ପ୍ରମୂଖ ଖବର
  • ମତ୍ସ୍ୟ ସେବାରେ ୨୧୭ ନୂତନ ପଦବୀ ଏବଂ ଉଦ୍ୟାନ କୃଷି ସେବାରେ ୬୭ ନୂତନ ପଦବୀ ସୃଷ୍ଟି
  • ||
  • ଦିଗପହଣ୍ଡି ଓସ୍ତାପଲ୍ଲୀରେ ବ୍ୟାପୁଛି ଝାଡାବାନ୍ତି, ମୃତ୍ୟୁ ସଂଖ୍ୟା ୨ରେ ପହଞ୍ଚିଲା
  • ||
  • ପ୍ରସିଦ୍ଧ ୟୁଟ୍ୟୁବର ମନୀଷ କଶ୍ୟପ ‘ଜନ ସୁରାଜ’ ପାର୍ଟିରେ ସାମିଲ
  • ||
  • ପ୍ରକାଶ ପାଇଲା ଯୁକ୍ତ ୨ ପ୍ରଥମ ମେଧା ତାଲିକା, କାଲିଠୁ ଆରମ୍ଭ ହେବ ନାମଲେଖା: ୨୪ରୁ ଏକାଦଶ ଶ୍ରେଣୀ ପାଠପଢ଼ା
  • ||
  • ସୁରକ୍ଷା ବାହିନୀକୁ ବଡ଼ ସଫଳତା, ଏନକାଉଣ୍ଟରରେ PLGA ବାଟାଲିୟନ ଡେପୁଟି କମାଣ୍ଡର ନିହତ
  • ||
  • ରାଜଧାନୀରୁ ୨୬୫ ଗ୍ରାମ ବ୍ରାଉନ ସୁଗର ଜବତ, ଅଭିଯୁକ୍ତ ଗିରଫ
  • ||
  • ଢେଙ୍କାନାଳ : ଫାର୍ମହାଉସ୍‌ରୁ ଶ୍ରମିକଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର, ତଦନ୍ତ କରୁଛି ପୁଲିସ
  • ||
  • IT ଅଫିସରେ ହାଜର ହେଲେ ବିଶାଳ ଦାସ, କିଛି ଦିନ ପୂର୍ବରୁ ହୋଇଥିଲା ଚଢାଉ
  • ||
  • ଭଦ୍ରକ : ବିପଦ ସଂକେତ ତଳେ ବୈତରଣୀରେ ବନ୍ୟା ଜଳ, ୧୮.୦୭ ମିଟରରେ ପ୍ରବାହିତ
  • ||
  • ଅଧରପଣା ପାଇ ତୃପ୍ତ ହେବେ ଦେବାଦେବୀଙ୍କ ସମେତ ଯୋଗିନୀଗଣ, ପଣା ସଂଗ୍ରହ ଉପରେ ଲାଗିଲା କଟକଣା
  • ||
  • ଢେଙ୍କାନାଳ : ୪୦ ଟିକିଆ ହାତୀପଲ ନଦୀ ପାର ବେଳେ ଅଘଟଣ, ବ୍ରାହ୍ମଣୀ ନଦୀରେ ଭାସିଗଲେ ୩ ହାତୀ, ଦୀର୍ଘ ସମୟର ପରେ ଉଦ୍ଧାର
  • ||
  • ରଥାରୂଢ଼ ଠାକୁରଙ୍କୁ ଅଧର ପଣା ଭୋଗ ଅର୍ପଣ ନୀତି, ଆଜି ପାର୍ଶ୍ୱଦେବାଦେବୀ ଓ ଅଶରୀରଙ୍କୁ ହେବ ସମର୍ପଣ
  • ||
  • ବାଲେଶ୍ୱର : ବାଗୁଡ଼ି ଯୋଡ଼ାମ୍ବ ଛକ SBI ଏଟିଏମ୍‌ରୁ ଲୁଟ୍, ଗ୍ୟାସ୍‌ କଟରରେ ଏଟିଏମ୍‌ କାଟି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ବଙ୍ଗୋପସାଗରେ ଲଘୁଚାପ ସକ୍ରିୟ; ଆଜି ୭ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଅରେଞ୍ଜ, ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||

