ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ନୂଆ ଟି-୨୦ ଅଧିନାୟକ ଶ୍ରେୟସ ଆୟାର ଏକ ନୂଆ ରେକର୍ଡ ନିଜ ନାମରେ କରିଛନ୍ତି । ପୂର୍ବତନ ଅଧିନାୟକ ରୋହିତ ଶର୍ମାଙ୍କୁ ପଛରେ ପକାଇଥିବାବେଳେ ବିରାଟ କୋହଲିଙ୍କ ସମକକ୍ଷ ହୋଇଛନ୍ତି । ଲଗାତାର ଷଷ୍ଠ ମ୍ୟାଚରେ ଟସ୍ ଜିତିବାର ରେକର୍ଡ କରିଛନ୍ତି ଶ୍ରେୟସ । ତେବେ ଏହି ତାଲିକାରେ ଭାରତର ପୂର୍ବତନ ସଫଳ ଅଧିନାୟକ ମହେନ୍ଦ୍ରସିଂହ ଧୋନୀ ଆଗରେ ରହିଛନ୍ତି । ସେ ଟି-୨୦ରେ ଲଗାତାର ୭ଥର ଟସ୍ ଜିତି ଆଗରେ ରହିଛନ୍ତି । ଏବେ ଶ୍ରେୟସ ୬ଥର ଲଗାତାର ଟସ୍ ଜିତିଥିବାବେଳେ ବିରାଟ ମଧ୍ୟ ଲଗାତାର ୬ଥର ଟସ୍ ଜିତିଛନ୍ତି ।

ସେପଟେ ସେମାନଙ୍କ ପଛକୁ ରହିଛନ୍ତି ରୋହିତ ଶର୍ମା । ସେ ଲଗାତାର ୫ଥର ଟସ୍ ଜିତିଥିଲେ । ୨୦୨୨ ମସିହାରେ ସେ ଏହି ରେରକ୍ଡ କରିଥିଲେ । ତାଙ୍କ ପଛରେ ପୁଣି ରହିଛି ଧୋନୀଙ୍କ ନାମ । ଧୋନୀ ଅଧିନାୟକ ଭାବେ ଟି-୨୦ ଲଗାତାର ୪ଥର ଟସ୍ ଜିତିଛନ୍ତି । ଯାହାକି ୨୦୦୭ ମସିହାରେ ରହିଥିଲା । ତେବେ ଇଂଲଣ୍ଡ ବିପକ୍ଷ ପଞ୍ଚମ ମୁକାବିଲା ଶ୍ରେୟସ ଯଦି ଟସ୍ ଜିତନ୍ତି ତାହେଲେ ସେ ଧୋନୀଙ୍କ ସମକକ୍ଷ ହେବେ । ଯଦିଓ ଲଗାତାର ଟସ୍ ଜିତୁଛନ୍ତି ତଥାପି ଦଳ ପରାଜୟର ବରଣ କରୁଥିବାବେଳେ ସମାଲୋଚନାର ଶିକାର ହେଉଛି । ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟି-୨୦ କର ବା ମର ସ୍ଥିତି ରହିଛି ।

ଆୟାର୍ଲାଣ୍ଡ ବିପକ୍ଷ ୨ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ହାରିଛି ଭାରତ । ଆଉ ଏବେ ଇଂଲଣ୍ଡ ବିପକ୍ଷ ପ୍ରଥମ ଦୁଇ ମ୍ୟାଚ ମଧ୍ୟ ହାରି ସାରିଛି । ବିଶ୍ବର ନମ୍ବର ଟିମ୍ ଲଗାତାର ୨ଟି ଟି-୨୦ ବିଶ୍ବକପ ମଧ୍ୟ ହାତେଇଛି । ତଥାପି ଏଭଳି ଲଗାତାର ଲଜ୍ଜାଜନକ ପରାଜୟ ଏବେ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି । ଦଳର ଅନେକ ଖେଳାଳି ବଦଳିଛନ୍ତି ଏବଂ ଅଧିନାୟକ ବଦଳିଛନ୍ତି ତଥାପି ପରାଜୟକୁ ଏଡ଼ାଇ ପାରୁନି ଭାରତ । ଯୁବ ପ୍ରତିଭା ବୈଭବଙ୍କୁ ଦଳରେ ସୁଯୋଗ ମିଳିଥିଲେ ସୁଦ୍ଧା ସେ ବଡ଼ ପାଳି ଖେଳିବାରେ ବିଫଳ ହୋଇଛନ୍ତି ।

ଏହାସହ ପଢ଼ନ୍ତୁ : Vaibhav Sooryavanshi: ବଡ଼ ପାଳି ଖେଳିବାରେ ବୈଭବ ପୁଣି ବିଫଳ, ଆଗକୁ କ’ଣ ହେବ ?