ନୂଆଦିଲ୍ଲୀ,୧୪।୧୨: ଅଷ୍ଟ୍ରେଲିଆର ସିଡନୀର ପ୍ରସିଦ୍ଧ ବଣ୍ଡି ବିଚ୍ରେ ଘଟିଛି ଭୟଙ୍କର ଗୁଳିକାଣ୍ଡ । ଯିହୁଦୀ ସମ୍ପ୍ରଦାୟ ହାନୁକା ଉତ୍ସବର ପ୍ରଥମ ରାତି ପାଳନ କରୁଥିବା ସମୟରେ ଏହି ଆକ୍ରମଣ ଘଟିଥିଲା। ଆକ୍ରମଣ ସମୟର ଏକ ଭିଡିଓ ଏବେ ଭାଇରାଲ ହେଉଛି। ଭିଡିଓରେ ଜଣେ ସାଧାରଣ ନାଗରିକ କିଭଳି ଆକ୍ରମଣକାରୀର ମୁକାବିଲା କରିଥିଲେ ତାହା ସ୍ପଷ୍ଟ ଦେଖାଯାଉଛି। ନିଜ ଜୀବନକୁ ଭୟ ନକରି ବନ୍ଧୁକଧାରୀକୁ ମାଡ଼ି ବସିଥିଲେ ଏହି ବ୍ୟକ୍ତି।
BREAKING: Video shows how bystander disarmed one of the Bondi Beach gunmen pic.twitter.com/YN9lM1Tzls
— The Spectator Index (@spectatorindex) December 14, 2025
ଭିଡିଓରେ ଦେଖାଯାଉଛି ଯେ ଆକ୍ରମଣକାରୀ ଆଖିବୁଜା ଗୁଳି ମାଡ଼ କରୁଛି। ସେହି ସମୟରେ, ଜଣେ ବ୍ୟକ୍ତି ନିଜ ଜୀବନକୁ ଭୟ ନକରି ପଛରୁ ଆସି ଆକ୍ରମଣକାରୀକୁ କାବୁ କରିନଥିଲେ। ଏହି ସାହସୀ ବ୍ୟକ୍ତି ଜଣକ ଆକ୍ରମଣକାରୀଠାରୁ ବନ୍ଧୁକ ଛଡାଇ ନେଇଥିଲେ। ତାଙ୍କର ସାହସିକତା ପାଇଁ ସେ ଏବେ ସୋସିଆଲ ମିଡିଆରେସେ ହିରୋ ପାଲଟି ଯାଇଛନ୍ତି। ତାଙ୍କୁ ଲୋକେ ଖୁବ୍ ପ୍ରଶଂସା କରିଛନ୍ତି। ୧୫ ସେକେଣ୍ଡର ଭିଡିଓରେ ଦେଖାଯାଉଛି ଜଣେ ବ୍ୟକ୍ତି ପାର୍କିଂ ହୋଇଥିବା କାର ପଛରେ ଲୁଚି ରହିଛନ୍ତି। ସେ ପଛରୁ ବନ୍ଧୁକଧାରୀଙ୍କ ପାଖକୁ ଦୌଡ଼ି ତାଙ୍କ ବେକକୁ ଧରି ତାଙ୍କ ରାଇଫଲ୍ ଛଡ଼ାଇ ନିଅନ୍ତି। ବନ୍ଧୁକଧାରୀ ତଳେ ପଡ଼ିଯାଆନ୍ତି ଏବଂ ଭଦ୍ରଲୋକ ତାଙ୍କ ଆଡ଼କୁ ବନ୍ଧୁକ ଦେଖାଉଛନ୍ତି।
ଚଳିତ ବର୍ଷ ହାନୁକା ଡିସେମ୍ବର ୧୪ ସନ୍ଧ୍ୟାରେ ଆରମ୍ଭ ହୋଇଥିଲା ଏବଂ ଡିସେମ୍ବର ୨୨ ପର୍ଯ୍ୟନ୍ତ ଜାରି ରହିବ। ଏହି ଘଟଣା ‘ ହନୁକା ବାୟ ଦ ସି’ ନାମକ ଏକ ସମ୍ପ୍ରଦାୟିକ କାର୍ଯ୍ୟକ୍ରମ ସମୟରେ ଘଟିଥିଲା`ଯେଉଁଥିରେ ଶହ ଶହ ପରିବାର ଯୋଗ ଦେଇଥିଲେ। ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ, କଳା ପୋଷାକ ପିନ୍ଧିଥିବା ଦୁଇଜଣ ଆକ୍ରମଣକାରୀ ହଠାତ ସେଠାରେ ପହଁଞ୍ଚି ଆରମ୍ଭ କରିଦେଇଥିଲେ ଆଖିବୁଜା ଗୁଳିମାଡ଼। ଲୋକମାନେ ଜୀବନ ବଞ୍ଚାଇବାକୁ ପଳାୟନ ପଳାୟନ ଆରମ୍ଭ କରିଥିଲେ। ନ୍ୟୁ ସାଉଥ୍ ୱେଲ୍ସ ପୋଲିସର ସୂଚନା ଅନୁଯାୟୀ, ଆକ୍ରମଣରେ ଜଣେ ଆକ୍ରମଣକାରୀଙ୍କ ସମେତ ମୋଟ ୧୨ ଜଣଙ୍କର ମୃତ୍ୟୁ ହୋଇଛି।
ଆହୁରି ପଢନ୍ତୁ: ବଣ୍ଡି ବିଚ୍ ଗୁଳିକାଣ୍ଡ: ଆକ୍ରମଣକାରୀ ସହ ୧୨ ମୃତ, ଜଣେ ଗିରଫ : ପିଏମ୍ ମୋଦିଙ୍କ ନିନ୍ଦା, କହିଲେ- ‘ଅଷ୍ଟ୍ରେଲିଆ ସହ ଆମେ ଅଛୁ’