ପ୍ରମୂଖ ଖବର
  • ଏମ୍ସରେ ନର୍ସଙ୍କୁ ଅସଦାଚାରଣ ଅଭିଯୋଗ, କାର୍ଯ୍ୟାନୁଷ୍ଠାନ ଦାବିରେ ଠିକା କର୍ମଚାରୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ
  • ||
  • ସାକ୍ଷୀଗୋପାଳ ମାଳତିପାଟପୁର ଷ୍ଟେସନ ନିକଟରେ ପୁରୀ-ବଦ୍ରୀନାଥ ଏକ୍ସପ୍ରେସ ଟ୍ରେନ ଧକ୍କାରେ ଟ୍ରାକ୍ଟର ଚୁରମାର
  • ||
  • ଭାରତକୁ ହରାଇ ଭାରତ ଚାମ୍ପିଅନ; ଚେସ୍ ବିଶ୍ବକପରେ ଇତିହାସ, ଦିବ୍ୟା ଦେଶମୁଖ ଜିତିଲେ ଟାଇଟଲ୍
  • ||
  • ଜାମ୍ମୁ-କାଶ୍ମୀରରେ ସେନାର ଅପରେସନ୍ ମହାଦେବକୁ ବଡ଼ ସଫଳତା, ଯବାନଙ୍କ ଗୁଳିରେ ୩ ଆତଙ୍କୀ ସଫା
  • ||
  • ଭୁବନେଶ୍ବର: ସତ୍ୟବିହାର ଅଞ୍ଚଳରେ ମହିଳା ହଷ୍ଟେଲରେ ଅଗ୍ନିକାଣ୍ଡ,ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ଟିମ୍
  • ||
  • ରାଉରକେଲା : ଠିକା କର୍ମଚାରୀଙ୍କ ଆତ୍ମହତ୍ୟା ଉଦ୍ୟମ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • କେନ୍ଦ୍ରାପଡ଼ା: ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ; ବିଜ୍ଞାନ ଶିକ୍ଷକକୁ ନିଲମ୍ବନ କଲେ ଜିଲ୍ଲା ଶିକ୍ଷାଧିକାରୀ
  • ||
  • ବଳଙ୍ଗା ନାବାଳିକା ପୋଡ଼ି ମାମଲା: ବଢ଼ିଲା ସୁରକ୍ଷା, ପୀଡ଼ିତାଙ୍କ ଘରେ ପୁଲିସ ମୁତୟନ
  • ||
  • ବାଲେଶ୍ୱର : ଧାମରାରେ ମିସାଇଲ୍‌ ପ୍ରଳୟ-୬ର ସଫଳ ପରୀକ୍ଷଣ, ୧୫୦ ରୁ ୫୦୦ କିମି ଯାଏଁ କରିପାରିବ ଲକ୍ଷ୍ୟଭେଦ
  • ||
  • ନାଇଜେରିଆର ଡଙ୍ଗା ବୁଡ଼ି ୨୫ ମୃତ; ଅନେକ ନିଖୋଜ, ଡଙ୍ଗାରେ ଥିଲେ ମୋଟ୍ ୧୦୦ ଯାତ୍ରୀ
  • ||
  • ଭଦ୍ରକରେ ବନ୍ୟା ବିତ୍ପାତ; ୪ ପଞ୍ଚାୟତରେ ୨ ଦିନ ସ୍କୁଲ୍‌ ଛୁଟି
  • ||
  • ଜର୍ମାନୀରେ ଲାଇନଚ୍ୟୁତ ହେଲା ଟ୍ରେନ; ୩ ମୃତ, ୩୪ ଆହତ
  • ||
  • ଉତ୍ତର ଓଡ଼ିଶାରେ ବନ୍ୟା: ୬ ଜିଲ୍ଲାରେ ୧୧ ହଜାର ଲୋକ ପ୍ରଭାବିତ, ପାଣିଘେରରେ ଯାଜପୁରର ୧୧ ପଞ୍ଚାୟତ
  • ||
  • ଜଗତସିଂହପୁର : ବାଇକ୍‌କୁ ପିଟିଲା ବସ୍‌; ଜଣେ ମୃତ, ଜଣେ ଗୁରୁତର
  • ||
  • ବାରାବାଙ୍କୀ ଅବସାନେଶ୍ୱର ଶିବ ମନ୍ଦିରରେ ଦଳାଚକଟା, ୨ ଶ୍ରଦ୍ଧାଳୁ ମୃତ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଖସାପଡ଼ା ନୀତି, ଆଜି ଅପରାହ୍ନ ୬ଟାରୁ ରାତି ୧୦ ଦର୍ଶନ ମନା
  • ||
  • ଶ୍ରାବଣ ମାସର ତୃତୀୟ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ଯୁଦ୍ଧବିରାମ ପାଇଁ ରାଜି ହେଲେ ଥାଇଲାଣ୍ଡ ଓ କାମ୍ୱୋଡିଆ; ମାଲେସିଆ ମଧ୍ୟସ୍ଥତାରେ ଜାରି ରହିଛି କଥାବର୍ତ୍ତା

