ନୂଆଦିଲ୍ଲୀ,୧୧।୧୨: ବଢିଲା ସ୍ପେଶାଲ ଇନଟେନସିଭ ରିଭିଜନ୍ ବା ଏସଆଇଆର ସମୟସୀମା। ୬ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ ସମୟ ସୀମା ବୃଦ୍ଧି କରିଥିବା ନେଇ ନିର୍ବାଚନ କମିଶନ୍ ଘୋଷଣା କରିଛନ୍ତି। ଏଥିରେ ତାମିଲନାଡୁ, ଗୁଜରାଟ, ମଧ୍ୟ ପ୍ରଦେଶ, ଛତିଶଗଡ଼, ଆଣ୍ଡାମାନ ଓ ନିକୋବର ଏବଂ ଉତ୍ତର ପ୍ରଦେଶ ରହିଛି। ଏବେ ଏଠିକାର ମତାଦାତାଙ୍କୁ କିଛି ମାତ୍ରାରେ ଆଶ୍ବସ୍ତି ମିଳିଛି। ନିର୍ବାଚନ କମିଶନ୍ ଏହି ନିଷ୍ପତ୍ତି ବିଭିନ୍ନ ରାଜ୍ୟରୁ ମିଳୁଥିବା ଆବେଦନ ସଂଖ୍ୟା ଓ ଯାନ୍ତ୍ରିକ/ପ୍ରଶାସନିକ କାରଣକୁ ଦେଖିବା ପରେ ନେଇଛନ୍ତି।

ତାମିଲନାଡୁ ଓ ଗୁଜରାଟରେ ଏସଆଇଆର ଫର୍ମ ଜମା କରିବାର ସମୟ ସୀମା ୧୪ ଡିସେମ୍ବର ୨୦୨୫ ଥିଲା,ଯାହାକୁ ନିର୍ବାଚନ କମିଶନ ବଢାଇକି ଏହି ଦୁଇ ରାଜ୍ୟରେ ଏବେ ୧୯ ଡିସେମ୍ବର ୨୦୨୫ କରିଦେଇଛନ୍ତି। ଏହାର ଅର୍ଥ ଏହି ରାଜ୍ୟରେ ହିତାଧିକାରୀଙ୍କୁ ଆବଶ୍ୟକୀୟ ଡକ୍ୟୁମେଣ୍ଟ ପ୍ରସ୍ତୁତ କରିବା ଓ ଜମା କରିବା ପାଇଁ ୫ ଦିନର ଅତିରିକ୍ତ ସମୟ ମିଳିଛି। ନିର୍ବାଚନ କମିଶନ ମଧ୍ୟ ପ୍ରଦେଶ, ଛତିଶଗଡ ଏବଂ ଆଣ୍ଡାମାନ ଓ ନିକୋବର ପାଇଁ ଅନ୍ତିମ ତାରିଖ ୧୮ ଡିସେମ୍ବର ୨୦୨୫ (ଗୁରୁବାର)କୁ ବଢାଇ ୨୩ ଡିସେମ୍ବର ୨୦୨୫ (ମଙ୍ଗଳବାର) କରିଦେଇଛନ୍ତି। ସେଭଳି ୟୁପିରେ ଏସଆଇଆର ଅନ୍ତିମ ତାରିଖ ୨୬ରୁ ବଢାଇ ୩୧ ଡିସେମ୍ବର (ବୁଧବାର) କରିଦେଇଛନ୍ତି। ନିର୍ବାଚନ କମିଶନ ଏହି ସବୁ ରାଜ୍ୟର ନାଗରିକଙ୍କୁ ଅପିଲ କରିଛନ୍ତି, ବଢିଥିବା ତାରିଖର ଲାଭ ଉଠାଇ ଶୀଘ୍ର ନିଜର କାମ ପୁରା କରିନିଅ।

