ପ୍ରମୂଖ ଖବର
  • ଦିଲ୍ଲୀ: ବଢିଲା ଅରବିନ୍ଦ କେଜ୍ରିୱାଲଙ୍କ ଅଡୁଆ, 'ଶୀଶମହଲ'ର ତଦନ୍ତ ନେଇ CPWDକୁ CVCର ନିର୍ଦ୍ଦେଶ
  • ||
  • ୧୯ରୁ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା, ବିଭିନ୍ନ ଜିଲ୍ଳାକୁ ଓ୍ୱାର୍ଣ୍ଣିଂ ଜାରି
  • ||
  • ସାର୍ବଜନୀନ ହେବ ରତ୍ନଭଣ୍ଡାର ତଥ୍ୟ, ଅଳଙ୍କାର ଗଣତି ମଣତି ପରେ ସୂଚନା ଦେବେ ସରକାର
  • ||
  • E-KYC ଅପଡେଟ୍ କରିନାହାଁନ୍ତି ୩୩ ଲକ୍ଷରୁ ଉର୍ଦ୍ଧ୍ଵ ହିତାଧିକାରୀ, ମାର୍ଚ୍ଚ ୩୧ ଯାଏଁ ବଢିଲା ଅବଧି
  • ||
  • ଜୟନାରାୟଣଙ୍କ ବିସ୍ଫୋରକ ବୟାନ : 'ପାଣ୍ଡିଆନ୍‌ଙ୍କ ନଂ ୱାନ୍ ଚାମଚା ହେବାକୁ ଚାଲିଛି ପ୍ରତିଯୋଗୀତା'
  • ||
  • ଶିମିଳିପାଳରେ AI କ୍ୟାମେରା ଧରିଲା ଶିକାରୀ, ୬ ଶିକାରୀ ଗିରଫ
  • ||
  • ଝାରସୁଗୁଡ଼ା : ଟ୍ରକ୍‌ ଧକ୍କାରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ଗାଁ ଲୋକଙ୍କ ଉତ୍ତେଜନା
  • ||
  • ହଟିଲା ନିଲମ୍ଵନ, ଦୀର୍ଘ ୯ ମାସ ପରେ ଘର ବାହୁଡ଼ିଲେ କଂଗ୍ରେସର ଟାଣୁଆ ନେତା ସୁର ରାଉତରାୟ
  • ||
  • ବଜେଟ୍ ଅଧିବେଶନ ଅଚଳାବସ୍ଥା, ରାଜ୍ୟପାଳଙ୍କୁ ଫେରାଦ ହେଲା ବିଜେଡ଼ି ସଦସ୍ୟ
  • ||
  • ବିଧାନସଭା ବଜେଟ୍ ଅଧିବେଶନ, ବିରୋଧୀଙ୍କ ହଟ୍ଟଗୋଳରେ ଗୃହ ହୁଲସ୍ତୁଲୁ, ୧ ମିନିଟ୍ ବି ଚାଲିପାରିଲାନି ଗୃହ
  • ||
  • ଢେଙ୍କାନାଳ : ପାରିବାରିକ କଳହର କରୁଣ ପରିଣତି, ବେକରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା
  • ||
  • ଆଜିଠୁ କଳିଙ୍ଗରେ ହକି ପର୍ବ: ଭାରତୀୟ ମହିଳା ଦଳ ଇଂଲଣ୍ଡକୁ ଏବଂ ପୁରୁଷ ଦଳ ସ୍ପେନକୁ ଭେଟିବ
  • ||
  • ପ୍ରୟାଗରାଜରେ ଭୀଷଣ ଦୁର୍ଘଟଣା : ବସ୍ ସହ ଧକ୍କା ହେଲା ବୋଲେରୋ, ୧୦ ଶ୍ରଦ୍ଧାଳୁଙ୍କ ଚାଲିଗଲା ଜୀବନ
  • ||
  • ବାଙ୍ଗିରିପୋଷି : ଅଜଣା ଗାଡି ଧକ୍କାରେ ୨ ବାଇକ୍‌ ଆରୋହୀ ମୃତ, ପରିଚୟ ଅସ୍ପଷ୍ଟ
  • ||
  • ଶନିବାରଠୁ ସିବିଏସ୍‌ଇ ଦଶମ, ଦ୍ୱାଦଶ ପରୀକ୍ଷା; ଦେଶର ୭୮୪୨ଟି ପରୀକ୍ଷା କେନ୍ଦ୍ରରେ ଏକ୍ସଜାମ୍‌ ଦେବେ ୪୨ ଲକ୍ଷ ଛାତ୍ରଛାତ୍ରୀ
  • ||
  • ରାଜ୍ୟରେ ବଦଳିବ ପାଗ, ୧୯ ଓ ୨୦ରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା
  • ||

