ସାହାଜପାଲ, ୭।୩: ୪ ମାସ ଧରି ଭତ୍ତା ଟଙ୍କା ପାଇଁ ବ୍ଲକ୍କୁ ଦୌଡ଼ୁଛନ୍ତି ଦିବ୍ୟାଙ୍ଗ ସୁମନ୍ତ ବିଶି । କେନ୍ଦ୍ର ଓ ରାଜ୍ୟ ସରକାର ବୃଦ୍ଧ, ବୃଦ୍ଧା, ବିଧବା, ବିକଳାଙ୍ଗ ଓ ଦିବ୍ୟାଙ୍ଗମାନଙ୍କ ପାଇଁ ଭତ୍ତା ଟଙ୍କା ଯୋଗାଇ ଦେଉଛନ୍ତି ତାହା କୌଣସି କାମକୁ ନାହିଁ । ଏହିଭଳି ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ସଦର ବ୍ଲକ ତାଳଶରଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସଂଗ୍ରାମପୁର ଗ୍ରାମର ୨୦ ବର୍ଷୀୟ ସୁମନ୍ତ ବିଶି ଜଣେ ଦିବ୍ୟାଙ୍ଗ ବ୍ୟକ୍ତି । ଆଜକୁ ୫ ମାସ ହେବାକୁ ବସିଲାଣି ହେଲେ ହେଲେ ଦିବ୍ୟାଙ୍ଗ ଭତ୍ତା ଟଙ୍କା ପାଉନଥିବା ଅଭିଯୋଗ ହେଉଛି । ଏହି ଦିବ୍ୟାଙ୍ଗ ବ୍ୟକ୍ତି ତାଳଶରଡ଼ା ଗ୍ରାମ ପଞ୍ଚାୟତ ଓ ବ୍ଲକ କାର୍ଯ୍ୟାଳୟ ଯାଇ ନିଜର କାଗଜ ପତ୍ର ଦେଇ ନୟାନ୍ତ ହୋଇସାରିଲେଣି । କିନ୍ତୁ, ଏ ଦିଗରେ ଭତ୍ତା ଦେଉଥିବା ବିଏସ୍ ଓ ଅଧିକାରୀ ଏବଂ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ନଜରରେ ଆସୁନି । ୪ମାସ ସମ୍ପର୍ନ୍ନ ହୋଇ ୫ମାସ ପରିବାକୁ ବସିଲାଣି ଖାତାକୁ ଆସୁନି ଟଙ୍କା ।
ଏହା ବି ପଢ଼ନ୍ତୁ... ମହେନ୍ଦ୍ରଗିରିରେ ଗର୍ଜିଲେ ଶତାଧିକ ଅଞ୍ଚଳବାସୀ, ହିଂସାକାଣ୍ଡ ଭିଆଉଥିବା ଅପରାଧୀଙ୍କୁ ଗିରଫ କରିବାକୁ ଦାବି
ଯଦି ଏଠାରେ ଭତ୍ତା ପାଉଥିବା ବୃଦ୍ଧ, ବୃଦ୍ଧା, ବିଧବା, ବିକଳାଙ୍ଗ ଓ ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କୁ ବାରମ୍ବାର ପଞ୍ଚାୟତ ସମିତି କାର୍ଯ୍ୟାଳୟକୁ ଦଉଡ଼ାଉଛନ୍ତି । ଭତ୍ତା ପାଉଥିବା ବ୍ୟକ୍ତିଙ୍କୁ ବାରମ୍ବାର ଦଉଡ଼ାଇବା ଅଧିକାରୀଙ୍କ ମଧ୍ୟରେ ଏକ ପ୍ରତିଯୋଗିତା କି ? ଏ ବାବଦରେ ତାଳଶରଡ଼ା ଗ୍ରାମ ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ସୌଦାମିନୀ ନାଏକଙ୍କୁ ଯୋଗାଯୋଗ କରିବାରୁ ସେ କହିଥିଲେ ମୁଁ କାଗଜ ପତ୍ର ବ୍ଲକରେ ଦେଇଛି ବୋଲି କହିଥିଲେ । ଉପରୁ ଟଙ୍କା ଅଟକି ରହିଛି କ’ଣ ପାଇଁ ତୁରନ୍ତ ସୁମନ୍ତ ବିଶିଙ୍କୁ ୪ ମାସର ୧୪ ହଜାର ଟଙ୍କା ମିଳିବା ପାଇଁ ଜିଲ୍ଲା ପ୍ରଶାସନଙ୍କୁ ଦାବି ହେଉଛି ।