ପ୍ରମୂଖ ଖବର
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ମାଧପୁର ରେଞ୍ଜରେ ଭାଲୁର ସନ୍ଦେହ ଜନକ ମୃତ୍ୟୁ

Published By : Harapriya Sethi | November 17, 2024 12:56 PM

ଆଠମଲ୍ଲିକ, ୧୭/୧୧: ଆଠମଲ୍ଲିକ ବନଖଣ୍ଡରେ ଏବେ ବନ୍ୟଜନ୍ତୁ ଅସୁରକ୍ଷିତ । ଅକ୍ଟୋବର ମାସରେ ଦୁଇଟି ହାତୀ ମୃତ୍ୟୁ ବରଣ କରିଥିବା ବେଳେ ରବିବାର ଏକ ଜଙ୍ଗଲୀ ଭାଲୁର ମୃତ୍ୟୁଦେହକୁ ବନ ବିଭାଗ ଉଦ୍ଧାର କରିଛି । ଏନେଇ ଡିଏଫଓଙ୍କ ତରଫରୁ କୌଣସି ପ୍ରତିକ୍ରିୟା ମିଳି ପାରି ନାହିଁ । ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଅଞ୍ଚଳରେ ଏଭଳି ଘଟଣା ଘଟିଛି ।  

ସୂଚନା ମୁତାବକ, ମାଧପୁର ରେଞ୍ଜର ହଟୁଆପଡ଼ା ଗ୍ରାମ ନିକଟରେ ଏକ ଭାଲୁର ମୃତ୍ୟୁଦେହ ପଡିଥିବାର ଲୋକେ ଦେଖିଥିଲେ । ଏହା ଦେଖି ବନ ବିଭାଗର କର୍ମଚାରୀଙ୍କୁ ଖବର ଦେଇଥିଲେ । ଖବର ପାଇ ଘଟଣା ସ୍ଥଳରେ ବନ ବିଭାଗର କର୍ମଚାରୀ ପହଞ୍ଚି ଥିଲେ । ସେଠାରେ ପହଞ୍ଚି ଭାଲୁର ମୃତଦେହକୁ ଏକ ପିଲିଥିନ୍‌ ସାହାଯ୍ୟରେ ଘୋଡ଼ାଇ ଦେଇଥିଲେ । କାହାରିକୁ ନିକଟକୁ ଛାଡି ନଥିଲେ । ଏପରିକି ଭିଡ଼ିଓ କିମ୍ବା ଫୋଟେ ଉଠାଇବାକୁ ଦେଇ ନଥିଲେ । ଏଭଳି ସ୍ଥିତିରେ ଭାଲୁକୁ କେହି ଗୁଳି ମାରିଥିବା ନେଇ ଅଞ୍ଚଳବାସୀ ସନ୍ଦେହ କରୁଛନ୍ତି । ତେବେ ଏନେଇ ଡିଏଫଓଙ୍କ ତରଫରୁ କୌଣସି ପ୍ରତିକ୍ରିୟା ମିଳି ପାରି ନାହିଁ ।  

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.