ପ୍ରମୂଖ ଖବର
  • କୋଲାକାତା ଆଇଆଇଏମରେ ଦୁଷ୍କର୍ମ ମାମଲା, ତଦନ୍ତ ଲାଗି ଏସ୍ଆଇଟି ଗଠିତ
  • ||
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ସବ୍‌-ରେଜିଷ୍ଟ୍ରାର୍‌ କାର୍ଯ୍ୟାଳୟ ଜଗିବ ଏଆଇ, ୨୦୩ କାର୍ଯ୍ୟାଳୟରେ ଲାଗିଛି ୮୭୨ କ୍ୟାମେରା

Published By : Prameya | November 19, 2024 10:01 AM

କଟକ ୧୯/୧୧: ରାଜ୍ୟର ବିଭିନ୍ନ ସବ୍‌-ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟରେ ଦଲାଲଙ୍କୁ  ଜଗିବ ଏ.ଆଇ (ଆର୍ଟିଫିସିଆଲ୍‌  ଇଣ୍ଟେଲିଜେନ୍ସ) । ଏଥିପାଇଁ ରାଜ୍ୟର ୨୦୩ଟି ସବ୍‌-ରେଜିଷ୍ଟ୍ରାରଙ୍କ  କାର୍ଯ୍ୟାଳୟରେ ୮୭୨ଟି କ୍ୟାମେରା  ଲଗାଯାଇଛି । ଏ.ଆଇ ବୈଷୟିକ  ସହାୟତାରେ ଏହି କ୍ୟାମେରା ସବ୍‌-ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟରେ ଦଲାଲି  କରି ଆସୁଥିବା ଲୋକଙ୍କ ଉପରେ ନଜର  ରଖିବ । ସ୍ମାର୍ଟ ସର୍ଭିଲାନ୍ସ ସିଷ୍ଟମ୍‌ ନାମରେ  ପରିଚିତ ଏହି ବ୍ୟବସ୍ଥାକୁ ମଙ୍ଗଳାବର  ବିଭାଗୀୟ ମନ୍ତ୍ରୀ ଉଦ୍‌ଘାଟନ କରିବାର  କାର୍ଯ୍ୟକ୍ରମ ରହିଛି । 

ରାଜ୍ୟର ବିଭିନ୍ନ  ସବ୍‌-ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟରେ  ବ୍ୟାପକ ଦୁର୍ନୀତି ଓ ଜମି କିଣାବିକାରେ ଜାଲିଆତି ହେଉଥିବା ନେଇ ବାରମ୍ବାର ଅଭିଯୋଗ ହେଉଛି । । ଏନେଇ ରାଜ୍ୟ ସରକାରଙ୍କୁ ବଦନାମ୍‌ ହେବାକୁ  ପଡ଼ିଛି । ବିଶେଷ କରି କିଛି ଦଲାଲ ଜମି ପଞ୍ଜିକରଣ  କାର୍ଯ୍ୟରେ ହେରଫେର କରୁଛନ୍ତି । ଏପରିକି ଏହି କାର୍ଯ୍ୟାଳୟର କିଛି କର୍ମଚାରୀ ଏଥିରେ ସମ୍ପୃକ୍ତ ରହି ସାଧାରଣ ଲୋକଙ୍କୁ ଶୋଷଣ  ମଧ୍ୟ କରୁଥିବା ଅଭିଯୋଗ ହୋଇଥାଏ । ଏହାକୁ ରୋକିବା ତଥା  ସବ୍‌-ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟରେ ସ୍ୱଚ୍ଛତା ଆଣିବା ଲାଗି ରାଜ୍ୟ  ସରକାର ସ୍ମାର୍ଟ ସର୍ଭିଲାନ୍ସ ବ୍ୟବସ୍ଥା ପାଇଁ ଯୋଜନା କରିଥିଲେ ।  ଏଥିପାଇଁ ୩୭କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିଲା । ଏହି  ଅର୍ଥରେ ୧୭୩ଟି ସବ୍‌-ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟରେ ଚାରିଟି  ଲେଖାଏଁ ଏବଂ ବାକି ୩୦ଟି ଜିଲ୍ଲା ସବ୍‌-ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟରେ  ୬ଟି ଲେଖାଏଁ କ୍ୟାମେରା ଲଗାଯାଇଛି ।    

ଏହି କ୍ୟାମେରା ଜରିଆରେ ସବ୍‌-ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟକୁ  କିଏ ବାରମ୍ବାର ଆସୁଛନ୍ତି ସେମାନଙ୍କୁ ଚିହ୍ନଟ କରି, ସେମାନଙ୍କ  ଫଟୋଚିତ୍ର ଆଇଜିଆର(ଇନ୍ସପେକ୍ଟର ଜେନେରାଲ ରେଜିଷ୍ଟ୍ରେସନ୍‌) ରେ ଥିବା ସେଣ୍ଟ୍ରାଲ୍‌ ସର୍ଭିଲାନ୍ସକୁ ପଠାଯିବ । ସନ୍ଦେହଜନକ ବ୍ୟକ୍ତିଙ୍କ  ସମ୍ପର୍କରେ ମଧ୍ୟ ସେଣ୍ଟ୍ରାଲ୍‌ ସର୍ଭିଲାନ୍ସକୁ ସୂଚନା ପ୍ରଦାନ କରିବ ।  ଏଥିସହ ଏହି କାର୍ଯ୍ୟାଳୟକୁ ଆସୁଥିବା ସମସ୍ତ କର୍ମଚାରୀ,  ପରିଦର୍ଶକଙ୍କ ଆଚରଣ ଉପରେ ମଧ୍ୟ ନଜର ରଖିବ । ଏଆଇ  ଜରିଆରେ ବିଭିନ୍ନ ଦୃଶ୍ୟର ଫୁଟେଜ୍‌ ମଧ୍ୟ ସଂଗ୍ରହ କରାଯିବ ।  ଯାହାକି ଏକ ଦସ୍ତାବିଜ୍‌ ଭାବେ ଯେକୌଣସି ବିବାଦୀୟ ଘଟଣା  କ୍ଷେତ୍ରରେ ପ୍ରମାଣ ଭଳି କାର୍ଯ୍ୟରେ ଲାଗିବ । ଜମି ପଞ୍ଜିକରଣ  କାର୍ଯ୍ୟରେ କିପରି ସ୍ୱଚ୍ଛତାକୁ ନିଶ୍ଚିନ୍ତ କରାଯାଇ ପାରିବ ସେ ଦିଗରେ  ମଧ୍ୟ ଏହି ବ୍ୟବସ୍ଥା କାର୍ଯ୍ୟ କରିବ ବୋଲି ଜଣାଯାଇଛି । ଏପରିକି  ସବ୍‌-ରେଜିଷ୍ଟ୍ରାର୍‌ଙ୍କ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ ସେ ସମ୍ପର୍କରେ  ମଧ୍ୟ ଏହା ତୁରନ୍ତ ସୂଚନା ଦେବ ବୋଲି ଆଇଜିଆର ସୁବ୍ରତ  ଶତପଥୀ ସୂଚନା ଦେଇଛନ୍ତି । ଏହି ବ୍ୟବସ୍ଥା ଜମି କିଣାବିକାକୁ  ନେଇ ହେଉଥିବା ବିଭିନ୍ନ ଜାଲିଆତି ରୋକିବାରେ ସହାୟକ ହେବ  ବୋଲି ଶ୍ରୀ ଶତପଥୀ ଆଶାବ୍ୟକ୍ତ କରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.