ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଅଧିନାୟକ ପଦରୁ ହଟିଛନ୍ତି ସୂର୍ଯ୍ୟ କୁମାର ଯାଦବ । ସ୍କାଏଙ୍କ ସ୍ଥାନରେ ଶ୍ରେୟସଙ୍କୁ ଗୁରୁ ଦାୟିତ୍ବ ଦେଇଛି ବିସିସିଆଇ । ଏହି ଅଧିନାୟକ ଚର୍ଚ୍ଚା ଭିତରେ ଏକ ଖବର ସାମ୍ନାକୁ ଆସିଛି । ଯେଉଁଥିରେ ସୂର୍ଯ୍ୟ ଏବଂ ହାର୍ଦ୍ଦିକଙ୍କ ମଧ୍ୟରେ ୨ ବର୍ଷ ହେବ ସମ୍ପର୍କ ଠିକ୍ ନଥିବା ପ୍ରକାଶ କରାଯାଇଛି । ଏହି ଦୁଇ ସାଥୀ ଖେଳାଳିଙ୍କ ମଧ୍ୟରେ ପଡ଼ୁନଥିଲା । ତେବେ ଏହା ଅଧିନାୟକ ପଦକୁ ନେଇ ରହିଥିବା କୁହାଯାଇଛି ।
୨୦୨୪ ଟି-୨୦ ବିଶ୍ବକପ ଜିତିବା ପରେ ରୋହିତ ଶର୍ମା ଟି-୨୦ କ୍ରିକେଟକୁ ବାଏ ବାଏ କହିଥିଲେ । ରୋହିତଙ୍କ ଅବସରରେ ପରେ ଟିମ୍ ଇଣ୍ଡିଆର ଅଧିନାୟକ କିଏ ହେବ ଏହାକୁ ନେଇ ଚର୍ଚ୍ଚା ଭିତରେ ଆଗରେ ରହିଥିଲେ ହାର୍ଦ୍ଦିକ । ଏମିତିକି ଅନେକ ମ୍ୟାଚରେ ରୋହିତଙ୍କ ସମୟରେ ହାର୍ଦ୍ଦିକ ମଧ୍ୟ ଷ୍ଟାଣ୍ଡ ବାଏ ଅଧିନାୟକ ପଦ ସମ୍ଭାଳିଥିଲେ । ଯେଉଁ କାରଣରୁ ରୋହିତଙ୍କ ପରେ ସେ ଅଧିନାୟକ ହେବେ ବୋଲି ଅନେକ ଦାବି କରିଥିଲେ । କିନ୍ତୁ ଟିମ୍ ଇଣ୍ଡିଆରେ ନୂଆ ପ୍ରଶିକ୍ଷକ ଗୌତମ ଗମ୍ଭୀର ହେବା ପରେ ସବୁ ଅଙ୍କ ଭୁଲ୍ ହୋଇଯାଇଥିଲା ।
ଆଇପିଏଲରେ ମୁମ୍ବାଇ ଏବଂ ଗୁଜୁରାଟ ପକ୍ଷରୁ ଅଧିନାୟକତ୍ବର ଅଭିଜ୍ଞତା ରଖିଥିବା ହାର୍ଦ୍ଦିକ ଅଧିନାୟକ ହେବେ ବୋଲି ଆତ୍ମବିଶ୍ବାସ ରଖିଥିଲେ । ତାଙ୍କ ଅଧିନାୟକତ୍ବରେ ଗୁଜୁରାଟ ଚାମ୍ପିୟନ ମଧ୍ୟ ହୋଇଛି । ତେବେ ଚୟନ କମିଟି ମଧ୍ୟ ଏକ ପ୍ରକାର ତାଙ୍କ ନାମରେ ମୋହର ମାରିବାକୁ ରହିଥିଲା । ମାତ୍ର ଜଣେ ଅତି ବରିଷ୍ଠ ଖେଳାଳିଙ୍କ ଭୋଟ ହାର୍ଦ୍ଦିକଙ୍କ ବଦଳରେ ସୂର୍ଯ୍ୟଙ୍କୁ ଯାଇଥିଲା । କେବଳ ଏତିକି ନୁହେଁ ଗମ୍ଭୀରଙ୍କ ସମର୍ଥନ ମଧ୍ୟ ସୂର୍ଯ୍ୟଙ୍କ ପ୍ରତି ରହିଥିବାରୁ ସେ ଅଧିନାୟକ ପଦ ପାଇଥିଲେ । ଏହି କାରଣରୁ ସୂର୍ଯ୍ୟ-ହାର୍ଦ୍ଦିକଙ୍କ ମଧ୍ୟରେ ୨ ବର୍ଷ ହେବ ସମ୍ପର୍କରେ ଫାଟ ଥିବା ଜଣେ ବରିଷ୍ଠ ଖେଳାଳି କହିଛନ୍ତି ।
ଏହାସହ ପଢ଼ନ୍ତୁ : Vaibhav Sooryavanshi: ବୈଭବଙ୍କ ପାଇଁ ବିସିସିଆଇ ବଦଳାଇଲା ଏହି ନିୟମ, ସଚିନଙ୍କ ପରେ ପାଇବେ ଫାଇଦା