ମୁମ୍ବାଇ, ୫/୧ : ‘ଧୁରନ୍ଧର’, ୨୦୨୫ ମସିହାରେ ବକ୍ସ ଅଫିସରେ କମାଲ କରିଥିବା ଏହି ଫିଲ୍ମର ଦ୍ବିତୀୟ ଭାଗ ୨୦୨୬ ମସିହାରେ ଆସୁଛି । ମାର୍ଚ୍ଚ ୧୯ ତାରିଖରେ ରିଲିଜ୍ ହେବାକୁ ଯାଉଛି । ପ୍ରଥମ ଭାଗଟି ୧୩ ହଜାର କୋଟିରୁ ଅଧିକ ରୋଜଗାର କରି ରେକର୍ଡ କରିଥିବାବେଳେ ଦ୍ବିତୀୟ ଭାଗରେ ଅଧିକ ରୋମାଞ୍ଚ ରହିଥିବା କୁହାଯାଉଛି । ତେବେ ଏହସି ଫିଲ୍ମ ବକ୍ସ ଅଫିସରେ ଇତିହାସ ରଚିବ ବୋଲି ଆଶା ରଖାଯାଇଛି । ତେବେ ଏହି ଫିଲ୍ମର ରିଲିଜ୍ ତାରିଖ ଘୋଷଣା ହେବା ପରେ ବହୁ ଫିଲ୍ମର ରିଲିଜ୍ ତାରିଖକୁ ସ୍ଥଗିତ ରଖାଯାଇଛି । ଯେଉଁଥିରେ ରହିଛନ୍ତି ସନ୍ନି ଦେଓଲଙ୍କ ଭଳି ବଡ଼ ବଡ଼ କଳାକାର ।
ନିକଟରେ ରିଲିଜ୍ ହୋଇଥିବା ‘ବର୍ଡର-୨’ର ସଫଳତାକୁ ନେଇ ବେଶ ଖୁସି ଅଛନ୍ତି ସନ୍ନି ଦେଓଲ । ବିଶ୍ବବ୍ୟାପୀ କଲେକ୍ସନରେ ୪୦୦ କୋଟି ପାର କରି ସାରିଛି ଏହି ଫିଲ୍ମ । ପୂର୍ବରୁ ଗର୍ଡର-୨ ରିଲିଜ୍ ହୋଇଥିବାବେଳେ ବ୍ୟବସାୟ ଦୃଷ୍ଟି କୋଣରୁ ମଧ୍ୟ ଭଲ ରୋଜଗାର ଦେଇଥିଲା । ସନ୍ନି ଦେଓଲଙ୍କ ଅଭିନୟକୁ ଦର୍ଶକେ ବେଶ ଭଲ ପାଇବା ଦେଉଥିବାବେଳେ ଆଗାମୀ ଫିଲ୍ମ ରିଲିଜ୍ ଅପେକ୍ଷାରେ ରହିଛି । ସନ୍ନି ଦେଓଲଙ୍କ ଅଭିନୀତ ଫିଲ୍ମ ‘ଗବ୍ରୁ’ ରିଲିଜ୍ ଅପେକ୍ଷାରେ ରହିଛି । ମାତ୍ର ଏହାର ରିଲିଜ୍ ତାରିଖକୁ ସ୍ଥଗିତ ରଖାଯାଇଛି । ତେବେ ଏହି ଫିଲ୍ମରେ ସଲମାନ ଖାନଙ୍କ ଭଳି ସୁପରଷ୍ଟାର ମଧ୍ୟ ନଜର ଆସିଥିବା ଚର୍ଚ୍ଚା ହେଉଛି ।
ମାର୍ଚ୍ଚ-୧୩ ତାରିଖରେ ଏହି ଫିଲ୍ମ ରିଲିଜ୍ ହେବ ବୋଲି ପୂର୍ବରୁ ଘୋଷଣା ହୋଇଥିଲା । ମାତ୍ର ଏବେ ରିଲିଜ୍ ତାରିଖକୁ ସ୍ଥଗିତ ରଖାଯାଇଛି । ତେବେ ଏହା ପଛରେ ଏକ ବଡ଼ କାରଣ ହେଉଛି ମାର୍ଚ୍ଚ ମାସରେ ଦୁଇଟି ବଡ଼ ଫିଲ୍ମ ରିଲିଜ୍ ହେବାକୁ ଯାଉଛି । ଧୁରନ୍ଧର-୨ ଏବଂ ୟଶଙ୍କ ‘ଟକ୍ସିକ’ । ମାର୍ଚ୍ଚ ୧୯ରେ ଏହି ଫିଲ୍ମ ରିଲିଜ୍ ହେବ । ଯେଉଁ କାରଣରୁ ରାମଚରଣ ତେଜାଙ୍କ ’ପେ‘ଡ୍ଡି’ ଯାହା ମାର୍ଚ୍ଚ ୨୭ରେ ରିଲିଜ ହେବାକୁ ଥିଲା, ମାତ୍ର ଏହାର ତାରିଖ ମଧ୍ୟ ଘୁଞ୍ଚାଇଛି । ଏହା ଏପ୍ରିଲ୍ ୩୦ ତାରିଖରେ ରିଲିଜ୍ ହେବାକୁ ନିଷ୍ପତ୍ତି ନେଇଛି ପ୍ରଯୋଜନା ସଂସ୍ଥା । ସେପଟେ ଧୁରନ୍ଧର-୨ ଭଲ ରୋଜଗାର କରିବା ସହ ବକ୍ସ ଅଫିସରେ କମାଲ କରିବ ବୋଲି ସିନେ ସମୀକ୍ଷକମାନେ ଆଶା ରଖିଛନ୍ତି ।
ଏହାସହ ପଢ଼ନ୍ତୁ : ରାହୁଲଙ୍କ ‘ମାଲ’ ଶବ୍ଦ, ବର୍ଷିଲେ କଙ୍ଗନା : ଦେଖନ୍ତୁ ଭିଡିଓ...