ପ୍ରମୂଖ ଖବର
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ନୀଳଗିରି ଜୀବିକା ମିଶନ ବିଭାଗରେ କୋଟି କୋଟି ଟଙ୍କାର ଘୋଟାଲା, ଧରାପଡିବା ଭୟରେ ଫାଇଲରୁ କାଗଜପତ୍ର ଗାଏବ

Published By : Rasmita Pradhan | November 22, 2024 2:22 PM

ନୀଳଗିରି, ୨୨/୧୧ : ମହିଳାମାନଙ୍କୁ ସ୍ୱାବଲମ୍ବୀ ପାଇଁ କୋଟିକୋଟି ଟଙ୍କାର ବିଭିନ୍ନ ଯୋଜନା କରୁଛନ୍ତି ସରକାର। ହେଲେ ବାସ୍ତବ କ୍ଷେତ୍ରରେ ଏହା ସଠିକ ରୂପାୟନ ନହୋଇ ଅର୍ଥ ସବୁ ବାଟ ମାରଣା ହେଉଛି। ଏହାର ଉଦାହରଣ ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ନୀଳଗିରି ମିଶନ ଶକ୍ତି କାର୍ଯ୍ୟାଳୟରେ ଥିବା ଜୀବିକା ମିଶନ ବିଭାଗରେ। ଜୀବିକା ମିଶନରେ ଜଣେ କାର୍ଯ୍ୟରତ କର୍ମଚାରୀ ମିଶନ ଶକ୍ତିର କିଛି ମହିଳାଙ୍କୁ ହାତବାରିସୀ କରି ଯୋଜନା ବାଟମାରଣା କରିଥିବା ଅଭିଯୋଗ ହୋଇଛି। ଏନେଇ ବିଧାୟକଙ୍କ ନିକଟରେ ଅଭିଯୋଗ ହେବାପରେ କାର୍ଯ୍ୟାନୁଷ୍ଠାନ ଭୟରେ ତରବରିଆ ଭାବେ ଫାଇଲରୁ କାଗଜପତ୍ର ସବୁ ଗାଏବ କରାଯାଇଥିବା ଜଣାପଡିଛି।