ସରକାରୀ ପ୍ରୋତ୍ସାହନ ଅଭାବରେ ଲୁଗାବୁଣାରୁ ମୁହଁ ଫେରାଉଛନ୍ତି ତନ୍ତି ପରିବାର

Published By : Prameya | December 29, 2024 9:39 PM

ଚନ୍ଦାହାଣ୍ଡି,୨୯/୧୨ : ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଗମ୍ଭାରୀଗୁଡା ପଞ୍ଚାୟତ ଅଧିନ ଖପ୍ରାଡିହି ଗ୍ରାମର ତନ୍ତି ପରିବାର l ସରକାରୀ ସହାୟତା ଏବଂ ଜୀବିକା ମିଶିନ ଦୁରଦୃଷ୍ଟି  ଅଭାବରେ ନିଜର କୌଳିକ ବୃତ୍ତି ଲୁଗାବୁଣା ଛାଡି  ଦାଦନ ଯାଉଛନ୍ତି ତନ୍ତି ପରିବାର l ଏହାଛଡା ତନ୍ତି ପରିବାରର ୧୦ଜଣ ମହିଳା ମହାଲକ୍ଷ୍ମୀ ନାମକ ଏକ ସ୍ୱୟଂ ସହାୟିକା ଗୋଷ୍ଠୀ ଗଠନ କରିବା ସହ ସେମାନେ ସିଲେଇ କାମ କରି ସ୍ୱାବଲମ୍ବୀ ହୋଇଥିଲେ ମଧ୍ୟ ମିଶନ ଶକ୍ତି ଏବଂ ଜୀବିକା ମିଶନର ଏଥିପ୍ରତି କୌଣସି ନିଘା ନାହିଁ ବୋଲି ସଂଘର ସଭାନେତ୍ରୀ ପାନ ମେହେର ପ୍ରକାଶ କରିଛନ୍ତି l ଯଦି ସେମାନଙ୍କୁ ମିଶନ ଶକ୍ତି ଏବଂ ଜୀବିକା ମିଶନ ତରଫରୁ ତାଲିମ୍ ଏବଂ ସରକାରୀ ସହାୟତା ପ୍ରଦାନ କରାଯାଏ ସେମାନେ ନିଜର କୌଳିକ ବୃତ୍ତି ଲୁଗାବୁଣାକୁ ପୁଣି ଥରେ ଆରମ୍ଭ କରିବେ ବୋଲି ଦମ୍ଭର ସହ ପ୍ରକାଶ କରିଛନ୍ତି l  ଏ ଦିଗରେ ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦାବି କରାଯାଇଛି l

ସୂଚନା ମୁତାବକ ଗମ୍ଭାରୀଗୁଡା ପଞ୍ଚାୟତ ଅଧିନ ଖପ୍ରାଡିହି ଗ୍ରାମରେ ୬୦ରୁ ୮୦ଦଶକ ପର୍ଯ୍ୟନ୍ତ ଗ୍ରାମରେ ରହିଥିବା ୩୦ ରୁ ୪୦ତନ୍ତି ପରିବାର ଲୁଗାବୁଣି ନିଜର ଗୁଜୁରାଣ ମେଣ୍ଟାଇବା ସହ ଏଠାରେ ବିଶେଷ ଲୋକପ୍ରିୟତା ହାସଲ କରି ଥିବା ନେଇ ବରିଷ୍ଠ ନାଗରିକ ତଥା ବରିଷ୍ଠ ମହିଳା ବୁଣାକାର ପଦ୍ମା ମେହେର ପ୍ରକାଶ କରିଛନ୍ତି l ସେ ସମୟରେ ତାଙ୍କ ସ୍ୱାମୀ ଚୈତନ୍ୟ ମେହେର ଲୁଗାବୁଣା କାର୍ଯ୍ୟ କରୁଥିବାବେଳେ ସେ ସୁତା କାମ ଏବଂ ରଙ୍ଗ ଦେବାରେ ସହାୟତା କରୁ ଥିଲେ l  ଲୁଗା ବୁଣିବା ପାଇଁ ଏକ କାଠ ଯନ୍ତ୍ର (ଡଙ୍ଗି) ଏବଂ ସୁତା ସଜାଇବା ପାଇଁ ଯନ୍ତ୍ର (ବବିନ)ର ଦରକାର ପଡୁଥିଲା l ସେ ସମୟରେ ଏଠାରେ ସୂତା ମିଳୁ ନ ଥିବାରୁ ପଡୋଶୀ ଛାତିଶଗଡ଼ ରାୟପୁର ଉପରେ ନିର୍ଭର କରିବାକୁ ପଡୁଥିଲା ବୋଲି ସେ ପ୍ରକାଶ କରିଛନ୍ତି l 

