ପ୍ରମୂଖ ଖବର
  • ବ୍ରହ୍ମପୁର : ସଦର ଥାନା ଅନ୍ତର୍ଗତ ବୁଢ଼ୀଘରା ନିକଟରେ ଭାରସାମ୍ୟ ହରାଇ ଓଲଟିଲା ଅଟୋ, ଜଣେ ମୃତ ୪ ଆହତ
  • ||
  • ଚିନ୍ତା ବଢ଼ାଇଛି କରୋନାର ନୂଆ ଭାରିଆଣ୍ଟ: ସିଙ୍ଗାପୁର, ହଂକଂରେ ବଢ଼ିଲା ସଂକ୍ରମଣ, ଚୀନ୍‌ ଓ ଥାଇଲାଣ୍ଡକୁ ଆଲର୍ଟ ଜାରି
  • ||
  • IPL 2025 : ଆଜି ସୁପରକିଙ୍ଗ୍‌ସ-ରାଜସ୍ଥାନ ରୟାଲ୍ସ ମୁକାବିଲା
  • ||
  • ଯୁଦ୍ଧବିରତି ପାଇଁ ରାଜି ହେଲା ଋଷ; ପୁଟିନ ଓ ଟ୍ରମ୍ପଙ୍କ ମଧ୍ୟରେ ହେଲା ଫୋନରେ ବାର୍ତ୍ତାଳାପ
  • ||
  • ଆସନ୍ତା ୨୧ରୁ ୨୩ ଯାଏ ବଢ଼ିବ କାଳବୈଶାଖୀ, ଆଜି ୧୮ ଜିଲ୍ଲାକୁ ଆଲର୍ଟ ଜାରି: ଉପକୂଳ ଗରମ ଓ ଗୁଳୁଗୁଳି ଜାରି
  • ||

Operation Sindoor: ପାକିସ୍ତାନରେ ଭାରତୀୟ ସେନାର ଆକ୍ରମଣ ପରେ ଜାମ୍ମୁ କାଶ୍ମୀରରେ ସ୍କୁଲ ଓ କଲେଜ ବନ୍ଦ

Published By : prameya | May 7, 2025 11:05 AM

ନୂଆଦିଲ୍ଲୀ,୦୭/୦୫: ପହଲଗାମ୍ ଆକ୍ରମଣ ପରେ ପ୍ରତିଶୋଧ ନେଇଛି ଭାରତ ।  ପାକିସ୍ତାନ ଉପରେ  ରାତି ଅଧିଆ ଏୟାରଷ୍ଚ୍ରାଇକ୍ କରି ସିନ୍ଦୂରର ବଦଲା ସିନ୍ଦୂରରେ ନେଇଛନ୍ତି ଭାରତୀୟ ସେନା । ଲୁହ ଲହୁର ହିସାବ ନେଇଛି ଭାରତ ।  ମଙ୍ଗଳାବାର  ବିଳମ୍ବିତ ରାତିରେ ଭାରତୀୟ ସେନା ପାକିସ୍ତାନୀ ବାୟୁସୀମାରେ ପ୍ରବେଶ କରି ୯ଟି ଆତଙ୍କବାଦୀ ଆଡ୍ଡାକୁ ଧ୍ୱଂସ କରିଛି। ଏଥିରେ ପାକିସ୍ତାନୀ ସେନାର ସୈନିକମାନେ ସୀମାରେ ଅସ୍ତ୍ରବିରତି ଉଲ୍ଲଂଘନ କରୁଛନ୍ତି। ଏଥିରେ ତିନି ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି।

ଏହା ମଧ୍ୟ ପଢନ୍ତୁ- Operation Sindoor: ସେନାବାହିନୀ ପାଇଁ ଗର୍ବିତ କହିଲେ ରାହୁଲ... 'ଏକତାର ସମୟ' କହିଲା କଂଗ୍ରେସ

ତେବେ ଏହି ଆକ୍ରମଣ ପରେ ଜାମ୍ମୁ କାଶ୍ମୀରର ଜାମ୍ମୁ , ସମ୍ବା ,କାଠୁଆ,ରାଜୌରି ଓ ପୁଞ୍ଚ ଜିଲ୍ଲାରେ ଆଜି ସ୍କୁଲ ,କଲେଜ ଓ ସମସ୍ତ ଶିକ୍ଷାନୁଷ୍ଠାନ  ବନ୍ଦ କରାଯାଇଛି। ବୁଧବାର ଦିନ କାଶ୍ମୀରର ବିଭାଗୀୟ କମିଶନର କହିଛନ୍ତି ଯେ, ଆଜି କାଶ୍ମୀରର ତିନୋଟି ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ବିଜୟ କୁମାର ବିଧୁରୀ କହିଛନ୍ତି, “ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି, ଆଜି ବାରାମୁଲ୍ଲା, କୁପୱାଡା ଏବଂ ଗୁରେଜରେ ଶିକ୍ଷାନୁଷ୍ଠାନ, ସ୍କୁଲ, କଲେଜ ବନ୍ଦ ରହିବ।”


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.