ମୁମ୍ୱାଇ,୧୧/୦୪: ଶ୍ରଦ୍ଧା କପୁର ଏବେ ଲକ୍ଷ୍ମଣ ଉତେକରଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଇଥା’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଇତିମଧ୍ୟରେ ନିର୍ଦ୍ଦେଶକ ଅମର କୌଶିକ ଓ ପ୍ରଯୋଜକ ଦିନେଶ ଭିଜନ ତାଙ୍କୁ ଏକ ବଡ଼ ଅଫର୍ ଦେଇଛନ୍ତି । ପୌରାଣିକ ମହାକାବ୍ୟ ‘ମହାବତାର’ ଫିଲ୍ମ ପାଇଁ ତାଙ୍କୁ ପସନ୍ଦ କରିଛନ୍ତି । ରିପୋର୍ଟ ଅନୁସାରେ, ଫିଲ୍ମରେ ଭିକି କୌଶଲଙ୍କ ଅପୋଜିଟ୍ରେ ଅଭିନୟ ଲାଗି ଶ୍ରଦ୍ଧା ନିର୍ମାତାଙ୍କ ପ୍ରଥମ ପସନ୍ଦ ।
ଆହୁରି ପଢନ୍ତୁ-‘ସକିଂ ଟ୍ବିଷ୍ଟ- ଟର୍ଣ୍ଣ ଏବଂ ଡାର୍କ ଅନୁଭବ…’, ‘ମିର୍ଜାପୁର’ ସିରିଜରୁ ବି ଅଧିକ ବିପଦ ହେବ ଏହି ଫିଲ୍ମର କାହାଣୀ
‘ମହାବତାର’ ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ‘ସ୍ତ୍ରୀ-୨’ ନିର୍ଦ୍ଦେଶକ ଅମର କୌଶିକ । ଫିଲ୍ମରେ ଭିକି କୌଶଲ ଚିରଞ୍ଜୀବୀ ପର୍ଶୁରାମ ଭୂମିକାରେ ଅଭିନୟ କରିବେ, ଯିଏକି ଏହି ପୌରାଣିକ ନାଟକର ମୁଖ୍ୟ ଯୋଦ୍ଧା । ଫିଲ୍ମକୁ ଏହି ବ୍ୟାନର୍ ଅଧୀନରେ ନିର୍ମିତ ଏପର୍ଯ୍ୟନ୍ତର ସବୁଠୁ ମହତ୍ୱାକାଂକ୍ଷୀ ପ୍ରୋଜେକ୍ଟ ଭାବେ ବିବେଚନା କରାଯାଉଛି । ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଫିଲ୍ମ ପାଇଁ ଶ୍ରଦ୍ଧାଙ୍କ ସହ ଆଲୋଚନା ଚାଲିଛି । ଚୂଡ଼ାନ୍ତ ନିଷ୍ପତ୍ତି ପରେ ଜୁନ୍ ପରେ ଫିଲ୍ମର ସୁଟିଂ ଆରମ୍ଭ ହେବ । ଏପରି ହେଲେ ଭିକି-ଶ୍ରଦ୍ଧା ପ୍ରଥମ ଥର ବଡ଼ ପରଦାକୁ ଆସିବେ । ଏହି ଯୋଡ଼ିକୁ ଦର୍ଶକ ପସନ୍ଦ କରିବେ ବୋଲି ନିର୍ମାତା ଦୃଢ଼ତାର ସହ କହିଛନ୍ତି । ଏ ନେଇ ଶ୍ରଦ୍ଧାଙ୍କ ତରଫରୁ କୌଣସି ପ୍ରତିକ୍ରିୟା ଆସିନାହିଁ । ତେବେ ‘ମହାବତାର’ ସହ ପ୍ରଥମ ଥର ଶ୍ରଦ୍ଧାଙ୍କ ନାଁ ଯୋଡ଼ି ହୋଇନାହିଁ । ଏହା ପୂର୍ବରୁ ଦୀପିକାଙ୍କ ସହ ପ୍ରଡକ୍ସନ୍ ହାଉସ୍ର ଆଲୋଚନା ଚାଲିଥିବା ଚର୍ଚ୍ଚା ହୋଇଥିଲା ।