ପ୍ରମୂଖ ଖବର
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ଛାଡ଼ପତ୍ର ମାମଲାରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ: ପତ୍ନୀଙ୍କ କଲ୍‌ ରେକର୍ଡିଂ ପ୍ରମାଣ ହୋଇପାରିବ

Published By : Prameya | July 15, 2025 10:35 AM

ନୂଆଦିଲ୍ଲୀ,୧୫/୦୭: ବୈବାହିକ ବିବାଦ ପ୍ରସଙ୍ଗରେ ସୁପ୍ରିମକୋର୍ଟ ସୋମବାର ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ପତ୍ନୀଙ୍କ ଅଗୋଚରରେ ନିଆଯାଇଥିବା ତାଙ୍କ ଫୋନ୍‌ କଲ୍‌ ରେକର୍ଡିଂକୁ ଛାଡ଼ପତ୍ର ମାମଲାରେ ପ୍ରମାଣ ଭାବେ ବ୍ୟବହାର କରାଯାଇ ପାରିବ ବୋଲି  ଅଦାଲତ କହିଛନ୍ତି। ସର୍ବୋଚ୍ଚ ଅଦାଲତ  ଏହି ପରିପ୍ରେକ୍ଷୀରେ ପଞ୍ଜାବ-ହରିୟାଣା  ହାଇକୋର୍ଟଙ୍କ ରାୟକୁ ଖାରଜ କରିଦେଇଛନ୍ତି । ହାଇକୋର୍ଟ ନିଜ ରାୟରେ କହିଥିଲେ କି  ପତ୍ନୀଙ୍କୁ ନ ଜଣାଇ ତାଙ୍କ କଲ୍‌ ରେକର୍ଡିଂ କରାଯିବା ବେଆଇନ । ଏହା ଗୋପନୀୟତା ଅଧିକାରର ଉଲ୍ଲଂଘନ । ଏହାକୁ ପ୍ରମାଣ ଭାବେ ଗ୍ରହଣ କରାଯାଇ ପାରିବ ନାହିଁ । 

ସୁପ୍ରିମକୋର୍ଟ କହିଛନ୍ତି, ବୈବାହିକ  ଜୀବନରେ ଗୋପନୀୟତା ଅଧିକାର ପୂରଣ  ହୋଇପାରିବ ନାହିଁ । ଭାରତୀୟ ସାକ୍ଷ୍ୟ  ଆଇନର ଧାରା ୧୨୨ ଅନୁସାରେ, ପତି- ପତ୍ନୀଙ୍କ ମଧ୍ୟରେ ହୋଇଥିବା ବାର୍ତ୍ତାଳାପକୁ  କୋର୍ଟରେ ପ୍ରଘଟ କରାଯାଇ ପାରିବ ନାହିଁ ।  କିନ୍ତୁ ଛାଡ଼ପତ୍ର ଭଳି ମାମଲାରେ ଏହାକୁ  ବିଡ଼ମ୍ବନା ବିବେଚନା କରାଯାଏ । ବିଚାରପତି ବି ଭି ନାଗରତ୍ନା ଓ ସତୀଶ  ଚନ୍ଦ୍ର ଶର୍ମାଙ୍କ ଖଣ୍ଡପୀଠ ଆହୁରି ସ୍ପଷ୍ଟ କରିଛନ୍ତି ଯେ ଏହି ମାମଲାରେ ଗୋପନୀୟତା ଅଧିକାର  ଉଲ୍ଲଂଘନ ହୋଇଥିବା ଆମେ ଭାବୁନାହୁଁ ।  ଧାରା ୧୨୨ କେବଳ ପତି-ପତ୍ନୀଙ୍କ ମଧ୍ୟରେ ବାର୍ତ୍ତାଳାପର ଗୋପନୀୟତାକୁ ମାନ୍ୟତା  ଦେଇଥାଏ । କିନ୍ତୁ ଏହା ଗୋପନୀୟତାର  ସାମ୍ବିଧାନିକ ଅଧିକାର (ଅନୁଚ୍ଛେଦ ୨୧) ସହ  ଜଡ଼ିତ ନୁହେଁ । ଜଷ୍ଟିସ୍‌ ନାଗରତ୍ନା କହିଛନ୍ତି,  ଏହି ବିବାହ ଏଭଳି ସ୍ତରରେ ପହଞ୍ଚି ଯାଇଛି  ଯେଉଁଠି ପତି-ପତ୍ନୀ ପରସ୍ପରର ଗୁଇନ୍ଦାଗିରି କରିଦେଇଛନ୍ତି । ସେଥିରୁ ପୂର୍ବରୁ ହିଁ ସମ୍ପର୍କ  ତୁଟିସାରିଥିବା ସଙ୍କେତ ମିଳୁଛି । 

