ପ୍ରମୂଖ ଖବର
  • ବାରଙ୍ଗ ବ୍ଲକ ଛକରେ ଆମ ବସ୍ ଧକ୍କାରେ ଯୁବକ ମୃତ, ଘଟଣାସ୍ଥଳରେ ଉତ୍ତେଜନା, ରାସ୍ତାରୋକ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣା, ଏମ୍ସରେ ପୀଡିତାଙ୍କୁ ଭେଟିଲେ ରାଷ୍ଟ୍ରପତି
  • ||
  • ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ ଏଫଏମ କଲେଜ ଅଧ୍ୟକ୍ଷ ଗିରଫ
  • ||
  • ମାଲକାନଗିରି: ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ୩ ଗୁରୁତର, -ଜଙ୍ଗଲକୁ ଛତୁ ସଂଗ୍ରହ ପାଇଁ ଯାଇଥିବା ବେଳେ ଫୁଟିଲା ଲ୍ୟାଣ୍ଡମାଇନ୍‌
  • ||
  • କେନ୍ଦୁଝର : ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ ତେଲକୋଇ, ପିଟାନାଳି ପୋଲ ଉପରେ ୩ ଫୁଟର ବନ୍ୟା ଜଳ ପ୍ରବାହିତ
  • ||
  • ଭୁବନେଶ୍ୱର : ମୃତ୍ୟୁ ସହ ସଂଘର୍ଷ କରୁଛି ଝିଅ, ସୁସ୍ଥ ହେବା ପାଇଁ ପ୍ରାର୍ଥନା କରନ୍ତୁ କହିଲେ ଏଫଏମ୍ କଲେଜ ପୀଡ଼ିତାଙ୍କ ବାପା
  • ||
  • ଗଞ୍ଜାମ : ମନ୍ଦିର ଗେଟ୍‌ରେ ପିଟିହେଲା ବାଇକ୍‌, ୨ ମୃତ
  • ||
  • ମହାମହିମଙ୍କ ଗସ୍ତ ପାଇଁ କମିଶନରେଟ୍‌ ପୁଲିସ ପକ୍ଷରୁ ଟ୍ରାଫିକ୍ କଟକଣା, ସହର ଭିତରକୁ ୨ ଦିନ ପାଇଁ ଭାରୀଯାନ ମନା
  • ||
  • ପାରାଦ୍ଵୀପର ପରିବା ମାର୍କେଟ୍‌ରେ ଅଗ୍ନିକାଣ୍ଡ, ୬ରୁ ଉର୍ଦ୍ଧ୍ଵ ଦୋକାନ ପୋଡ଼ି ପାଉଁଶ
  • ||
  • ଏଫଏମ୍‌ କଲେଜରେ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା, ଆଜି ବାଲେଶ୍ୱର ଗସ୍ତ କରିବ ପିସିସି ଅନୁଧ୍ୟାନ କମିଟି
  • ||
  • ଶ୍ରାବଣ ସୋମବାର ଉପଲକ୍ଷେ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା, ବାଲିରେ ଝଲସିଲେ ଦେବ ଦେବ ମହାଦେବ
  • ||
  • ଭେଣ୍ଟିଲେଟରରେ ମୃତ୍ୟୁ ସହ ଲଢୁଛନ୍ତି FM କଲେଜ ଛାତ୍ରୀ, ଭର୍ଚୁଆଲରେ ଦିଲ୍ଲୀ ଏମ୍ସର ପରାମର୍ଶରେ ଚାଲିଛି ଡାୟାଲିସିସ୍‌
  • ||
  • ଡେଲାଙ୍ଗରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିକେନ୍ ପ୍ରେମୀଙ୍କ ମନରେ ଛନକା, ଦୁଇ ଦିନରେ ମରାଗଲାଣି ୬,୭୩୧ କୁକୁଡ଼ା
  • ||
  • ମହାକାଶରୁ ଶୁଭାଂଶୁଙ୍କ ମେସେଜ୍, କହିଲେ ସାରେ ଜହାଁ ସେ ଅଛା, ହିନ୍ଦୁସ୍ତାନ ହମାରା, ଆଜି ମହାକାଶରୁ ପୃଥିବୀ ଅଭିମୁଖେ ଯାତ୍ରା
  • ||
  • ଲଣ୍ଡନ ସାଉଥ୍‌ଏଣ୍ଡ୍ ଏୟାରପୋର୍ଟରେ ବିମାନ ଦୁର୍ଘଟଣା, ଉଡ଼ାଣର କିଛି ସମୟ ଭିତରେ ଜଳିଗଲା ବିଚ୍‌କ୍ରାଫ୍ B200 ସୁପରକିଙ୍ଗ୍
  • ||
  • ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି: ଏମ୍‌ସ, ରେଭେନ୍ସା ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ସମାରୋହରେ ଦେବେ ଯୋଗ
  • ||
  • ବଙ୍ଗୋପସାଗରରେ ଯୋଡ଼ା ଲଘୁଚାପ ସକ୍ରିୟ: ଆଜି ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ଶ୍ରାବଣ ମାସର ପ୍ରଥମ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ବିମାନ ଦୁର୍ଘଟଣାକୁ ନେଇ ମତ ରଖିଲେ ଏୟାର ଇଣ୍ଡିଆ ସିଇଓ; କହିଲେ, ପ୍ରାରମ୍ଭିକ ରିପୋର୍ଟରେ ମେକାନିକାଲ ତ୍ରୁଟି ନାହିଁ