ସୂଚନାଯୋଗ୍ୟ, ନୀଳଗିରି ବ୍ଲକ ପରିସରରେ ମିଶନ ଶକ୍ତି କାର୍ଯ୍ୟାଳୟ ରହିଛି। ମହିଳାମାନଙ୍କୁ ସ୍ୱାବଲମ୍ବୀ ହେବା ପାଇଁ କୋଟିକୋଟି ଟଙ୍କା ପ୍ରତ୍ୟେକ ବର୍ଷ ଆସୁଛି। ବିଗତ ବର୍ଷରେ ମଧ୍ୟ ପାଖାପାଖି ୩୮କୋଟି ଟଙ୍କା ଆସିଥିଲା। ଛେଳିଚାଷ ପାଇଁ ୬୦ ଲକ୍ଷ, କୃଷି ତଥା ବିଭିନ୍ନ ଯନ୍ତ୍ରାଂଶ ପାଇଁ ୬୦ ଲକ୍ଷ ଟଙ୍କା ଆସିଥିଲା। ଗ୍ରୁପମାନଙ୍କ ପାଖରେ ମଧ୍ୟ ଲକ୍ଷ ଲକ୍ଷ ଟଙ୍କା ପ୍ରତ୍ୟେକ ସେକ୍ଟରରେ ଖର୍ଚ୍ଚ ହୋଇଥାଏ। ଏମବିକେ, ସିଆରପିମାନଙ୍କ ଦ୍ୱାରା ବିଭିନ୍ନ ପ୍ରକାର ସଚେତନ ଶିବିର ହୋଇଥାଏ। ଜିଲ୍ଲା ତଥା ରାଜ୍ୟ ସ୍ତରରେ ମଧ୍ୟ ବିଭିନ୍ନ ବୈଠକ ହୋଇଥାଏ। ଏନେଇ ସରକାର ମଧ୍ୟ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିଥାନ୍ତି। ସେହିଭଳି ମହିଳାମାନଙ୍କ ସ୍ୱାସ୍ଥ୍ୟ ସେବା ପାଇଁ ଅର୍ଥ ଖର୍ଚ୍ଚ ହୋଇଥାଏ ଓ ପିଲାଙ୍କ ପଢିବା ପାଇଁ ବିନା ସୁଧରେ ମଧ୍ୟ ଅର୍ଥ ସରକାର ଦେଇଥାନ୍ତି। ହେଲେ ଏହି ସବୁ ଯୋଜନା ଖାଲି ବାଟମାରଣା ହୋଇନାହିଁ ମହିଳାଙ୍କ ସ୍ୱାବଲମ୍ବୀ ନାମରେ କୋଟିକୋଟି ଟଙ୍କା ଆତ୍ମସାତ ହୋଇଥିବା ଅଭିଯୋଗ ଆସିଛି। କିଛି ମହିଳାଙ୍କୁ ହାତବାରିସୀ କରି ବିନା ସୁଧରେ ଆସୁଥିବା ଅର୍ଥ ସମେତ ମହିଳା ଗ୍ରୁପରୁ କମ୍ ସୁଧରେ ଲକ୍ଷ ଲକ୍ଷ ଟଙ୍କା ନେଇ କିଛି କର୍ମଚାରୀ ବିଭିନ୍ନ ସ୍ଥାନରେ ସମ୍ପତ୍ତି ବଢ଼ାଯାଇଛନ୍ତି। ମହିଳା ଗ୍ରୁପରୁ ନେଇଥିବା ଟଙ୍କା ଫେରାଇ ଦେବାକୁ କହି ଫାଙ୍କି ଚାଲିବାରୁ ନୀଳଗିରି ବ୍ଲକର ବିଭିନ୍ନ ଅଞ୍ଚଳରୁ ଅସନ୍ତୋଷ ଲାଗି ରହିଥିଲା। କାଳେ ସରକାରୀ ଯୋଜନାରୁ ବଞ୍ଚିତ ହେବେ ଏନେଇ ମହିଳାମାନେ ଅଭିଯୋଗ କରିବାକୁ ସାହସ ଜୁଟାଇ ପାରୁନଥିଲେ। ହେଲେ ସରକାରୀ ଅର୍ଥ ଫେରାଇବାକୁ ନିହାତି ପଡିବ ଏହା ଜାଣି ତାଙ୍କର ମୁଣ୍ଡରେ ଭାଳେଣି ପଡିଥିଲା। ପରେ କିଛି ମହିଳା ସ୍ଥାନୀୟ ବିଧାୟକ ସନ୍ତୋଷ ଖଟୁଆଙ୍କୁ ସମସ୍ତ ଘଟଣା ବିଷୟରେ ଅଭିଯୋଗ କରିଥିଲେ। ଏହି କାର୍ଯ୍ୟଳୟରେ କାର୍ଯ୍ୟରତ ଥିବା ବ୍ଲକ ପ୍ରୋଜେକ୍ଟ ମ୍ୟାନେଜର ଅର୍ଜୁନ ପାଲଙ୍କ ନାମରେ ଏଭଳି ସାଙ୍ଘାତିକ ଅଭିଯୋଗ ଆଣିଥିଲେ।