ପାଦରେ ଦେଖାଦିଏ ମଧୁମେହର ଲକ୍ଷଣ, ଅଣଦେଖା କଲେ ହୋଇପାରେ ହାନିକାରକ

Published By : Krishna Priya | November 22, 2024 8:20 AM

ଭୁବନେଶ୍ୱର ୨୨/୧୧: ବିଶ୍ୱରେ ବଢିଚାଲିଛି ମଧୁମେହ ଚିନ୍ତା । ଦେଶର ଅର୍ଦ୍ଧାଧିକ ଲୋକ ମଧୁମେହରେ ପୀଡିତ । ଏହି ରୋଗର ନିରାକରଣ ସମ୍ଭବ ନୁହେଁ । କେବଳ ନିୟନ୍ତ୍ରଣ କରାଯାଇପାରିବ । ଏହି ରୋଗ ହେବା ପରେ ରକ୍ତରେ ଶର୍କରା ସ୍ତର ବଢିଯାଇଥାଏ, ଯାହାକୁ ନିୟନ୍ତ୍ରଣ କରା ନଗଲେ ଶରୀରର ଅନ୍ୟ ଅଙ୍ଗ ନଷ୍ଟ ହୋଇପାରେ । ଏହାର କିଛି ଲକ୍ଷଣ ପାଦରେ ଦେଖିବାକୁ ମିଳିଥାଏ, ଏହାକୁ ଅଣଦେଖା କରିବା ହାନିକାରକ ହୋଇପାରେ । ମଧୁମେହ ହେବା ଦ୍ୱାରା ବ୍ୟକ୍ତି ଶରୀରରେ ଇନ୍‌ସୁଲିନ୍‌ କମିଯାଏ କିମ୍ବା ଠିକ୍‌ ଭାବେ ଉପଯୋଗ ହୋଇପାରେନା । ଫଳରେ ରକ୍ତରେ ଶର୍କରା ସ୍ତର ବଢିଥାଏ । ରକ୍ତରେ ଶର୍କରା ସ୍ତର ବଢିବା କ୍ଷତିକାରକ ହୋଇପାରେ । ଏହା ଶରୀରର ଅନ୍ୟ ଅଙ୍ଗକୁ ମଧ୍ୟ କ୍ଷତି ପହଞ୍ଚାଇଥାଏ ।

ମଧୁମେହ କାରଣରୁ ଡାଇବେଟିକ୍‌ ନ୍ୟୁରୋପାଥି ହୋଇଥାଏ, ଯାହାଦ୍ୱାରା ସ୍ନାୟୁ ନଷ୍ଟ ହୋଇଚାଲେ । ସେହିପରି ରୋଟିନୋପାଥି, ଯାହା ଆଖିର ସ୍ନାୟୁକୁ କ୍ଷତି ପହଞ୍ଚାଇଥାଏ । ଏହାବ୍ୟତୀତ କିଡ୍‌ନୀ ରୋଗ, ହାର୍ଟ ଆଟାକ୍‌, ଗଲ୍‌ ବ୍ଲାଡର୍‌ ଆଦି ସମସ୍ୟା ଆସିପାରେ । କେବଳ ସେତିକି ନୁହେଁ ମଧୁମେହ କାରଣରୁ ଚିନ୍ତା, ଆଙ୍ଗ୍‌ଜାଇଟି, ଦୁର୍ବଳ ରୋଗ ପ୍ରତରୋଧକ ଶକ୍ତି, ଅଷ୍ଟିଓ ପୋରସିସ୍‌ ପରି ରୋଗର ଆଶଙ୍କା ମଧ୍ୟ ବଢିଥାଏ । ମଧୁମେହରେ ହେଉଥିବ ସମସ୍ୟାରୁ ରକ୍ଷା ପାଇବା ପାଇଁ ରୋଗ ଉପରେ ନିୟନ୍ତ୍ରଣ ରଖିବା ଜରୁରି । ବିଶେଷଜ୍ଞଙ୍କ ମତରେ ମଧୁମେହର କିଛି ଲକ୍ଷଣ ପାଦରେ ମଧ୍ୟ ଦେଖିବାକୁ ମିଳିଥାଏ ।

ପାଦରେ ଦେଖା ଦେଉଥିବା ସଙ୍କେତ :

