ପ୍ରମୂଖ ଖବର
  • ତାଳଚେର ହାଣ୍ଡିଧୁଆ ସ୍କୁଲର ରୂପାନ୍ତରଣ ପ୍ରକଳ୍ପର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ
  • ||
  • ତାଳଚେରରେ “ଏକ୍ ପେଡ୍ ମା’ କେ ନାମ ୨.୦” ଅଭିଯାନ ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ
  • ||
  • କଟକ : ଟ୍ରକ୍ ଧକ୍କାରେ ମହିଳା ହୋମଗାର୍ଡଙ୍କ ମୃତ୍ୟୁ, ଚାଳକ ଥାନାରେ ଅଟକ
  • ||
  • ଯାଜପୁର : ନଦୀରେ ଗାଧୋଇବାକୁ ଯାଇ ନିଖୋଜ ହୋଇଥିଲେ ବୃଦ୍ଧ, ମତ୍ସ୍ୟଜୀବୀଙ୍କ ଜାଲରୁ ମୃତଦେହ ଉଦ୍ଧାର
  • ||
  • କଟକ : ବୋଲେରୋ ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଓ ଝିଅ ଗୁରୁତର
  • ||
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ସେମାନଙ୍କୁ ସେପର୍ଯ୍ୟନ୍ତ ପାକିସ୍ତାନ ପଠାଅନି , ଯେପର୍ଯ୍ୟନ୍ତ ... , ସୁପ୍ରିମକୋର୍ଟଙ୍କ ଠାରୁ କାଶ୍ମୀରର ପରିବାରକୁ ମିଳିଲା ଆଶ୍ୱସ୍ତି

Published By : Prameya | May 2, 2025 4:45 PM

ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ଶୁକ୍ରବାର କର୍ତ୍ତୃପକ୍ଷଙ୍କୁ କହିଛନ୍ତି ଯେ, ଭିସା ଅବଧି ଶେଷ ହେବା ପରେ ମଧ୍ୟ ଏଠାରେ ରହୁଥିବା ଏକ ପରିବାରର ୬ ସଦସ୍ୟଙ୍କ ବିରୋଧରେ ପାକିସ୍ତାନ ଫେରାଇବା ଭଳି କୌଣସି ଦଣ୍ଡାତ୍ମକ କାର୍ଯ୍ୟାନୁଷ୍ଠାନ ସେପର୍ଯ୍ୟନ୍ତ ନକରନ୍ତୁ , ଯେପର୍ଯ୍ୟନ୍ତ ତାଙ୍କର ପରିଚୟ ପତ୍ରର ଯାଞ୍ଜ ଆଦେଶ ଆସିନାହିଁ। ଏଥିରେ ପରିବାରକୁ କିଛି ମାତ୍ରାରେ ଆଶ୍ୱସ୍ତି ମିଳିଛି। ସରକାରଙ୍କ ନିର୍ଦ୍ଦେଶ ପରେ ପରିବାରକୁ ପାକିସ୍ତାନ ପଠାଯାଉ ଥିଲା ଏବଂ ତାଙ୍କୁ ଏଥିପାଇଁ ୱାଘା ବର୍ଡରକୁ ନିଆ ଯାଇଥିଲା।

ଏହି ପରିବାରର ସଦସ୍ୟ କାଶ୍ମୀରର ନିବାସୀ ଏବଂ ତାଙ୍କର ପୁଅ ବେଙ୍ଗାଲୁରୁରେ କାମ କରନ୍ତି। ପହଲଗାମରେ ଆତଙ୍କବାଦୀ ହମଲାକୁ ନଜରରେ ରଖି ତାଙ୍କୁ ପାକିସ୍ତାନ ପଠାଯାଇ ପାରେ। ଜଷ୍ଟିସ୍‌ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ୍‌ ଏନ କୋଟେଶ୍ୱର ସିଂହଙ୍କ ଖଣ୍ଡପୀଠ କହିଛନ୍ତି କି, ଏହି ମାମଲା ମାନବିକତା ସହ ଜଡ଼ିତ। ସେ ପରିବାରକୁ ଏହି ସୁଯୋଗ ଦେଇଛନ୍ତି ଯେ, କାଗଜପତ୍ରର ଯାଞ୍ଚ ଆଦେଶରେ ଅସନ୍ତୁଷ୍ଟ ହେଲେ, ସେ ଜମ୍ମୁ-କାଶ୍ମୀର ଉଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ତ ହୋଇ ପାରନ୍ତି।

