ପୁରୀ ୧୨/୦୫: ୧୬୨୪ ମସିହା ରଥ ଯାତ୍ରାର ପୂର୍ବ ଲୀଳା ଥିଲା ବେଶ୍ ମହତ୍ତ୍ୱପୂର୍ଣ୍ଣ । ଯୋଡ଼ା ଆଷାଢ଼ ନଥାଇ ଶ୍ରୀବିଗ୍ରହଙ୍କ ନବକଳେବର ହୋଇଥିଲା । ଗଡ଼ମାଣିତ୍ରିର ଏକ ସୁରକ୍ଷିତ ସ୍ଥାନ । ଗୋଟିଏ ଚାଳଘର କରି ସେହି ଘରେ ବ୍ରହ୍ମପଦାର୍ଥମାନଙ୍କୁ ରଖାଯାଇ ପୂଜାର୍ଚ୍ଚନା କରାଯାଉଥିଲା । ପରେ ସେଠାରେ ଠାକୁରଙ୍କ ନୂତନ ଶ୍ରୀବିଗ୍ରହ ନିର୍ମାଣ କରାଯାଇ ବ୍ରହ୍ମ ପଦାର୍ଥ ସଂସ୍ଥାପନ କରାଯାଇଥିଲା । ଏହି ସମୟ ଥିଲା ୧୬୨୩ ମସିହା ଅଗଷ୍ଟ ମାସ ୮ ତାରିଖ ।
ସୂଚନା ଅନୁସାରେ ସେହିଥର ବିନା ଯୋଡ଼ା ଆଷାଢ଼ରେ ବନଯାଗ ଓ ଆନୁସଙ୍ଗିକ ବିଧିବିଧାନ ଓ ପରମ୍ପରା ସହ ନୂତନ ବିଗ୍ରହ ନିର୍ମାଣ ସହ ବ୍ରହ୍ମ ସଂସ୍ଥାପନ କରାଯାଇଥିଲା । ଏହି ବିଗ୍ରହ ନିର୍ମାଣ ପାଇଁ ପୁରୀରୁ ଅଭିଜ୍ଞ ବିଶ୍ୱକର୍ମାଙ୍କୁ ଅଣାଯାଇଥିଲା । ସେଠାରେ ବିଧିବିଧାନ ଅନୁସାରେ ଅତି ଗୋପନୀୟ ଭାବେ ନୂତନ ବିଗ୍ରହ ନିର୍ମାଣ ହେଲା । ଶ୍ରୀବିଗ୍ରହଙ୍କ ଅବସ୍ଥାନ ନିମନ୍ତେ ତିନିଗୋଟି ଚକା ପଥର ନିର୍ମାଣ କରାଯାଇଥିଲା । ଏଥିରେ ସ୍ଥାନୀୟ ଲୋକମାନଙ୍କ ଅକୁଣ୍ଠ ସହଯୋଗ ରହିଥିଲା । ଠାକୁର ମାନଙ୍କର ନବକଳେବର ପରେ ସେଠାରେ ରଥଯାତ୍ରା ହୋଇଥିଲା । ମହାପ୍ରଭୁଙ୍କ ବିଧିବିଧାନରେ କୌଣସି ବିଶୃଙ୍ଖଳା ନ ଆସିବା ପାଇଁ ସେଠାରେ ଗଜପତି ମହାରାଜ ସୁରକ୍ଷା ବ୍ୟବସ୍ଥା କରିଥିଲେ । ସେଠାରେ ଦଳବେହେରାଙ୍କ ପ୍ରାଚୀନ ଘରକୁ ଲାଗି କୋଠ କରଣଙ୍କ ଘର ରହିଛି । ସେଠାରେ ଗଜପତି କିଛି ଦିନ ରହିଥିବାର ମଧ୍ୟ ଜଣାଯାଏ । ତାଙ୍କର ରହଣି ସ୍ଥଳ ଖୁଆଡ଼ ଢଙ୍ଗରେ ତିଆରି।
ଏହି ଖବରଟିକୁ ପଢ଼ନ୍ତୁ :- Mahabharata curses : ମହାଭାରତ ଯୁଦ୍ଧ ସମୟର ୩ ବଡ଼ ଅଭିଶାପ, କଳିଯୁଗରେ ବି ପଡୁଛି ପ୍ରଭାବ
ସୂଚନାଯୋଗ୍ୟ, ସପ୍ତମ/ଅଷ୍ଟମ ଶତାଦ୍ଦୀରୁ ଆରମ୍ଭ କରି ଅଷ୍ଟାଦଶ ଶତାଦ୍ଦୀ ମଧ୍ୟରେ ଶ୍ରୀମନ୍ଦିର ଉପରେ ବିଧର୍ମୀମାନଙ୍କର ପ୍ରାୟ ୧୮ ଥର ଆକ୍ରମଣ ହୋଇଥିଲା । ଶ୍ରୀମନ୍ଦିରରୁ ଚତୁର୍ଦ୍ଧା ବିଗ୍ରହ ପ୍ରାୟତଃ ୨୨ଥର ସୁରକ୍ଷିତ ଜାଗାକୁ ସ୍ଥାନାନ୍ତର ହୋଇଥିଲେ । ଏହି ଆକ୍ରମଣ ସମୟରେ ଏପରି କେତୋଟି ସ୍ଥିତିରେ ମହାପ୍ରଭୁଙ୍କ ରଥ ଯାତ୍ରା ହୋଇଥିଲା । ଶ୍ରୀକ୍ଷେତ୍ର ବାହାରେ ଗୋପନୀୟ ଭାବେ ଏହି ଯାତ୍ରା ସବୁ ସମ୍ପାଦନ ହୋଇଥିଲା । ଐତିହାସିକମାନେ ଏନେଇ ଅଧିକ ଆଲୋଚନା କରି ନଥିବା ସ୍ଥଳେ ମାଦଳା ପାଞ୍ଜି, କିଛି ପୁରୁଣା ଦସ୍ତାବିଜ୍ ଓ ସ୍ଥାନୀୟ ଲୋକ ମୁହଁରୁ ଏସବୁ ଶୁଣିବାକୁ ମିଳେ ।
ଅଧିକ ପଢ଼ନ୍ତୁ :- Fake Police: ବ୍ଳକିଂ ଚେକିଂ ବେଳେ ପୁଲିସ ଜାଲରେ ପଡ଼ିଲା ନକଲି ପୁଲିସ, ୟୁନିଫର୍ମ ପିନ୍ଧି ସୋସିଆଲ ମିଡିଆରେ ଦେଖାଉଥିଲା ପତିଆରା..