କଟକ,୦୩/୦୩: ସରକାରୀ କ୍ୟାଲେଣ୍ଡରରେ ଲଗାତର ଦୁଇ/ତିନି ଦିନ ଛୁଟି ପଡ଼ିଲେ ଏସ୍ସିବି ମେଡିକାଲରେ ରୋଗୀ ପ୍ରମାଦ ଗଣୁଛନ୍ତି । ଗତ ଶନିବାର ଓ ରବିବାର ଦୁଇ ଦିନ ସରକାରୀ ଛୁଟି ଥିଲା । ସୋମବାର ସରକାରୀ କାର୍ଯ୍ୟ ଦିବସ ପରେ ମଙ୍ଗଳବାର ଓ ବୁଧବାର ଦୋଳ ଓ ହୋଲି ପାଇଁ ସରକାରୀ ଛୁଟି ରହିଛି । ଶନିବାରରୁ ଗୁରୁବାର ମଧ୍ୟରେ ମାତ୍ର ଗୋଟିଏ ଦିନ ଅର୍ଥାତ ସୋମବାର ସରକାରୀ କାର୍ଯ୍ୟ ଦିବସ ଥିଲେ ହେଁ ତାହା ଏସ୍ସିବି ମେଡିକାଲରେ ବିଭିନ୍ନ ବିଭାଗୀୟ ଆଉଟ୍ଡୋର୍, ନିଦାନ କେନ୍ଦ୍ରଗୁଡ଼ିକରେ ଅଘୋଷିତ ଛୁଟି ଥିଲା । ବିଭାଗୀୟ ଆଉଟ୍ଡୋରଗୁଡ଼ିକରେ ଅନେକ ଡାକ୍ତରଙ୍କ ଚୌକି ଫାଙ୍କା ପଡ଼ିଥିବାର ଦେଖିବାକୁ ମିଳିଥିଲା।
ସେହିପରି ଅନ୍ୟ କର୍ମଚାରୀମାନେ ଫୁଲାଫାଙ୍କାରେ ବୁଲିଥିଲେ । ଆଉଟ୍ଡୋରରେ ସକାଳ ୧୦ଟାରୁ ଅପରାହ୍ନ ୧ଟା ଯାଏ ଯାହା ଯେମିତି ଚାଲିଥିବା ବେଳେ ଉପର ବେଳା ରୋଗୀମାନେ ନିରାଶ ହୋଇଥିଲେ । ଅଲଟ୍ରାସାଉଣ୍ଡ, ଏକ୍ସରେ, ସିଟି ସ୍କାନ୍ ସମେତ ଅନ୍ୟାନ୍ୟ ନିଦାନ ପରୀକ୍ଷାରେ ମଧ୍ୟ ରୋଗୀମାନଙ୍କୁ ନିରାଶ ହେବାକୁ ପଡ଼ିଥିଲା । ବିଡ଼ମ୍ବନା ହେଉଛି ସରକାରୀ ଛୁଟି ଦିବସକୁ ଦୃଷ୍ଟିରେ ରଖି ୱାର୍ଡରେ ରେଗୀଙ୍କୁ ଆଡମିସନ୍ କରାଇବାକୁ ଡାକ୍ତର ପଛଘୁଞ୍ଚା ଦେଉଥିବାର ଅଭିଯୋଗ ହେଉଛି । ଅପରପକ୍ଷରେ ଛୁଟି ଥିବାରୁ ୱାର୍ଡରେ ଆଡମିସନ୍ ଥିବା ଅନେକ ରୋଗୀଙ୍କୁ ବିଭିନ୍ନ ଆଳ ଦେଖାଇ ଘରକୁ ପଠାଇ ଦିଆଯାଇଥିବାର ଜଣାଯାଇଛି । ଫଳରେ କେତେକ ୱାର୍ଡରେ ଏବେ ଖଟିଆ ଖାଲି ପଡ଼ିଥିବାର ଦେଖିବାକୁ ମିଳୁଛି ।
ମେଡିସିନ୍ ବିଭାଗ ସମେତ ସ୍ତ୍ରୀ ରୋଗ ଓ ପ୍ରସୂତି ବିଭାଗ, ଶିଶୁ ରୋଗ, କାର୍ଡିଓଲୋଜି ଆଦି ବିଭିନ୍ନ ବିଭାଗୀୟ ଆଉଟ୍ଡୋରକୁ ଚିକିତ୍ସା ପାଇଁ ଆସିଥିବା ରୋଗୀମାନେ ଆଡ୍ମିସନ୍ ହେବା ପାଇଁ ଚାହିଥିଲେ ମଧ୍ୟ ସେମାନଙ୍କୁ ସୁଯୋଗ ମିଳିନଥିଲା । ଛୁଟି ପରେ ଆସ ଦେଖିବା ବୋଲି କହି ଡାକ୍ତର ଫେରାଇ ଦେଇଥିଲେ ବୋଲି ରୋଗୀ ସମ୍ପର୍କୀୟମାନେ କହିଛନ୍ତି । ସେହିପରି