ପ୍ରମୂଖ ଖବର
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପ୍ରାର୍ଥୀବ ଶରୀରର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • କଟକ ଯିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ରେଭେନ୍ସା ବିଶ୍ୱବିଦ୍ୟାଳୟ ୧୩ ତମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ
  • ||
  • ମଙ୍ଗଳବାରଠୁ ଆଧାର ଓଟିପିରୁ ବୁକ୍‌ ହେବ ତତ୍କାଳ ଟିକଟ, ପ୍ରଥମ ୩୦ ମିନିଟ୍‌ ଏଜେଣ୍ଟ କରିପାରିବେନି ବୁକିଂ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ପୃଥିବୀପୃଷ୍ଠରେ ଚଳିବା ସୁନୀତା ଓ ୱିଲ୍‌ମୋରଙ୍କୁ ହେବ ଅଡ଼ୁଆ, ସ୍ୱାଭାବିକ ଚଳଣିକୁ ଫେରିବାକୁ ଲାଗିବ ସମୟ

Published By : Rasmita Pradhan | March 19, 2025 9:09 AM

ଭୁବନେଶ୍ଵର, ୧୯/୦୩ : ଦୀର୍ଘ ୯ମାସ ମହାକାଶରେ ରହିବା ପରେ ପ୍ରତ୍ୟାବର୍ତ୍ତନ କରିଛନ୍ତି ସୁନୀତା ଓ ୱିଲ୍‌ମୋର। ଦୀର୍ଘ ଦିନ ଧରି ଜିରୋ ଗ୍ରାଭିଟିରେ ରହିବା ପରେ ସୁନୀତା ଓ ୱିଲ୍‌ମୋରଙ୍କ ପାଇଁ ଏବେ ପୃଥିବୀପୃଷ୍ଠରେ ମାଧ୍ୟାକର୍ଷଣରେ ପୁନଃ ସ୍ୱାଭାବିକ ଜୀବନ ନିର୍ବାହ କରିବା କଷ୍ଟକର ହେବ। ଜିରୋ ଗ୍ରାଭିଟିରେ ପ୍ରାୟ ୯ ମାସ ବିତାଇଥିବାରୁ ପୁନଃ ସ୍ୱାଭାବିକ ଚଳଣିକୁ ଫେରିବାକୁ ସମୟ ଲାଗିବ । 

ମହାକାଶରେ ମହାକାଶଚାରୀଙ୍କ ଡିଏନ୍‌ଏରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ହୋଇଥାଏ । ସେମାନଙ୍କ ଉଚ୍ଚତା ବଢ଼ିପାରେ । ସେମାନେ ଚାଲିବାର ସାମର୍ଥ୍ୟ ହରାଇଥାନ୍ତି। ମଣିଷ ଶରୀର ୭୦ ପ୍ରତିଶତ ତରଳ ପଦାର୍ଥରେ ଗଠିତ। ପୃଥିବୀରେ ଶରୀରରେ ତରଳ ପଦାର୍ଥ ନିମ୍ନକୁ ସ୍ଥାନାନ୍ତର ହୁଏ । କିନ୍ତୁ ମହାକାଶରେ ଏହା ପୂରା ଶରୀରରେ ସମାନ ରୂପେ ପ୍ରବାହିତ ହୁଏ ଏବଂ ସେହିସବୁ ସ୍ଥାନକୁ ସ୍ଥାନାନ୍ତର ହୁଏ, ଯେଉଁଠି ସାଧାରଣତଃ ଜମା ହେବା କଥା ନୁହେଁ । ସେଥିପାଇଁ ମହାକାଶରେ ମହାକାଶଚାରୀଙ୍କ ଗୋଡ଼ କୁକୁଡ଼ା ଭଳି ହୋଇଯାଏ । ମୁଣ୍ଡ ଫୁଲିଯାଏ । ପୃଥିବୀକୁ ଫେରିବା ପରେ ସେମାନେ ଧୀରେ ଧୀରେ ସାଧାରଣ ସ୍ଥିତିକୁ ଫେରନ୍ତି । 

ମହାକାଶରେ ପୃଥିବୀର ମାଧ୍ୟାକର୍ଷଣ ନ ଥିବାରୁ ମହାକାଶଚାରୀଙ୍କ ହାଡ଼ର ଓଜନ କମିଯାଏ । ମାଂସପେଶୀ କ୍ଷୀଣ ହେବାକୁ ଲାଗେ । ମହାକାଶରେ ଗତିଶୀଳତାରେ ନିୟନ୍ତ୍ରଣ ଓ ସନ୍ତୁଳନ ସେମାନେ ହରାଇ ଦିଅନ୍ତି । ଏକ ସଦ୍ୟ ଅଧ୍ୟୟନ ଦର୍ଶାଇଛି, ମାଧ୍ୟାକର୍ଷଣର ଅଭାବ ସେମାନଙ୍କ ପ୍ରତିରକ୍ଷା ପ୍ରଣାଳୀକୁ ମଧ୍ୟ ପ୍ରଭାବିତ କରେ, ହୃଦ୍‌ରୋଗ ଆଶଙ୍କା ଓ ଦୃଷ୍ଟିଶକ୍ତି ସମସ୍ୟା ସହିତ ଡିଏନ୍‌ଏରେ ମଧ୍ୟ ପରିବର୍ତ୍ତନ କରେ । ଅଧିକାଂଶ ପ୍ରଭାବ କ୍ଷଣସ୍ଥାୟୀ ହୋଇଥାଏ । କେବଳ କିଛି ସ୍ୱାସ୍ଥ୍ୟ ସମସ୍ୟା ଦୀର୍ଘ ଦିନ ରହେ । ମାଂସପେଶୀ ଓ ହାଡ଼କୁ ପୂର୍ବ ସ୍ଥିତିକୁ ଫେରାଇବା ପାଇଁ ମହାକାଶଚାରୀ ପୃଥିବୀରେ ଅନେକ ବ୍ୟାୟାମ କରନ୍ତି । ମହାକାଶରେ ଗୋଟିଏ ମାସ ରହିଲେ, ସେମାନେ ନିଜ ହାଡ଼ ଓଜନର ପ୍ରାୟ ୧.୫ ପ୍ରତିଶତ ହରାଇପାରନ୍ତି । ଏହା ଗମ୍ଭୀର ଫ୍ରାକ୍‌ଚର ଓ ପ୍ରିମାଚ୍ୟୋର ଅଷ୍ଟିଓପୋରୋସିସ୍‌ର କାରଣ ହୋଇପାରେ ।

ଏହି ଖବରଟିକୁ ପଢନ୍ତୁ-ଦୀର୍ଘ ୯ ମାସ ଅପେକ୍ଷାର ଅନ୍ତ... ମହାକାଶରୁ ଫେରିଲେ ସୁନୀତା, ଫ୍ଲୋରିଡା ତଟରେ ଅବତରଣ କଲା ଡ୍ରାଗନ୍‌

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.