କପଟା ( ଶାଢ଼ୀ ) ୫ଟଙ୍କା  ରଙ୍ଗ ବେରଙ୍ଗ ଶାଢ଼ୀ (ମସୁରୀ ) ୭ଟଙ୍କା ଭାଳୁଆ ଶାଢ଼ୀ ଉନ୍ନତ ଧାରଣର ୧୦ଟଙ୍କା, ଗାମୁଛା ୫ଟଙ୍କା ଏବଂ ଧୋତି ୧୦ଟଙ୍କାରେ ବିକ୍ରି ହେଉଥିବା ନେଇ ସେ ପ୍ରକାଶ କରିଛନ୍ତି l ଏଥିରେ ସେମାନଙ୍କ ପରିବାର ବେଶ ହସଖୁସିରେ ଚଳୁଥିଲେ l ତାଙ୍କ ସ୍ୱାମୀ ସ୍ୱର୍ଗତ ଚୈତନ୍ୟ ମେହେରଙ୍କ ବ୍ୟତୀତ ସ୍ୱର୍ଗତ ଗୌର ମେହେର, ସ୍ୱର୍ଗତ ସୌରା ମେହେର କଇତନ ମେହେର ଏକ ଭଲ ବୁଣାକାର ରହିଥିଲେ l ଆଧୁନିକ କାରିଗରି କୌଶଳ ଅଭାବରେ ଲୋକଙ୍କ ଚାହିଦା କମିଯିବା ସହ ସରକାରୀ ପ୍ରୋତ୍ସାହନ ଅଭାବରେ ବର୍ତ୍ତମାନର ଯୁବ ପୀଢ଼ି ଏହି ବୃତ୍ତି ପ୍ରତି ମୁହଁ ଫେରାଇ  ନିଜର ପେଟପାଟଣା ପାଇଁ ଦାଦନ ଯାଉଛନ୍ତି l ବୁଣାକାରଙ୍କ ପାଇଁ ସରକାରଙ୍କ ବିଭିନ୍ନ ଯୋଜନା ରହିଥିଲେ ମଧ୍ୟ ଏମାନଙ୍କ ଉପରେ କାହାର ନଜର ନାହିଁ l ଏ ସମ୍ପର୍କରେ ଜିଲ୍ଲା ମିଶନ ଶକ୍ତି ମହାସଂଘ ସଦସ୍ୟା(ଡିଏଲଏଫ) କୌଶଲ୍ୟା ପାଣ୍ଡେ ସେମାନଙ୍କ ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ମିଶନ ଶକ୍ତି ମାଧ୍ୟମରେ ତାଲିମ୍ ପ୍ରଦାନ ସହ ସରକାରୀ ପ୍ରୋତ୍ସାହନ ଯୋଗାଇଦେବା ପାଇଁ ଜିଲ୍ଲା ମିଶନ ଶକ୍ତି ମହାସଙ୍ଘ ବୈଠକରେ କଥା ଉପସ୍ଥାପନା କରିବା ସହ ସେମାନେ ବୁଣାକାର ବୃତ୍ତିକୁ ଆପଣେଇ କିପରି ରୋଜଗାର କ୍ଷମ ହୋଇପାରିବେ ସେ ବିଶେଷ ଧ୍ୟାନ ଦେବେ ବୋଲି ଗଣମାଧ୍ୟମକୁ ପ୍ରକାଶ କରିଛନ୍ତି l  

ଏ ଦିଗରେ ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ତରୁଣୀ ମେହେର, ଶେଷଦେବ ମେହେର ଚଞ୍ଚଳା ମେହେର, ତିଲୋତ୍ତମା ମେହେର, ବିଏଲଏଫ ସମ୍ପାଦିକା ପ୍ରତିମା ଦାସ ପ୍ରମୁଖ ଦାବି କରିଛନ୍ତି l

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.