ଛୁଟି ଦିନେ ଓଟି ବନ୍ଦ ରହିବ, ତେଣୁ ଅଯଥାରେ କାହିଁ ୱାର୍ଡରେ ଆଡମିସନ୍ ହୋଇପଡ଼ିବ ବୋଲି ସର୍ଜରୀ ବିଭାଗ ଓ ସ୍ତ୍ରୀ ରୋଗ ପ୍ରସୂତି ବିଭାଗର ଦୁଇ ଜଣ ରୋଗୀ ଅଭିଯୋଗ କରିଛନ୍ତି । ବାଲେଶ୍ୱର ଅଞ୍ଚଳର ବୃଦ୍ଧା ରୋଗୀ ସକୁନ୍ତଳା ଦାସ ଏସ୍ସିବି ମେଡିସିନ୍ ଆଉଟ୍ଡୋରରେ ନିରାଶ ହୋଇଥିବା କହିଛନ୍ତି ।
ବାରି ଅନୁସାରେ ସଂକୁନ୍ତଳା ଆଜି ମେଡିସିନ୍ ବିଭାଗ ଆଉଟ୍ଡୋରକୁ ଆସିଥିଲେ । ମାତ୍ର ସମ୍ପୃକ୍ତ ଡାକ୍ତର ଆସିନଥିବାରୁ ଆସନ୍ତା ବାରିକୁ ଆସିବା ପାଇଁ ଅନ୍ୟ ଡାକ୍ତରମାନେ ସଂକୁନ୍ତଳାକୁ ବୁଝାଇ ଛାଡ଼ିଥିଲେ ହେଁ ସେ ଦୂରରୁ ଆସିଥିବାରୁ ଘରକୁ ନଫେରି ସନ୍ଧ୍ୟା ଯାଏ ଆଉଟ୍ଡୋର୍ ବାହାରେ ବସି ରହିଥିଲେ । ରେଡିଓଲୋଜି ବିଭାଗରେ ମଧ୍ୟ ଆଜି ବହୁ ବିଭ୍ରାଟ ଦେଖିବାକୁ ମିଳିଥିଲା । ବରିଷ୍ଠଙ୍କ ଅନୁପସ୍ଥିତିରେ ପିଜି ଛାତ୍ରମାନେ ଅଲଟ୍ରାସାଉଣ୍ଡ କରାଇଥିଲେ । ନିଦାନ କେନ୍ଦ୍ରଗୁଡ଼ିକରେ ସମାନ ସମସ୍ୟା ଦେଖିବାକୁ ମିଳିଥିଲା । ଆଚାର୍ଯ୍ୟ ହରିହର କ୍ୟାନସର୍ ହସ୍ପିଟାଲ ସର୍ଜିକାଲ ଅଙ୍କୋଲୋଜି, ହେଡ୍ ଆଣ୍ଡ୍ ନେକ୍ ଅଙ୍କୋଲୋଜି ଆଦି ବିଭାଗ ସହ ସିଟି ସ୍କାନ୍, ପେଟ୍ ସିଟି, ଅଲଟ୍ରାସାଉଣ୍ଡ ପରୀକ୍ଷା କରାଇବା ପାଇଁ କ୍ୟାନ୍ସର୍ ରୋଗୀମାନେ ଗତ ଦୁଇ ଦିନ ହେଲା ଦହଗଞ୍ଜ ହୋଇଥିବା ବେଳେ ଆହୁରି ଦୁଇ ଦିନ ହୀନସ୍ତା ହେବେ ବୋଲି ଜଣାଯାଇଛି ।
ସିଏମସି: ଅଧା ଡ୍ୟୁଟି କରି ପଳାଇଲେ
ସକାଳ ବେଳାଆସିଲେ । ଦସ୍ତଖତ କରି ଅଭିଯୋଗଶୁଣାଣିରେ ବସିଲେ । ସେଥିରେ ପୁଣିକାଁ ଭାଁ ଅଧିକାରୀ ଥିଲେ । କମିସନରଙ୍କଅନୁପସ୍ଥିତିରେ ଲୋକଦେଖାଣିଆଜନଶୁଣାଣି ଚଳାଇଲେ । କିନ୍ତୁ ଠିକ୍ଗୋଟାଏ ବାଜିଲା କ୍ଷଣି ଧୀରେ ଧୀରେସବୁ ପଳାଇଲେ । ଅଳ୍ପ କେଇଟା ସମୟମଧ୍ୟରେ ପୂରା କାର୍ଯ୍ୟାଳୟ ଫାଙ୍କା ପଡିଗଲା ।ଜଣେ ଦୁଇଜଣ ଅଧିକାରୀଙ୍କୁଛାଡିଦେଲେ ଅପରାହ୍ନ ୫ଟା ପର୍ଯ୍ୟନ୍ତକାହାରି ଦେଖା ମିଳିଲା ନାହିଁ ।