ସୋନପୁର,୧୦।୫ : କାନ୍ଥ ତାଡିଲେ। ମୋବାଇଲ୍ ଦୋକାନରୁ ଲୁଟି ନେଲେ ଦାମୀ ମୋବାଇଲ। ୧୭ ଲକ୍ଷ ଟଙ୍କାର ମୋବାଇଲ ଲୁଟି ନେଲେ ଲୁଟେରା। ବୀରମହାରାଜପୁର ସହରରେ ଥିବା ଶିବା ମୋବାଇଲ୍ ଦୋକାନରୁ ଏଭଳି ଚୋରୀ ହୋଇଥିବା ଅଭିଯୋଗ ହୋଇଛି। ପୁଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି।

ଶନିବାର ବିଳମ୍ବିତ ରାତିରେ କେହି ଦୁର୍ବୁତ୍ତ ଶିବା ମୋବାଇଲ ଦୋକାନର ପଛ ପଟ କାନ୍ଥ ଭାଙ୍ଗି ଭିତରକୁ ପଶିଥିଲା। ସିସିଟିଭି କ୍ୟାମେରାରୁ ବଞ୍ଚିବା ପାଇଁ ଦୁର୍ବୁତ୍ତ ଜଣକ ଚତୁରତାର ସହ ମୁହଁରେ ମାସ୍କ ଲଗାଇବା ସହିତ ଏକ ଛତା ଧରି ଭିତରକୁ ପଶିଥିଲେ। ଫଳରେ ସିସିଟିଭିରେ ଦୁର୍ବୃତ୍ତ ଜଣକ ଜଣା ପଡୁନାହିଁ। ମୋବାଇଲ ଦୋକାନରୁ ପ୍ରାୟ ୪୭ ଟି ଦାମୀ ମୋବାଇଲ ନେଇଯାଇଥିବା ଅଭିଯୋଗ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୧୭ ଲକ୍ଷ ଟଙ୍କା ହେବ ବୋଲି କହିଛନ୍ତି ଦୋକାନ କର୍ମଚାରୀ । କେବଳ ମୋବାଇଲ ନୁହେଁ ଡ୍ରୟର ରେ ଥିବା ପ୍ରାୟ ୮ ହଜାର ଟଙ୍କା ଓ ଡେମୋ ମୋବାଇଲ ମଧ୍ୟ ଚୋରି ହୋଇଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଅଧିକ ତନାଘନା କରିଥିବାବେଳେ ଡଗ ସ୍କ୍ବାଡ ସାହାଯ୍ୟରେ ତଦନ୍ତ କରାଯିବ ବୋଲି ସୂଚନା ମିଳିଛି ।

ଆହୁରି ପଢନ୍ତୁ : କାନୁପୁର ଡ୍ୟାମ୍ ନିର୍ମାଣ କାମ ବେଳେ ଅଘଟଣ : ବିଦ୍ୟୁତ୍ ଆଘାତରେ ୨ ଶ୍ରମିକଙ୍କ ମୃତ୍ୟୁ