ଶୋଷ ଲାଗିବା ଓ ଥକ୍କା ଲାଗିବା ମଧୁମେହର ଖୁବ୍‌ ସାଧାରଣ ଲକ୍ଷଣ । କିନ୍ତୁ ଏହା ଅନେକ ସମୟରେ ଜଣାପଡି ନଥାଏ । କିଛି ଲକ୍ଷଣ ପାଦରେ ଦେଖା ଦେଇଥାଏ, କିନ୍ତୁ ମଧୁମେହ ସହ ଏହାର ସମ୍ପର୍କ ଥିବା କଥା କେହି ଚିନ୍ତା କରି ନ ଥାନ୍ତି । ମଧୁମେହ ରୋଗୀଙ୍କ ପାଦରେ କୌଣସି ଖଣ୍ଡିଆ ବା ଘା’ ହେଲେ ତାହା ସହଜରେ ଶୁଖି ନଥାଏ । ବରଂ ଧିରେ ଧିରେ ବଢିଚାଲେ । ପାଦରେ ରଙ୍ଗରେ ପରିବର୍ତ୍ତନ, ଯାହା ରକ୍ତ ପ୍ରବାହ ନ ହେବା କାରଣରୁ ହୋଇଥାଏ । ଫଙ୍ଗାଲ୍‌ ଇନ୍‌ଫେକ୍ସନ, ଏହା ମଧ୍ୟ ମଧୁମେହ ରୋଗୀଙ୍କ ପାଦରେ ଦେଖା ଦେଇଥାଏ । ଏହା ସ୍ନାୟୁ ନଷ୍ଟ ହେବା କାରଣରୁ ହୋଇଥାଏ । କାରଣ ପାଦକୁ ଠିକ୍‌ ଭାବେ ରକ୍ତ ସଂଞ୍ଚାଳନ ହେଇପାରି ନଥାଏ । 

ଏହାବ୍ୟତୀତ ମଧୁମେହ ରୋଗୀଙ୍କ ପାଦରେ ପ୍ରାୟତଃ ଝିମ୍‌ଝିମ୍‌ ହେବା କିମ୍ବା ସଲସଲ୍‌ ଅନୁଭବ ହୋଇଥାଏ । ଏହା ସ୍ନାୟୁ ନଷ୍ଟ ହେବାର କାରଣ ହୋଇପାରେ । ଏହି ରୋଗୀର ପାଦରେ ଆଘାତ ଲାଗିଲେ ମଧ୍ୟ ଜଣାପଡି ନଥାଏ । ଯାହାଦ୍ୱାରା ଅଜଣତାରେ ସଂକ୍ରମଣର ଆଶଙ୍କା ବଢିଥାଏ । ସେହିପରି ମଧୁମେହ ରୋଗୀର ପାଦର ରଙ୍ଗ ଓ ଟେକ୍ସଚର ମଧ୍ୟ ବଦଳି ଯାଇଥାଏ । ଏମାନଙ୍କ ପାଦ ଅଧିକ ରୁକ୍ଷ ହେବା ସହ ଫାଟିଥାଏ । 

ଠିକ୍‌ ଭାବେ ରକ୍ତ ସଞ୍ଚାଳନ ନ ହେବା କାରଣରୁ ଏପରି ହେଇଥାଏ । ତେଣୁ ମଧୁମେହ ରୋଗୀ ନିଜ ପାଦର ଅଧିକ ଯତ୍ନ ନେବା ସହ ମଝିରେ ମଝିରେ ଡାକ୍ତର ପରୀକ୍ଷା କରାଇନେବା ଉଚିତ୍‌ । ମଧୁମେହ ରୋଗୀ ନିୟମିତ ବ୍ୟାୟାମ କରିବା, ସନ୍ତୁଳିତ ଆହାର ଖାଇବା, ଓଜନରେ ନିୟନ୍ତ୍ରଣ ରଖିବା ସହ ପାଦର ଖାସ୍‌ ଯତ୍ନ ନେବା ଜରୁରି । ପାଦରେ କିଛି ସମସ୍ୟା ଅନୁଭବ ହେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ କରାଇ ନେବା ଉଚିତ୍‌ । ସମସ୍ୟା ଜଣାପଡିଲେ ଡେରି ନ କରି ଚିକିତ୍ସା ଆରମ୍ଭ କରନ୍ତୁ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.