ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ସିରିଆରେ ଜେଲ୍‌ ଖୋଲିଦେଲେ ବିଦ୍ରୋହୀ: ମୁକୁଳିଲେ ବନ୍ଦୀ, କଏଦୀଙ୍କୁ ଖୋଜୁଛନ୍ତି ପରିବାର

Published By : Prameya | December 10, 2024 10:41 AM

ଦାମାସ୍କସ,୧୦/୧୨: ସିରିଆକୁ ବିଦ୍ରୋହୀ  କବ୍‌ଜା କରିବା ଏବଂ ରାଷ୍ଟ୍ରପତି ବଶର ଅଲ୍‌-ଅସଦ  କ୍ଷମତାଚ୍ୟୁତ ହେବା ପରେ ସାଦ୍‌ନାୟା ଜେଲ୍‌ରୁ  ବନ୍ଦୀ ଚମ୍ପଟ ମାରିଛନ୍ତି । ‘ମଣିଷଙ୍କ କଂସେଇଖାନା’  ଭାବେ ଜଣା ରାଜଧାନୀ ଦାମାସ୍କସ ନିକଟରେ ଥିବା  ଏହି ଜେଲ୍‌ର ସମସ୍ତ କଏଦୀଙ୍କୁ ବିଦ୍ରୋହୀ ମୁକ୍ତ କରିଦେଇଛନ୍ତି । କଏଦୀଙ୍କ ପରିବାର ଲୋକେ ଜେଲ ଆଖପାଖରେ ନିଜ ନିଜ ସମ୍ପର୍କୀୟଙ୍କୁ ଖୋଜୁଛନ୍ତି ।  ରିପୋର୍ଟ ଅନୁସାରେ, ଏହି ଜେଲ୍‌ରେ ହଜାର ହଜାର  ସଂଖ୍ୟାରେ ବନ୍ଦୀ ରହିଥିଲେ । ସେମାନଙ୍କୁ ଛାଡ଼ି  ଦିଆଯାଇଥିବା ଖବର ଶୁଣି ଖୁସିରେ ପରିବାର  ଲୋକେ ନିଜ ଲୋକଙ୍କୁ ଘରକୁ ନେବା ପାଇଁ  ଜେଲ୍‌ ଆଗରେ ଭିଡ଼ ଜମାଇଥିଲେ । ସେମାନେ  ପାଟିକରି ସମ୍ପର୍କୀୟଙ୍କୁ ଖୋଜୁଥିବା ଦେଖିବାକୁ  ମିଳିଛି । ଜେଲ୍‌ର ସୁରକ୍ଷାକର୍ମୀମାନେ ମଧ୍ୟ ନିଜ ନିଜ  ପଦରୁ ଓହରି ଯାଇ ଗେଟ୍‌ ଖୋଲା ଛାଡ଼ିଦେଇଛନ୍ତି ।  କେବଳ ଗୋଟିଏ ଜେଲ୍‌ ନୁହେଁ ଦେଶସାରା ଅନେକ  ଜେଲ୍‌ରେ ସୁରକ୍ଷାକର୍ମୀମାନେ ଏଭଳି ଗେଟ୍‌ ଖୋଲି  ଦେଇଛନ୍ତି । 

ସୂଚନା ଅନୁସାରେ, ପ୍ରାୟ ୧ ଲକ୍ଷରୁ ଊଦ୍ଧ୍ୱର୍  କଏଦୀଙ୍କୁ ସେମାନଙ୍କ ସମ୍ପର୍କୀୟ ଖୋଜି ବୁଲୁଛନ୍ତି । ଏହା ଭିତରେ ସିରିଆ ସରକାର କରିଥିବା  ଗୁପ୍ତ ବନ୍ଦୀଖାନାଗୁଡ଼ିକର ଦୃଶ୍ୟ ମଧ୍ୟ ସେଠାକାର  ଟିଭି ଚ୍ୟାନେଲରେ ପ୍ରସାରିତ ହୋଇଛି । ସେଠାରେ  କଏଦୀଙ୍କୁ ବେଶ୍‌ ଦୁର୍ବଳ ଅବସ୍ଥାରେ ଦେଖିବାକୁ  ମିଳିଛି । ଆମ୍‌ନେଷ୍ଟି ଇଣ୍ଟରନ୍ୟାସନାଲ ମୁତାବକ,  ସାଦନାୟା ଜେଲ୍‌ରେ ଏକଦା ୨୦ ହଜାର କଏଦୀଙ୍କୁ  ଏକ ସଙ୍ଗରେ ଭର୍ତ୍ତି କରାଯାଉଥିଲା । ସେଠାରେ  ଅନେକ ସମୟରେ ବହୁସଂଖ୍ୟକ ବନ୍ଦୀଙ୍କ ମୃତ୍ୟୁ  ଘଟିଥାଏ । ସେମାନଙ୍କୁ ଜେଲ୍‌ ଭିତରେ ନିର୍ଯାତନା  ଦିଆଯିବା ସହ ହତ୍ୟା କରାଯାଉଥିଲା । ତେଣୁ  ଏହି ଜେଲ୍‌କୁ ମଣିଷଙ୍କ କଂସେଇଖାନା ଆଖ୍ୟା  ଦିଆଯାଇଛି । ପ୍ରକାଶଥାଉ କି, ବିଦ୍ରୋହୀ ଗୋଷ୍ଠୀ  ହୟାତ ତହରିର୍‌ ଅଲ୍‌-ଶାମ୍‌ (ଏଚ୍‌ଟିଏସ୍‌)  ଅସଦ ସରକାର ବିରୋଧରେ ବିଦ୍ରୋହ କରିଛି ।  ଏଥିଯୋଗୁ ଅସଦ ରବିବାର ରାଷ୍ଟ୍ରପତି ପଦରୁ  ଇସ୍ତଫା ଦେଇ ରୁଷ୍‌ ପଳାୟନ କରିଛନ୍ତି । ଦେଶକୁ  ଦଖଲ କରିବା ପରେ ବିଦ୍ରୋହୀ ଅନେକ ଜେଲ୍‌ରୁ  ଅସଦ ବନ୍ଦୀ କରିଥିବା କଏଦୀଙ୍କୁ ମୁକ୍ତ କରିଛନ୍ତି ।  ବିଦ୍ରୋହୀ ରବିବାର ସାଦନାୟା ଜେଲ୍‌ରେ  ଉତ୍ପୀଡ଼ନର ଅନ୍ତ ଘଟିଥିବା ଘୋଷଣା କରିଥିଲେ । 