Published By : Bijay Swain | July 14, 2025 5:42 PM

ନୂଆଦିଲ୍ଲୀ: ଏୟାର ଇଣ୍ଡିଆର ବିମାନ ଦୁର୍ଘଟଣା ସମ୍ପର୍କିତ ପ୍ରାରମ୍ଭିକ ତଦନ୍ତ ରିପୋର୍ଟରେ ବିମାନ କିମ୍ବା ଏହାର ଇଞ୍ଜିନ୍‌ରେ କୌଣସି ମେକାନିକାଲ ବା ରକ୍ଷଣାବେକ୍ଷଣ ସମ୍ବନ୍ଧୀୟ ତ୍ରୁଟି ମିଳିନାହିଁ ବୋଲି ଏୟାର ଇଣ୍ଡିଆର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) କ୍ୟାମ୍ପବେଲ ୱିଲସନ ସୂଚନା ଦେଇଛନ୍ତି। ତେବେ ଏହି ଦୁର୍ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ଅଧିକ ତଦନ୍ତ ଜାରି ରହିଛି ବୋଲି ସେ ସୂଚନା ଦେଇଛନ୍ତି। 

ଖବର ମୁତାବକ, ଚଳିତ ବର୍ଷ ଗତ ଜୁନ ୧୨ ତାରିଖରେ ଅହମଦାବାଦରୁ ଇଂଲଣ୍ଡର ଗାଟୱିକକୁ ଯାଉଥିବା ଏୟାର ଇଣ୍ଡିଆର ବିମାନ AI 171 ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ଯେଉଁଥିରେ ୨୬୦ ଜଣ ଲୋକଙ୍କ ପ୍ରଣହାନି ଘଟିଥିଲା। ବିମାନଟି ଉଡାଣ ଭରିବାର ମାତ୍ର କିଛି ସମୟ ମଧ୍ୟରେ ତଳେ ଖସିପଡିଥିଲା। ତେବେ ଏହି ଦୁର୍ଘଟଣାକୁ ନେଇ ଯାଞ୍ଚ କରୁଥିବା ସଂସ୍ଥା ବିମାନ ଦୁର୍ଘଟଣା ତଦନ୍ତ ବ୍ୟୁରୋ (AAIB) ଗତ ଶନିବାର ଏନେଇ ପ୍ରଥମିକ ତଦନ୍ତ ରିପୋର୍ଟ ଜାରି କରିଥିଲା। 

ଏୟାର ଇଣ୍ଡିଆ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ଏୟାର ଇଣ୍ଡିଆ ସିଇଓ କହିଛନ୍ତି ଯେ, “ବିମାନର ସମସ୍ତ ଯାନ୍ତ୍ରିକ ଉପାଦାନ ଏବଂ ରକ୍ଷଣାବେକ୍ଷଣ ରେକର୍ଡ ସୁପରିଚାଳିତ ଥିଲା। ଏବଂ ପ୍ରାରମ୍ଭିକ ପରୀକ୍ଷଣରେ କୌଣସି ଅନିୟମିତତା ଦେଖାଯାଇନାହିଁ। ତେବେ, ଦୁର୍ଘଟଣାର ମୂଳ କାରଣ ନିର୍ଣ୍ଣୟ କରିବା ପାଇଁ ଅଧିକ ବିସ୍ତୃତ ତଦନ୍ତର ଆବଶ୍ୟକତା ରହିଛି। ଏୟାର ଇଣ୍ଡିଆ କତ୍ତୃପକ୍ଷ ମଧ୍ୟ ଏହି ଘଟଣାକୁ ଗମ୍ଭୀରତାର ସହ ନେଇଛନ୍ତି ଏବଂ ଯାତ୍ରୀ ଓ କର୍ମଚାରୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇଛନ୍ତି”।