ଅନ୍ୟପକ୍ଷେ ଉତ୍ତର ପ୍ରଦେଶର ମୁଖ୍ୟ ନିର୍ବାଚନ ଅଧିକାରୀ ନଭଦୀପ କହିଛନ୍ତି ରାଜ୍ୟରେ ଏସଆଇଆରର ପକ୍ରିୟାକୁ ସୁବ୍ୟବସ୍ଥିତ ଢଙ୍ଗରେ ପୂରଣ କରିବା ତଥା ଶୁଦ୍ଧ ମତଦାତା ସୂଚୀକୁ ତିଆରି କରିବା ପାଇଁ ଭାରତର ନିର୍ବାଚନ କମିଶନଙ୍କୁ ୨ ସପ୍ତାହର ସମୟ ଆହୁରି ବଢାଇବାକୁ ଅନୁରୋଧ କରାଯାଇଥିଲା ଯାହାଫଳରେ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ଦ୍ବାରା ମୃତକ, ଶିଫ୍ଟେଡ୍ ତଥା ଅନୁପସ୍ଥିତ ମତଦାତାଙ୍କ ପୁନଃଯାଞ୍ଚ କରିହେବ।

ଆହୁରି ପଢନ୍ତୁ :ଭାରତରେ ନିଷିଧ ଇ-ସିଗାରେଟ୍‌ ସଂସଦରେ କିଏ ପିଉଥିଲେ ? ବିଜେପି ସାଂସଦ ଅନୁରାଗ ଠାକୁର ଆଣିଲେ ଅଭିଯୋଗ

ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି, ଭାରତର ନିର୍ବାଚନ କମିଶନଙ୍କ ଦ୍ବାରା ଯୋଗ୍ୟତା ତାରିଖ ୧ ଜାନୁଆରୀ ୨୦୨୬ ଆଧାରରେ ଚାଲିଥିବା ରାଜ୍ୟରେ ଏସ୍ଆଇଆର ଘୋଷିତ ତାରିଖକୁ ବଢାଇ ପୁନଃ ସଂଶୋଧିତ ତାରିଖ  ଜାରି କରି ଦିଆଯାଇଛି। ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି, ସଂଶୋଧିତ ତାରି ଅନୁସାରେ, ୨୬ ଡିସେମ୍ବର ୨୦୨୫ ପର୍ଯ୍ୟନ୍ତ ଗଣନା ଅବଧି ନିର୍ଦ୍ଧାରିତ କରାଯାଇଛି। ସେ କହିଛନ୍ତି, ନିର୍ବାଚନ ତାଲିକା ପ୍ରସ୍ତୁତକାରୀ ଏବେ ୩୧ ଡିସେମ୍ବର ୨୦୨୫ରେ ହେବ। ଦାବି ଓ ଆପତ୍ତି ପ୍ରାପ୍ତ କରିବାର ଅବଧି ୩୧ ଡିସେମ୍ବର ୨୦୨୫ ରୁ ୩୦ ଜାନୁଆରୀ ୨୦୨୬ ପର୍ଯ୍ୟନ୍ତ ନିର୍ଦ୍ଧାରିତ କରାଯାଇଛି। ୩୧ ଡିସେମ୍ବର ୨୦୨୫ ରୁ ୨୧ ଫେବୃଆରୀ ୨୦୨୬ ପର୍ଯ୍ୟନ୍ତ ନୋଟିସ୍ ଚରଣ ଗଣନା ଫର୍ମ ଗୁଡିକ ଉପରେ ନିଷ୍ପତ୍ତି ଓ ଦାବି ଏବଂ ଆପତ୍ତିକୁ ନଷ୍ଟ କରାଯିବ। ଉତ୍ତର ପ୍ରଦେଶ ମତଦାତା ସୂଚୀର ଅନ୍ତିମ ପ୍ରକାଶନ ଏବେ ୨୮ ଫେବୃଆରୀ ୨୦୨୬କୁ କରାଯିବ।