ଭୁବନେଶ୍ବର, ୨୭।୧୦ : ବାତ୍ୟା ଓ ବନ୍ୟାର ପୂର୍ଣ୍ଣାଙ୍ଗ କ୍ଷୟକ୍ଷତି ରିପୋର୍ଟ ଦେବାକୁ ଏସଆରସି ଜିଲାପାଳଙ୍କୁ ନର୍ଦେଶ ଦେଇଛନ୍ତି। ପ୍ରଭାବିତ ୧୪ ଜିଲ୍ଲାର ଜିଲ୍ଲାପାଳଙ୍କୁ ଏସଆରସିଙ୍କ ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ ବିଭାଗୀୟ ଅଧିକାରୀମାନଙ୍କୁ ମଧ୍ୟ କ୍ଷୟକ୍ଷତିର ଚୂଡାନ୍ତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୨ ତାରିଖ ସୁଦ୍ଧା ପୂର୍ଣ୍ଣାଙ୍ଗ ରିପୋର୍ଟ ଦେବାକୁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି।
ସୂଚନାଯୋଗ୍ୟ ବାତ୍ୟା ପରେ ବନ୍ୟା ସୃଷ୍ଟି ହୋଇ ବ୍ୟାପକ କ୍ଷୟକ୍ଷତି ଘଟିଛି। ବିଶେଷ କରି ଭଦ୍ରକ, ବାଲେଶ୍ବର, କେନ୍ଦ୍ରାପଡାରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ଏଥିସହ ଅନ୍ୟ ଜିଲାରେ ମଧ୍ୟ କ୍ଷତି ଘଟିଛି। ବହୁ ଚାଷ ଜମି ଜଳମଗ୍ନ ହୋଇ ନଷ୍ଟ ହୋଇଛି।