ସେ ଆହୁରି ମଧ୍ୟ କହିଛନ୍ତି ଯେ “ଏୟାର ଇଣ୍ଡିଆ ତଦନ୍ତ ପ୍ରକ୍ରିୟାରେ ସମ୍ପୂର୍ଣ୍ଣ ସହଯୋଗ କରୁଛି ଏବଂ ସମ୍ବନ୍ଧୀୟ ବିମାନ ଚାଳନା କର୍ତ୍ତୃପକ୍ଷଙ୍କ ସହ ମିଳିତ ଭାବେ କାର୍ଯ୍ୟ କରୁଛି। ଏହା ସହିତ, ଏୟାରଲାଇନ୍ସ ପକ୍ଷରୁ ଯାତ୍ରୀଙ୍କ ସୁରକ୍ଷା ଓ ସେବାର ମାନ ଉନ୍ନତି ପାଇଁ ଅନୁଷ୍ଠାନିକ ପଦକ୍ଷେପ ଗ୍ରହଣ କରାଯାଉଛି”। ଏହାସହ ଏୟାର ଇଣ୍ଡିଆ ଅଦିନରେ ଥିବା ସମସ୍ତ ବୋଇଂ ୭୮୭ ଡ୍ରିମଲାଇନର ବିମାନ ଗୁଡିକର ଯାଞ୍ଚ କରାଯାଇଛି। ସମସ୍ତ ବିମାନ ସଠିକ ଭାବେ କାର୍ଯ୍ୟକ୍ଷମ ଥିବା ଜଣାପଡିଛି। 

AAIBର ଏକ ପାଞ୍ଚ ଜଣିଆ ଦଳ ଏହି ବିମାନ ଦୁର୍ଘଟଣା ପଛର କାରଣ ଯାଞ୍ଚ ଜାରି ରଖିଛନ୍ତି। ତେବେ ଏହି ଯାଞ୍ଚକାରୀ ଦଳ ପ୍ରକାଶ କରିଥିବା ପ୍ରାରମ୍ଭିକ ରିପୋର୍ଟରେ ଜଣାପଡିଛି ଯେ ବିମାନ ଉଡାଣ ଭରିବାର ମାତ୍ର ୧ ସେକେଣ୍ଡ ପରେ ଇନ୍ଧନ ଯୋଗାଣ ପ୍ରଣାଳିକୁ ବନ୍ଧ କରିଦିଆଯାଇଥିଲା। ଏହାପରେ ଏହି ପ୍ରକ୍ରିୟାକୁ ପୁଣିଥରେ ଚାଲୁ କରାଯାଇଥିଲା। ହେଲେ ବିମାନଟିର ପ୍ରଥମ ଇଞ୍ଜିନ ଅଳ୍ପ କାର୍ଯ୍ୟକ୍ଷମ ହୋଇଥିବା ବେଳେ ଦ୍ୱିତୀୟ ଇଞ୍ଜିନଟି ଆଉ କାମ କରିନଥିଲା। ଏଣୁ ଆବଶ୍ୟକ ପରିମାଣର ଥ୍ରଷ୍ଟ ନମିଳିବା ଯୋଗୁଁ ବିମାନଟି ଆକାଶପଥରୁ ଖସି ପଡିଥିଲା। 

ତେବେ ଏହି ୧୫ ପେଜର ରିପୋର୍ଟରେ ଏହା କିପରି ବନ୍ଦ ହେଲା ଓ ଏହା ପଛର କାରଣ କଣ ରହିଛି ସେନେଇ କୌଣସି ତଥ୍ୟ ଉପଲବ୍ଧ ନାହିଁ। ତେବେ କକ୍‌ପିଟ୍‌ରୁ ମିଳିଥିବା ଭଏସ୍ ରେକର୍ଡରୁ ଇନ୍ଧନ ଯୋଗାଣ ବନ୍ଦ ହେବା ପରେ ଜଣେ ପାଇଲଟ ଅନ୍ୟ ଜଣଙ୍କୁ କଣ ପାଇଁ ଇନ୍ଦନ ଯୋଗାଣକୁ କଟଅପ୍ କଲ ବୋଲି ପ୍ରଶ୍ନ ପଚାରି ଥିଲେ। ଏହା ଜବାବରେ ଅନ୍ୟ ପାଇଲଟ ଜମଙ୍କ ମୁଁ ଏପରି କରିନାହିଁ ବୋଲି କହିଥିଲେ।  

ତେବେ ଚୂଡ଼ାନ୍ତ ରିପୋର୍ଟ ପ୍ରକାଶ ନ ହେବା ପର୍ଯ୍ୟନ୍ତ ଏନେଇ ଅଧିକ କିଛି କହିହେବ ନାହିଁ ବୋଲି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ ରାମ ମୋହନ ନାଇଡୁ ସୂଚନା ଦେଇଛନ୍ତି। ତେବେ ଏହି ଦୁର୍ଘଟଣାକୁ ନେଇ ଅଧିକ ବିବରଣୀ ପାଇଁ ଅପେକ୍ଷା କରାଯାଉଛି। ସମ୍ପୂର୍ଣ୍ଣ ରିପୋର୍ଟ ଆସିଲେ ଏହି ଦୁର୍ଘଟମା ପଢର ପ୍ରକୃତ କାରଣ ଜଣାପଡିବ ବୋଲି ବିଶେଷଜ୍ଞମାନେ ମତ୍ତ ପ୍ରକାଶ କରିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.