ବିଧାନର ଧାରା ୧୯ ଅନୁସାରେ ପ୍ରତି ନାଗରିକ  ଭାରତର ଯେ କୌଣସି ଅଂଶରେ ରହି ପାରନ୍ତି। ବାଣିଜ୍ୟ କିମ୍ବା ପେଶାଗତ କାର୍ଯ୍ୟ କରିବାର ଅଧିକାର ରହିଛି। ଏହି ଅଧିକାର ଶିକ୍ଷା ସଂସ୍ଥାନରେ ଆଡମିଶନରେ ମଧ୍ୟ ଲାଗୁ ହେଉଛି। ତେଣୁ ମୂଳବାସିନ୍ଦା ଆଧାରରେ କୌଣସି କଟକଣା ପିଜି ସ୍ତରରେ ଏଭଳି ମୌଳିକ ସିଦ୍ଧାନ୍ତକୁ ପ୍ରଭାବିତ କରିଥାଏ। ସୁପ୍ରିମକୋର୍ଟ କହିଛନ୍ତି, କିଛି ସ୍ତର ପର୍ଯ୍ୟନ୍ତ ଡୋମିସାଇଲ ଆଧାରିତ ସଂରକ୍ଷଣ ଅଣ୍ଡରଗ୍ରାଜୁଏଟ୍‌ ଆଡମିଶନ୍‌ରେ ମାନ୍ୟତା ଦିଆଯାଇପାରେ, କିନ୍ତୁ ପିଜି ମେଡିକାଲ କୋର୍ସରେ ନୁହେଁ। କୋର୍ସରେ ବିଶେଷଜ୍ଞ ଓ କୌଶଳ ଗୁରୁତ୍ବପୂର୍ଣ୍ଣ। ପିଜି ମେଡିକାଲ କୋର୍ସରେ ଡାକ୍ତରଙ୍କ ଆବଶ୍ୟକତା ଅଧିକ। ତେଣୁ ମୂଳବାସିନ୍ଦା ଆଧାରିତ ସଂରକ୍ଷଣ ଉଚ୍ଚସ୍ତରରେ ସମ୍ବିଧାନର ଅନୁଚ୍ଛେଦ ୧୪ର ଉଲଂଘନ ହେବ।

ଏହି ନିଷ୍ପତ୍ତିରେ କୋର୍ଟ ସେହି ଛାତ୍ରଙ୍କୁ ଆଶ୍ବସ୍ଥି ଦେଇଛନ୍ତି ଯେଉଁମାନେ ବର୍ତ୍ତମାନ ଡୋମିସାଇଲ ଆଧାରିତ ସଂରକ୍ଷଣ ଅନୁସାରେ, ପିଜି ମେଡିକାଲ କୋର୍ସେସରେ ଆଡମିଶନ ନେଇସାରିଛି କିମ୍ବା ଯେଉଁମାନେ ପିଜି ମେଡିକାଲ ଶିକ୍ଷା ପୁରା କରି ସାରିଛନ୍ତି। ଖଣ୍ଡପୀଠ କହିଛନ୍ତି, ଏହି ନିଷ୍ପତ୍ତି ଭବିଷ୍ୟତରେ ଆଡମିଶନ୍‌କୁ ପ୍ରଭାବିତ କରିବ, କିନ୍ତୁ ଯେଉଁ ଛାତ୍ର ବର୍ତ୍ତମାନ ପିଜି କୋର୍ସ କରୁଛନ୍ତି କିମ୍ବା ପୂର୍ବରୁ ଶେଷ କରିସାରିଛନ୍ତି। ଖଣ୍ଡପୀଠ କହିଛନ୍ତି, ଏହି ନିଷ୍ପତ୍ତି ଭବିଷ୍ୟତରେ ଆଡମିଶନ୍ ନେବାକୁ ଥିବା ଛାତ୍ରଙ୍କୁ ପ୍ରଭାବିତ କରିବ। କିନ୍ତୁ ଯେଉଁ ଛାତ୍ର ଏବେ ପିଜି କରୁଛନ୍ତି କିମ୍ବା ପୂର୍ବରୁ ଶେଷ କରିସାରିଛନ୍ତି ତାଙ୍କୁ ଏଥିରେ କୌଣସି ଫରକ ପଡିବନି। ଏହି ମାମଲା ୨୦୧୯ ରେ ଡକ୍ଟର ତନଭି ବେହେଲ ବନାମ ଶ୍ରେୟୀ ଗୋୟଲ ଓ ଅନ୍ୟମାନେ  ସାମନାକୁ ଆସିଛନ୍ତି। ପଞ୍ଜାବ ଓ ହରିୟାଣା ହାଇକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ଅପିଲ କରାଯାଇଥିଲା। ହାଇକୋର୍ଟଙ୍କ ରାୟରେ ପିଜି ମେଡିକାଲ ଆଡମିସନ୍‌ରେ ଡୋମିସାଇଲ ସଂରକ୍ଷଣକୁ ଅଣସମ୍ବିଧାନିକ ଘୋଷିତ କରାଯାଇଥିଲା। ଏହି ଗମ୍ଭୀର ମାମଲାକୁ ଦେଖି ସୁପ୍ରିମକୋର୍ଟଙ୍କ ଏକ ବଡ଼ ଖଣ୍ଡପୀଠ ନିକଟକୁ ପଠାଇବାର ନିଷ୍ପତ୍ତି ନେଇଛି। ଏବେ ତିନି ବିଚାରପତିଙ୍କ ଖଣ୍ଡପୀଠ ଏହି ମାମଲାରେ ଅନ୍ତିମ ନିଷ୍ପତ୍ତି ନେଇଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.