ନୂଆଦିଲ୍ଲୀ,୧୩/୦୬; ଭାରତ ବନାମ ଆଫଗାନିସ୍ତାନ ମଧ୍ୟରେ ଆଜିଠୁ ଦିନିକିଆ ସିରିଜ ଆରମ୍ଭ ହେବ । ଧର୍ମାଶାଳାରେ ପ୍ରଥମ ଦିନିକିଆ ଖେଳାଯିବ । ବର୍ଷା କାରଣକୁ ଏ ପର୍ଯ୍ୟନ୍ତ ଟସ୍ ପଡି ପାରିନାହିଁ । ତେବେ ଶ୍ରେୟାସ ଆୟରଙ୍କ ପାଖରେ ରେକର୍ଡ କରିବାର ସୁଯୋଗ ରହିଛି । ବିରାଟ କୋହଲି ଏହି ସିରିଜରୁ ବାଦ ପଡ଼ିବା ପରେ, ମଧ୍ୟକ୍ରମରେ ସର୍ବାଧିକ ରନ କରିବାର ଦାୟିତ୍ୱ ଶ୍ରେୟାସ ଆୟରଙ୍କ ଉପରେ ରହିବ । ଯଦି ସେ ଏକ ଲମ୍ବା ଇନିଂସ ଖେଳିବେ, ତେବେ ସେ ନିଶ୍ଚିତ ଭାବରେ ୧୦ ବର୍ଷର ପୁରୁଣା ରେକର୍ଡ ଭାଙ୍ଗିବେ ।
ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଏକଦିବସୀୟ ସିରିଜ୍ ଆଜିଠୁ ଆରମ୍ଭ ହେବ । ପ୍ରଥମ ମ୍ୟାଚ୍ ଧର୍ମଶାଳାରେ ଖେଳାଯିବ। ବିରାଟ କୋହଲି ଏହି ସିରିଜରେ ନାହାନ୍ତି, ତେଣୁ ରୋହିତ ଶର୍ମା, ଶୁଭମନ ଗିଲ୍ ଏବଂ ଶ୍ରେୟାସ ଆୟରଙ୍କ ପରି ବ୍ୟାଟରମାନଙ୍କୁ ସର୍ବାଧିକ ରନ ସ୍କୋର କରିବାର ଦାୟିତ୍ୱ ନେବେ । ଶ୍ରେୟାସ ଆୟରଙ୍କ ଉପରେ ବିଶେଷ ନଜର ରହିବ କାରଣ ସେ କେବଳ ଦଳର ଉପ-ଅଧିନାୟକ ନୁହଁନ୍ତି, ବରଂ ସେ ଏବେ ଟି-୨୦ ଦଳର ଅଧିନାୟକ ମଧ୍ୟ ହୋଇଛନ୍ତି । ତେଣୁ ଏହି ଫର୍ମାଟରେ, ପ୍ରତ୍ୟେକ ମ୍ୟାଚ୍ରେ ତାଙ୍କର ପ୍ରଦର୍ଶନ ଉପରେ ନଜର ରହିବ । ଏସବୁ ବ୍ୟତୀତ, ଆୟରଙ୍କ ପାଖରେ ପ୍ରଥମ ମ୍ୟାଚ୍ରେ ଦ୍ରୁତତମ ୩୦୦୦ ରନ୍ ପୂରଣ କରିବାର ରେକର୍ଡ ସ୍ଥାପନ କରିପାରିବେ । ଯଦି ଶ୍ରେୟାସ ପ୍ରଥମ ଦିନିକିଆରେ ୨୩ ରନ୍ କରିବାରେ ସଫଳ ହୁଅନ୍ତି, ତେବେ ସେ ଏହି ସଫଳତା ହାସଲ କରିବେ ।
ଆୟରଙ୍କ ପାଖରେ ମାତ୍ର ୭୧ ଇନିଂସରେ ଏହି ସଫଳତା ହାସଲ କରିବାର ସୁଯୋଗ ଅଛି । ବର୍ତ୍ତମାନର ରେକର୍ଡ ସବୁଠାରୁ ଦ୍ରୁତତମ ଭାରତୀୟ ଭାବରେ ୩,୦୦୦ ଦିନିକିଆ ରନ୍ ପୂରଣ କରିବାର ପୂର୍ବତନ ଓପନର ଶିଖର ଧାୱନଙ୍କ ନାମରେ ଅଛି । ଯିଏକି ୭୨ ଇନିଂସରେ ଏହି ସଫଳତା ହାସଲ କରିଥିଲେ। ଟିମ୍ ଇଣ୍ଡିଆ ପାଇଁ ପ୍ରାୟତଃ ଚତୁର୍ଥ ନମ୍ବରରେ ବ୍ୟାଟିଂ କରୁଥିବା ଶ୍ରେୟାସ ଆୟର ଏପର୍ଯ୍ୟନ୍ତ ୭୬ଟି ଦିନିକିଆ ମ୍ୟାଚରେ ୭୦ ଇନିଂସରେ ୨୯୭୭ ରନ୍ କରିଛନ୍ତି । ତାଙ୍କର ହାରାହାରି ୪୬ ଏବଂ ତାଙ୍କର ଷ୍ଟ୍ରାଇକ୍ ରେଟ୍ ୯୮ । ସେ ୫ଟି ଶତକ ଏବଂ ୨୩ଟି ଅର୍ଦ୍ଧଶତକ ହାସଲ କରିଛନ୍ତି।
ଏହା ବି ପଢନ୍ତୁ...Rohit Sharma: ହିଟ୍ମ୍ୟାନ୍ ରୋହିତ ଏହି ଷ୍ଟାଟଅପ୍ରେ ଲଗାଉଛନ୍ତି ଟଙ୍କା, ବ୍ରାଣ୍ଡ ଆମ୍ବାସଡରରୁ ଏବେ ନିବେଶକ
ଘରୋଇ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ୩ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ । ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ ଗ୍ରାଉଣ୍ଡ୍ରେ ଉଭୟ ଦଳ ଜୋରଦାର ପ୍ରସ୍ତତି କରିଛନ୍ତି । ଭାରତ ବିପକ୍ଷରେ ଗୋଟିଏ ହେଲେ ମ୍ୟାଚ ଜିତି ନଥିବା ଆଫଗାନିସ୍ତାନ ପରାଜୟ ଧାରାରେ ବ୍ରେକ୍ ଲଗାଇବାକୁ ଆଶାବାଦୀ ରହିଛି । ଭାରତ ଭେଟେରାନ ଓ ଯୁବ ଖେଳାଳିଙ୍କୁ ନେଇ ଏକ ସନ୍ତୁଳିତ ଦଳ ଗଢ଼ିବାକୁ ନିଷ୍ପତ୍ତି ନେଇଛି । ଉଭୟ ଦଳର ଯୋଜନା ଭିନ୍ନ ଥିଲେ ହେଁ ଲକ୍ଷ୍ୟ କେବଳ ବିଜୟ ରହିଛି । କିନ୍ତୁ ବର୍ଷା ମ୍ୟାଚ ଆରମ୍ଭ ନ ହେଉଣୁ ଖଳନାୟକ ସାଜିଛି । ବର୍ଷା ଲାଗି ରହିଥିବାରୁ ଏ ପର୍ଯ୍ୟନ୍ତ ଟସ୍ ପଡି ପାରୁନାହିଁ । ଯଦି ବର୍ଷା ଏମିତି ଲାଗି ରୁହେ ତେବେ ପ୍ରଥମ ଦିନିକିଆ ବାତିଲ୍ ହେବାର ଆଶଙ୍କା ଉପୁଜିଛି ।