ନୂଆଦିଲ୍ଲୀ, ୧୪/୨ : ରବିବାର ଭାରତ-ପାକିସ୍ତାନ ମଧ୍ୟରେ ଖେଳାଯିବ ହାଇ ଭୋଲଟେଜ୍ ମ୍ୟାଚ୍ । ଟି-୨୦ ବିଶ୍ବକପର ଏହି ଗୁରୁତ୍ବପୂର୍ଣ୍ଣ ମ୍ୟାଚ ଦେଖିବାକୁ ସାରା ବିଶ୍ବର କ୍ରୀଡ଼ାପ୍ରେମୀମାନେ ଚାହିଁ ରହିଛନ୍ତି । ତେବେ ପାକିସ୍ତାନ ବିପକ୍ଷ ମ୍ୟାଚ୍ ପୂର୍ବରୁ କଲୋମ୍ବୋରେ ପ୍ରେସମିଟରେ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ନିଜର ପ୍ଲାନ ସମ୍ପର୍କରେ ଜଣାଇଛନ୍ତି । ଭିନ୍ନ ଏକ ଆକ୍ସନ ପାଇଁ ଚର୍ଚ୍ଚାରେ ରହିଥିବା ପାକିସ୍ତାନୀ ସ୍ପିନର ଉସମାନ ତାରିକଙ୍କୁ କିଭଳି ସାମ୍ନା କରିବେ ଏହାକୁ ନେଇ ସେ ନିଜର ବିବୃତ୍ତି ରଖିଛନ୍ତି । ସେ କହିଛନ୍ତି କି, ଆମେରିକା ବିପକ୍ଷରେ ଭଲ ପ୍ରଦର୍ଶନ କରିଥିଲେ ଉସମାନ । ସେ ଏହି ମ୍ୟାଚରେ ୫ ରନ୍ ଦେଇ ୪ ଓ୍ବିକେଟ୍ ନେଇଥିଲେ ।

ଏହାସହ ପଢ଼ନ୍ତୁ : ଭାରତ- ପାକିସ୍ତାନ ମ୍ୟାଚରେ ଆଦାୟ ହେବ କେତେ କୋଟି ଟଙ୍କା ? ଗୋଟିଏ କ୍ଲିକରେ ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ଯଦିଓ ସେ ଜଣେ ଭିନ୍ନ ଧରଣର ବୋଲର ତଥାପି ଆମେ ଆତ୍ମସମର୍ପଣ କରିବୁ ନାହିଁ । ଆମେ ନିଜର ବ୍ୟାଟିଂରେ ପରିବର୍ତ୍ତନ କରିବୁ । ଆମେ ଟି-୨୦ରେ ଆକ୍ରମଣାତ୍ମକ ଢ଼ଙ୍ଗରେ ଖେଳିବା ପାଇଁ ଚେଷ୍ଟା କରିବୁ । ସେ ସ୍ବିକାର କରିଛନ୍ତି କି, ପାକିସ୍ତାନର ବୋଲରମାନେ ଚ୍ୟାଲେଞ୍ଜ ସୃଷ୍ଟି କରିବେ । କିନ୍ତୁ ଆମେ ଆତ୍ମସମର୍ପଣ କରିବୁ ନାହିଁ । ଆମେ ଆକ୍ରମଣାତ୍ମକ ଢ଼ଙ୍ଗରେ ଖେଳିବାକୁ ପ୍ରୟାସ କରିବୁ । ନର୍ଭସ ନହୋଇ ଭଲ ପ୍ରଦର୍ଶନ କରିବାକୁ ଚେଷ୍ଟା କରିବୁ । ପ୍ରଥମ ଦୁଇଟି ମ୍ୟାଚରେ ଆମେ ବିଜୟୀ ହୋଇଥିବାବେଳେ ଆମ ଖେଳାଳିମାନେ ଏବେ ଭଲ ଫର୍ମରେ ରହିଛନ୍ତି । ଏହାସହ ଖେଳାଯିବାକୁ ଥିବା ପଡ଼ିଆରେ ଆମେ ପୂର୍ବରୁ ଖେଳିଛୁ । ଯାହାକି ଆମକୁ ମଧ୍ୟ ଅନେକ ଫାଇଦା ଦେବ ।

ଏହାସହ ପଢ଼ନ୍ତୁ : କାର ଭିତରେ ପ୍ରେମିକାକୁ କଲେ ଗୁଳି, ପରେ ନିଜକୁ....