ଭୁବନେଶ୍ବର , ୫।୨ : ନନ୍ଦନ ବିହାର ଛକରେ ସିରିଜ୍ ଦୁର୍ଘଟଣା। ବୋଲେରୋ ଧକ୍କାରେ ଏକାଧିକ ଗାଡ଼ି ଚୁରମାର୍। ୩ ବାଇକ୍ ଉପରେ ଚଢ଼ିଗଲା ବୋଲେରୋ। ଦୁର୍ଘଟଣାରେ ବାଇକରେ ଯାଉଥିବା ବାପା, ମା’ ଓ ପୁଅ ଆହତ ହୋଇଛନ୍ତି । କାର୍ ଚାଳକଙ୍କୁ ଲୋକେ କାବୁ କରିଛନ୍ତି । ଦୁର୍ଘଟଣା ପରେ ଘଟଣା ସ୍ଥଳରେ ଉତ୍ତେଜନା ଲାଗି ରହିଛି । ଇନଫୋସିଟି ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି  ଗାଡିକୁ ଜବତ କରିବା ସହ  ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଛି। 

ଆହୁରି ପଢନ୍ତୁ : କଲେଜ ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