ପଞ୍ଜାବସ୍ଥିତ ବଠିଣ୍ଡାର ଏକ ଫ୍ୟାମିଲି  କୋର୍ଟରୁ ଏହି ମାମଲା ଆରମ୍ଭ ହୋଇଥିଲା ।  ମାମଲାରେ ପତ୍ନୀଙ୍କ ଫୋନ୍‌ ବାର୍ତ୍ତାଳାପ  ଆଧାରରେ ଛାଡ଼ପତ୍ର ଲାଗି ଆବେଦନ  କରିଥିଲେ ସ୍ୱାମୀ । କୋର୍ଟ ପ୍ରମାଣ ସ୍ୱରୂପ  କଲ୍‌ ରେକର୍ଡିଂକୁ ଗ୍ରହଣ କରିନେଇଥିଲେ ।  ଏହାପରେ ପତ୍ନୀ ରାୟ ବିରୋଧରେ ପଞ୍ଜାବ-ହରିୟାଣା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।  ହାଇକୋର୍ଟ ଏହାକୁ ଗୋପନୀୟତା ଅଧିକାର  ଉଲ୍ଲଂଘନ ଦର୍ଶାଇ ଏହି ରେକର୍ଡିଂକୁ ପ୍ରମାଣ  ଭାବେ ସ୍ୱୀକାର କରାଯାଇ ପାରିବ ନାହିଁ  ବୋଲି ରାୟ ଦେଇଥିଲେ ।

ହାଇକୋର୍ଟ ଏହି ପରିପ୍ରେକ୍ଷୀରେ  ଆନ୍ଧ୍ରପ୍ରଦେଶ ହାଇକୋର୍ଟ ଓ ଅନ୍ୟ ରାୟଗୁଡ଼ିକୁ  ଆଧାର କରି କହିଥିଲେ କି ପତି-ପତ୍ନୀଙ୍କ  ବ୍ୟକ୍ତିଗତ ବାର୍ତ୍ତାଳାପକୁ ଲୁଚିଛପି ରେକର୍ଡ  କରାଯିବା ବେଆଇନ । ହାଇକୋର୍ଟରୁ ନିରାଶ  ହେବା ପରେ ପତି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ  ହୋଇଥିଲେ । ତାଙ୍କ ଓକିଲ କହିଛନ୍ତି ଯେ  ଗୋପନୀୟତା ଅଧିକାର ସୀମିତ ଏବଂ  ତାହାକୁ ଅନ୍ୟ ସାମ୍ବିଧାନିକ ଅଧିକାରଗୁଡ଼ିକ  ସହ ସନ୍ତୁଳିତ ରଖାଯିବା ଆବଶ୍ୟକ । ବୈବାହିକ  ବିବାଦରେ ଏଭଳି ଅନେକ ମାମଲା ଥାଏ, ଯାହା  କେବଳ ପତି-ପତ୍ନୀଙ୍କ ମଧ୍ୟରେ ହିଁ ଘଟିଥାଏ  ଏବଂ ତାହାର କୌଣସି ସାକ୍ଷୀ ନ ଥାନ୍ତି । ଏଭଳି  ସ୍ଥିତିରେ ପ୍ରଯୁକ୍ତିର ସହାୟତା ନିଆଯାଇଥାଏ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.