ଭୁବନେଶ୍ବର, ୧୯/୦୫:  କେନ୍ଦ୍ର କୃଷି ମନ୍ତ୍ରାଳୟ ଦ୍ୱାରା ପୂର୍ବାଞ୍ଚଳ କୃଷି ସମ୍ମିଳନୀ ଆୟୋଜିତ । ଏହାକୁ ଅଧ୍ୟକ୍ଷତା କରିଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନ । କୃଷି କ୍ଷେତ୍ରରେ ଦେଖା ଦେଇଥିବା ବିଭିନ୍ନ ସମସ୍ୟା ଏବଂ ଏହାର ସମାଧାନ ନେଇ ଏଥିରେ ଆଲୋଚନା ହୋଇଛି । ଏହି ଅବସରରେ କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନ ବଡ଼ ବୟାନ ଦେଇଛନ୍ତି । ପଶ୍ଚିମ ଏସିଆ ଯୁଦ୍ଧ ଏବଂ ଅନ୍ତର୍ଜାତୀୟ ସ୍ଥିତି ଯୋଗୁଁ ସାର ପାଇଁ ଦେଶରେ ଚିନ୍ତା ବଢିଛି । ସାର୍ ଠିକ୍ ଭାବେ ଆମଦାନୀ ହେଉନାହିଁ । ନକଲି କୀଟନାଶକ ବଜାରରେ ବିକ୍ରି ହେଇଛି । ଏହା ଦ୍ବାରା ଲୋକେ ରୋଗାକ୍ରାନ୍ତ ହେଉଛନ୍ତି । ଶୀରରକୁ ଏହି ଘତକ ପେଷ୍ଟସାଇଡ୍ ଦ୍ବାରା ଲୋକଙ୍କ ରୋଗ ମାଡ଼ି ବସୁଛି ବୋଲି କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂହ ଚୌହାନ କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି, କେନ୍ଦ୍ର ସରକାର ସାର କାଳବଜାରୀ ଉପରେ ତୀକ୍ଷ୍ନନଜର ରଖିଛନ୍ତି । ସାର କଳାବଜାରୀ ଉପରେ ସମ୍ପୂର୍ଣ୍ଣ ଭାବେ ରୋକ୍ ଲାଗିବ । ଲାଭଖୋର ଦୋକାନୀ ଉପରେ ସରକାର ନଜର ରଖିଛନ୍ତି । ସାର କଳାବଜାରୀ କଲେ କାହାକୁ ବି ଛଡ଼ା ଯିବନି । ସେମାନଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ।  

ସେହିପରି କୃଷି ଓ କୃଷକଙ୍କ ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂହ ଚୌହାନ । ଚାଷୀ ପାଇଁ ତିଆରି ହେବ ଫାର୍ମର ଆଇଡି । ଏହି ଆଇଡିରେ ଚାଷୀଙ୍କ ସମ୍ପତ୍ତି, ପରିବାର ସଦସ୍ୟ ସଂଖ୍ୟା ସହ ଚାଷୀଙ୍କର ଜମିଜମାର ସବୁ ତଥ୍ୟ ରହିବ । ଏହା ଦ୍ୱାରା ଚାଷୀଙ୍କୁ  ଦୁଇ ମିନିଟରେ ଲୋନ ମିଳିୟିବ  । ଏହି ସୁବିଧା ଉଠାଇବା ପାଇଁ ସବୁ ରାଜ୍ୟ ଶୀଘ୍ର ଫର୍ମର ଆଇଡି ପ୍ରସ୍ତୁତ କରନ୍ତୁ ବୋଲି କେନ୍ଦ୍ର କୃଷିମନ୍ତ୍ରୀ ଘୋଷଣା କରିଛନ୍ତି ।  କହିଛନ୍ତି । ଆଗକୁ ଅଭାବୀ ବର୍ଷାର ଆଶଙ୍କା ରହିଛି । ଏଭଳି ସ୍ଥିତି ପାଇଁ ସମସ୍ତ ରାଜ୍ୟ ଆଗୁଆ ପ୍ରସ୍ତୁତ ରୁହନ୍ତୁ ବୋଲି  କେନ୍ଦ୍ର ମନ୍ତ୍ରୀ କହିଛନ୍ତି ।

ପଶ୍ଚିମବଙ୍ଗ କଥା ଉଠାଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ମମତା ବାନାର୍ଜୀଙ୍କ ଉପରେ ବର୍ଷିଛନ୍ତି ଶିବରାଜ ସିଂହ ଚୌହାନ । ସେ କହିଛନ୍ତି, ପଶ୍ଚିମବଙ୍ଗରେ ଚାଷୀ ପାଇଁ ଉଦ୍ଧିଷ୍ଟ କେନ୍ଦ୍ରର ବହୁ ଯୋଜନା ଲାଗୁ ହୋଇନଥିଲା । ତେଣୁ ସେଠାକାର ଚାଷୀ ସରକାରୀ ଯୋଜନାର ଫାଇଦା ଉଠାଇ ପାରିଲେ ନାହିଁ । ମମତା ଦିଦିଙ୍କ ପାଇଁ ଏସବୁ ଘଟିଲା । ସଠିକ୍ ଭାବେ ଚେଷ୍ଟା କଲେ କୃଷି ଗ୍ରୋଥର ଇଂଜିନ ହେବ ପୂର୍ବ ଭାରତ । ଉତ୍ପାଦନ ହାର କିଛି ସ୍ଥାନରେ କମ୍ ରହିଛି, ଏହାକୁ ଜାତୀୟ ହାର ଠାରୁ ଅଧିକ ବଢ଼ାଇବାକୁ ପଡିବ । ସେହିପରି ପୋଷଣ ହାର ବୃଦ୍ଧି କରି ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିବାକୁ ପଡିବ । ସେହିପରି ସ୍ୱତନ୍ତ୍ର ମଡେଲ ଜରିଆରେ ମିଶ୍ରିତ କୃଷି ପାଇଁ ଚାଷୀଙ୍କୁ ପ୍ରେରିତ କରାଅ ବୋଲି ରାଜ୍ୟମାନଙ୍କୁ ଆହ୍ବାନ ଦେଇଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ ।

କେନ୍ଦ୍ର କୃଷି ମନ୍ତ୍ରାଳୟ ଦ୍ୱାରା ଆୟୋଜିତ ପୂର୍ବାଞ୍ଚଳ କୃଷି ସମ୍ମିଳନୀ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଯୋଗ ଦେଇଥିଲେ । ସମ୍ମିଳନୀରେ ବିଭିନ୍ନ ରାଜ୍ୟର କୃଷି ମନ୍ତ୍ରୀ, କୃଷି ବିଭାଗର ବରିଷ୍ଠ ଅଧିକାରୀ, ବୈଜ୍ଞାନିକ, କୃଷକ ପ୍ରତିନିଧି, କୃଷି ବିଶେଷଜ୍ଞ ସାମିଲ୍ ହୋଇଥିଲେ ।

ଅଧିକ ପଢନ୍ତୁ- Zonal Agriculture: କୃଷି ବିଭାଗ ଉପରେ ତୈଳ ସଙ୍କଟ ପ୍ରଭାବ, ପ୍ରାକୃତିକ ପ୍ରଣାଳୀରେ ଚାଷ କରିବାକୁ ଆହ୍ବାନ​​​​​​​