ସେପଟେ ଜେଲ୍‌ ଭିତରେ ଥିବା ଅଣ୍ଡରଗ୍ରାଉଣ୍ଡ  ସେଲ୍‌ରେ ଅନେକ ବନ୍ଦୀ ରହିଥିବା ନେଇ ଜେଲ୍‌ର  କିଛି କର୍ମଚାରୀ ସୂଚନା ଦେବା ପରେ ସେଠାରେ  ତଲାସୀ ଆରମ୍ଭ କରାଯାଇଛି । ଉଦ୍ଧାରକାରୀ ଦଳ  ହ୍ୱାଇଟ୍‌ ହେଲମେଟ ପକ୍ଷରୁ ଏହାର ୫ଟି ସ୍ୱତନ୍ତ୍ର  ଟିମ୍‌କୁ ସେଠାରେ ନିୟୋଜିତ କରାଯାଇଛି । ଏହି  ଟିମ୍‌ରେ ଉଦ୍ଧାରକାରୀ ଦଳ ସମେତ କାନ୍ଥ ଭାଙ୍ଗିବା  କର୍ମଚାରୀ, ଲୁହା ଗେଟ୍‌ ଖୋଲିବା ବିଶେଷଜ୍ଞ,  ତାଲିମପ୍ରାପ୍ତ ଡଗ୍‌ ୟୁନିଟ୍‌ ଓ ମେଡିକାଲ ଦଳ ସାମିଲ  ଅଛନ୍ତି । ଯେତେ କଠିନ ପରିସ୍ଥିତିରେ ରହିଥିଲେ ମଧ୍ୟ  ବନ୍ଦୀମାନଙ୍କୁ ଏହି ଉଦ୍ଧାରକାରୀ ଟିମ୍‌ ବାହାରକୁ ବାହାର  କରିପାରିବ । ଅପରାଧୀଙ୍କ ବ୍ୟତୀତ ଅସଦ୍‌ ସରକାର  ବିରୋଧରେ ବିଦ୍ରୋହ କରୁଥିବା ରାଜନୈତିକ  ବନ୍ଦୀମାନଙ୍କୁ ମଧ୍ୟ ଏହି ଜେଲ୍‌ରେ ରଖାଯାଉଥିଲା ।  ସେମାନଙ୍କ ଉପରେ ଅକଥନୀୟ ଅତ୍ୟାଚାର  କରାଯିବା ସହ ନିର୍ଯାତନା ଦିଆଯାଉଥିଲା । ଅନେକ  ସମୟରେ ସେମାନଙ୍କୁ ହତ୍ୟା କରି ମୃତଦେହକୁ  ଗାୟଏ କରିଦିଆଯାଉଥିଲା । ଫଳରେ ଅନେକ  ରାଜନୈତିକ ବନ୍ଦୀ ନିଖୋଜ ହୋଇଯାଇଥିଲେ ।  ଅସଦଙ୍କ ନିର୍ଦ୍ଦେଶରେ ଏହି ଜେଲ୍‌ରେ ଗଣଫାଶୀ  ମଧ୍ୟ ଦିଆଯାଉଥିଲା । ଏକ ସମୟରେ ଏକାଧିକ  ଲୋକଙ୍କୁ ଫାଶୀରେ ଝୁଲାଯାଉଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.