କୋର୍ଟ ଅହମ୍ମଦ ତାରିକ୍ ବଟ୍‌ ଓ ତାଙ୍କ ପରିବାରର ଅନ୍ୟ ୫ ସଦସ୍ୟଙ୍କ ଆବେଦନରେ ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି। ପରିବାର ଦାବି କରିଛି ଯେ, ତାଙ୍କ ପାଖରେ ବୈଧ ଭାରତୀୟ କାଗଜପତ୍ର ଥିବା ସତ୍ତ୍ୱେ ତାଙ୍କୁ ହେପାଜତକୁ ନିଆଯାଇଛି ଏବଂ ପାକିସ୍ତାନ ପଠାଇବା ପାଇଁ ୱାଘା ସୀମାକୁ ଅଣାଯାଇଛି। ପୀଠ କହିଛନ୍ତି , ପହଲଗାମ ହମଲା ପରେ କେନ୍ଦ୍ର ୨୫ ଅପ୍ରେଲର ଅଧିସୂଚନାର ଆଦେଶରେ ଉଲ୍ଲେଖିତ ଲୋକଙ୍କୁ ଛାଡ଼ି ଅବଶିଷ୍ଟ ପାକିସ୍ତାନୀ ନାଗରିକଙ୍କ ଭିସା ରଦ୍ଦ କରିଦିଆ ଯାଇଛି, ତଥା ତାଙ୍କୁ ନିଜ ଦେଶକୁ ପଠାଇବା ପାଇଁ ଏକ ବିଶିଷ୍ଟ ସମୟ ସୀମା ମଧ୍ୟ ଦେଇଛନ୍ତି।

କହି ରଖୁଛୁ କି , ଭାରତ ଓ ପାକିସ୍ତାନ ମଧ୍ୟରେ ପହଲଗାମ ଆତଙ୍କୀ ହମଲା ପର ଠାରୁ ସଂପର୍କ ଖରାପ ହୋଇ ଯାଇଛି। ଏହି ଆତଙ୍କୀ ହମଲାରେ ୨୬ ଜଣ ଲୋକଙ୍କ ମୃତ୍ୟୁ ହୋଇଥିଲା, ଯାହା ପରେ ଭାରତ କଡ଼ା ପଦକ୍ଷେପ ନେଇ ପାକିସ୍ତାନୀ ନାଗରିକଙ୍କ ଭିସାକୁ ରଦ୍ଦ କରି ଦେଇ ଦେଇଥିଲା। ଭାରତରେ ଅମୃତସର ଓ ପାକିସ୍ତାନରେ ଲାହୋର ନିକଟସ୍ଥ ଅଟାରୀ-ୱାଘା ସୀମା ୩୦ ଅପ୍ରେଲ ଯାଏ ଖୋଲି ଥିଲା। ଏହାକୁ ଗୁରୁବାର ବନ୍ଦ କରି ଦିଆ ଯାଇଛି। ସ୍ଥିର କରାଯାଇ ଥିବା ସମୟ ସୀମା ସମାପ୍ତ ହେବା ପରେ ଗୁରୁବାର ପାଖାପାଖି ୭୦ ପାକିସ୍ତାନୀ ନାଗରିକ ଅଟାରୀ ସୀମାରେ ଫସି ରହି ଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.