ଅଧାରୁ ଅଧିକ କାର୍ଯ୍ୟାଳୟରେତାଲା ଝୁଲିଲା । ଯେଉଁମାନେରହିଲେ ସରକାରୀ କାର୍ଯ୍ୟାଳୟଭିତରେ ହୋଲି ଖେଳିବାରେଲାଗିପଡିଲେ । ରଙ୍ଗ ଲଗାଇବାରୁନେଇ ଧାଁ ଦୌଡ ଓ ମଜାମସ୍ତି କରିଫେରିଲେ । କିନ୍ତୁ ସେବା ପାଇବା ଆଶାରେଆସିଥିବା ଲୋକମାନେ ନିରାଶ ହୋଇ ଫେରିଥିଲେ ।ଆଜି ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲାକଟକ ମହାନଗର ନିଗମ(ସିଏମ୍ସି) କାର୍ଯ୍ୟାଳୟରେ ।ଉଭୟ ବିଜୁ ଭବନ ଓ ବିକାଶ ଭବନରେ ଆଜିଅଘୋଷିତ ଛୁଟି ଦେଖିବାକୁ ମିଳିଥିଲା । ସବୁଠୁ ବଡକଥା ହେଉଛି ଯେ, ବିଜୁ ଭବନରେ କମିସନରଥିଲେ ମାତ୍ର ଅନ୍ୟ ଅଧିକାରୀଙ୍କ ଚେୟାର୍ ଫାଙ୍କାପଡିଥିଲା ।
ଆହୁରି ପଢନ୍ତୁ-୬୨୧ ବେନାମୀ ବ୍ୟାଙ୍କ ଆକାଉଣ୍ଟ୍ ଚିହ୍ନଟ,ଲ୍ୟାମ୍ପ୍ସ ଡାଟା ଏଣ୍ଟ୍ରି ଅପରେଟର ଗିରଫ
ଗତ ଶନିବାରରୁ ସରକାରୀ କାର୍ଯ୍ୟାଳୟବନ୍ଦ ଥିଲାବେଳେ ଆସନ୍ତା ଆଉ ଦୁଇ ଦିନ ପର୍ଯ୍ୟନ୍ତପୁଣି ସରକାରୀ ଛୁଟି ରହିଛି । ତାହାରି ମଧ୍ୟରେ ଆଜିଗୋଟିଏ ଦିନ ଖୋଲା ଥିଲେ ମଧ୍ୟ ଲୋକମାନେ ସେବାରୁବଞ୍ଚିତ ରହିଥିବା ଦେଖିବାକୁ ମିଳିଛି ।ଗତ କିଛି ଦିନ ହେବ ସରକାରୀଛୁଟି ପାଇଁ ସରକାରୀ ସେବା ଠପ୍ହୋଇପଡିଛି । ଗତ ଶନିବାର ଫେବ୍ରୁଆରୀମାସର ଚତୁର୍ଥ ଶନିବାର ଥିବାରୁ ଛୁଟିଥିଲା । ତାହାପରେ ରବିବାର ଆଉ ଏକଛୁଟି ପରେ ଆଜି ସୋମବାର ସରକାରୀ କାର୍ଯ୍ୟାଳୟ ଖୋଲିଥିଲା । ଏହାରି ମଧ୍ୟରେଆଗକୁ ହୋଲି ପାଇଁ ଆଉ ଦୁଇ ଦିନଛୁଟି ଥିବାରୁ ଆଜି ଜରୁରୀ କାର୍ଯ୍ୟଗୁଡିକସାରିବାକୁ ଲୋକମାନେ ସିଏମ୍ସି ଆସିଥିଲେ ।ସକାଳ ବେଳା ଅଭିଯୋଗ ଶୁଣାଣି ବାହାନାରେକୌଣସି ଅଧିକାରୀଙ୍କ ଦେଖା ମିଳି ନଥିଲା । କିନ୍ତୁବିକାଶ ଭବନରେ ଆୟୋଜିତ ଜନଶୁଣାଣିରେକେବଳ ହାତଗଣତି ଅଧିକାରୀଙ୍କୁ ଛାଡିଦେଲେଅନ୍ୟମାନେ ଅନୁପସ୍ଥିତ ରହିଥିଲେ । ଅନ୍ୟପକ୍ଷରେଯନ୍ତ୍ରୀ ବିଭାଗ ସମେତ ବିଭିନ୍ନ ବିଭାଗରେ ଚେୟାର୍ଖାଲି ପଡିଥିଲା । ଏ ନେଇ କମିସନର କିରନଦୀପକୌର ସହୋତା କହିଛନ୍ତି ଯେ, କେନ୍ଦ୍ରମନ୍ତ୍ରୀଙ୍କଗସ୍ତ ପାଇଁ ଅଞ୍ଚଳ ପରିଦର୍ଶନରେ ଯାଇଥିଲି ତେଣୁଜନ ଶୁଣାଣିରେ ଅନ୍ୟ ଅଧିକାରୀଙ୍କୁ ରହିଥିଲେ ।