ଆଜି ବିଧାୟକ ଏହି ଘଟଣାର ଖୋଳତାଡ଼ କରିଥିଲେ। ବ୍ଲକ ସମ୍ମିଳନୀ କକ୍ଷରେ ସମସ୍ତ ଫାଇଲ ମଗାଇ ଦେଖିଥିଲେ। କୌଣସି ଫାଇଲରେ ସଠିକ ସରକାରୀ ଫର୍ମାଟରେ ଖର୍ଚ୍ଚର ହିସାବ ନଥିଲା। ଟ୍ରେନିଂ ସମୟରେ ଆସିଥିବା ମହିଳାଙ୍କ ଉପସ୍ଥାପନ ଖାତାରେ ଦସ୍ତଖତର ହିସାବ ନଥିଲା। ଖାଲି ମୋଟ ଖର୍ଚ୍ଚ ପଡିଥିଲା। କେଉଁଠି ମିଲ ୫୦ ଟଙ୍କା ପଡିଥିବା ବେଳେ କେଉଁଠି ୮୦ ଟଙ୍କା ପଡିଛି। ଚା ଓ ୫ଟଙ୍କିଆ ବିସ୍କୁଟ ଦେଇ ଜଣକ ପିଛା ଖର୍ଚ୍ଚ ୩୦ ଟଙ୍କା ପଡିଛି। ଏକ ସମ୍ମିଳନୀରେ ୭୬ ଜଣ ମହିଳାଙ୍କର ଜଣକ ପିଛା ଲଜିଂ ପାଇଁ ୨୫୦ ଟଙ୍କା ଖର୍ଚ୍ଚ ପଡିଛି। ଯେତେବେଳେକି ମହିଳାମାନେ କୌଣସି ହୋଟେଲ କିମ୍ବା ଲଜରେ ନଥିଲେ। ଖାଲି ସେତକ ନୁହଁ ବିଧାୟକ ନେଉଥିବା ରିଭ୍ୟୁ ମିଟିଂରେ ଫାଇଲରେ ରସିଦ କିମ୍ବା କୌଣସି ଖର୍ଚ୍ଚର କାଗଜପତ୍ର ନଥିବା ବେଳେ ପଚାରିବା ପରେ ଅର୍ଜୁନ ପାଲ ଏହାକୁ ଜିଲ୍ଲା ଅଫିସକୁ ପଠାଇଦେଇଥିବା କହିଥିଲେ। ଜେରକ୍ସ ନରଖି କେମିତି ଫାଇଲ ତିଆରି ହୋଇଛି ପଚାରିବା ପରେ ସେ କୌଣସି ସନ୍ତୋଷଜନକ ଉତ୍ତର ରଖିପାରିନଥିଲେ। ୭ଦିନ ଭିତରେ ମହିଳାମାନେ ତାଙ୍କର ଅର୍ଥ ପାଇବେ ବୋଲି କହିଥିଲେ। 

ତେଲିପାଳ ପଂଚାୟତର ଜଣେ ମହିଳା ଦୁଇବର୍ଷ ଧରି ବୈଠକ ଅର୍ଥ ପାଇ ପାରୁନଥିବା ଅଭିଯୋଗ ଆଣିଥିବା ବେଳେ ଜିଲ୍ଲା ଅଫିସକୁ ଯାଇ ବୁଝିବା ପରେ ସେଠାରେ କୌଣସି କାଗଜପତ୍ର ନଥିବା ଜାଣିବାକୁ ପାଇଥିଲେ। ଏଥିରୁ ସ୍ପଷ୍ଟ ଯେ ଫାଇଲରୁ କାଗଜପତ୍ର ଗାଏବ କରାଯାଇ ଜିଲ୍ଲାକୁ ଦିଆଯାଇଥିବା ବାହାନା କରାଯାଇଛି। ତେବେ କୋଟିକୋଟି ଟଙ୍କା ଅନିୟମିତତା ଜାଣିବା ପରେ ବିଧାୟକ ସନ୍ତୋଷ ଖଟୁଆ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ। ସମସ୍ତ ଅନିୟମିତତାର ଭିଜିଲାନ୍ସ ତଦନ୍ତ ହେବା ସହିତ ସମସ୍ତ ଦାୟିତ୍ୱ ଅନ୍ୟଜଣେ ଅଧିକାରୀଙ୍କୁ ଦେବାକୁ ସେ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି। ସେପଟେ ଅର୍ଜୁନ ପାଲ ତାଙ୍କ ପ୍ରତିକ୍ରିୟାରେ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ତେବେ ମିଶନ ଶକ୍ତି ବିଭାଗରେ ଏଭଳି ଦୁର୍ନୀତିର ଅଭିଯୋଗ ପାଇ ଭିଜିଲାନ୍ସ ବିଭାଗ ଓ ଜିଲ୍ଲାପାଳ କିଭଳି କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିଛି।



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.