Published By : Bijay Swain | July 28, 2025 5:23 PM

ପୁତ୍ରଜୟା: ଥାଇଲାଣ୍ଡ ଓ କାମ୍ବୋଡିଆ ଦୀର୍ଘ ଦିନର ସୀମା ସଂଘର୍ଷ ପରେ ଜରୁରିକାଳିନ ଭିତ୍ତିରେ ନିରପେକ୍ଷ ଭାବେ ଯୁଦ୍ଧବିରାମ କରିବାକୁ ରାଜି ହୋଇଛନ୍ତି। ମାଲେସିଆର ପ୍ରଧାନମନ୍ତ୍ରୀ ଆନୱାର ଇବ୍ରାହିମ ଏନେଇ ଆଧିକାରିକ ସ୍ତରରେ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଉଭୟ ଦଷ ମଧ୍ୟରେ ପାଞ୍ଚ ଦିନ ଧରି ଚାଲିଥିବା ମରଣାନ୍ତକ ସୀମା ସଂଘର୍ଷ ଶେଷ କରିବା ପାଇଁ ତୁରନ୍ତ ଓ ନିରପେକ୍ଷ ଯୁଦ୍ଧବିରାମରେ ରାଜି ହୋଇଛନ୍ତି। ଏହି ଘୋଷଣା ମାଲେସିଆ ଦ୍ୱାରା ମଧ୍ୟସ୍ଥତା ପରେ ଆସିଛି। ଯେଉଁଥିରେ କାମ୍ବୋଡିଆର ପ୍ରଧାନମନ୍ତ୍ରୀ ହୁନ ମାନେଟ ଓ ଥାଇଲାଣ୍ଡର ଭାରପ୍ରାପ୍ତ ପ୍ରଧାନମନ୍ତ୍ରୀ ଫୁମଥାମ ୱେଚାୟାଚାଇ ମାଲେସିଆର ପୁତ୍ରଜୟାରେ ମିଳିତ ଭାବେ ଆଲୋଚନା କରିବା ପରେ ଏହି ନିଷ୍କର୍ସରେ ଉପନୀତ ହୋଇଥିଲେ।

ଖବର ମୁତାବକ, ଏହି ସଂଘର୍ଷ ଗତ ଜୁଲାଇ ୨୪ ତାରିଖରୁ ଆରମ୍ଭ ହୋଇଥିଲା। ସୀମାରେ ଏକ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ପାଞ୍ଚ ଥାଇ ସୈନିକ ଆହତ ହୋଇଥିଲେ। ଉଭୟ ଦେଶ ପରସ୍ପର ଉପରେ ଆକ୍ରମଣ ଆରମ୍ଭ କରିଥିବା ଅଭିଯୋଗ କରିଥିଲେ। ଏହାପରେ ଉଭୟ ପକ୍ଷ ପରସ୍କର ଉପରେ ଆକ୍ରମଣ ଜାରି ରଖିଥିଲେ।  ଏହି ସଂଘର୍ଷରେ ୩୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ଥାଇଲାଣ୍ଡରେ ୧୩ ଜଣ ନାଗରିକ ଓ କାମ୍ବୋଡିଆରେ ୮ ଜଣ ନାଗରିକଙ୍କ ମୃତ୍ୟୁ ହୋଇଛି। ଏହା ସହିତ ୧.୫ ଲକ୍ଷରୁ ଅଧିକ ଲୋକ ସୀମା ଅଞ୍ଚଳରୁ ସ୍ଥାନାନ୍ତରିତ ହୋଇଥିବା ଜଣାପଡିଛି।

ମାଲେସିଆର ମଧ୍ୟସ୍ଥତା ଓ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ହସ୍ତକ୍ଷେପ ପରେ ଏହି ଯୁଦ୍ଧବିରାମ ସମ୍ଭବ ହୋଇଛି। ଟ୍ରମ୍ପ ଉଭୟ ଦେଶର ନେତାଙ୍କ ସହ ଆଲୋଚନା କରି ସଂଘର୍ଷ ଜାରି ରହିଲେ ବାଣିଜ୍ୟ ଚୁକ୍ତି ସ୍ଥଗିତ ରହିବ ବୋଲି ଚେତାବନୀ ଦେଇଥିଲେ। ଚୀନ ଓ ଆମେରିକାର ରାଷ୍ଟ୍ରଦୂତମାନେ ମଧ୍ୟ ଏହି ଆଲୋଚନାରେ ଉପସ୍ଥିତ ରହିଥିଲେ।

ଏହି ଯୁଦ୍ଧବିରାମ ଜୁଲାଇ ୨୮ ତାରିଖ ମଧ୍ୟରାତ୍ରିରୁ (୧୨ଟା) କାର୍ଯ୍ୟକାରୀ ହେବ ବୋଲି ଜଣାପଡିଛି। ଉଭୟ ଦେଶ ଜୁଲାଇ ୨୯ ତାରିଖରେ ସୀମାରେ ସାମରିକ କମାଣ୍ଡରମାନଙ୍କ ଏକ ବୈଠକ ଓ ଆଗଷ୍ଟ ୪ ତାରିଖରେ କାମ୍ବୋଡିଆରେ ଜେନେରାଲ ବର୍ଡର କମିଟିର ଆଲୋଚନା ପାଇଁ ରାଜି ହୋଇଛନ୍ତି। ମାଲେସିଆ, ଆସିଆନର ବର୍ତ୍ତମାନ ଅଧ୍ୟକ୍ଷ ଭାବେ ଏହି ଯୁଦ୍ଧବିରାମର ତଦାରଖ ଓ ନିଶ୍ଚିତତା ପାଇଁ ଏକ ପର୍ଯ୍ୟବେକ୍ଷକ ଦଳ ଗଠନ କରିବାକୁ ପ୍ରସ୍ତୁତ ରହିଛି ବୋଲି ସୂଚନା ପ୍ରଦାନ କରିଛିୟ।

ଏହି ସଂଘର୍ଷର ମୂଳ କାରଣ ୮୧୭ କିଲୋମିଟର ସୀମାରେ ଥିବା କେତେକ ବିବାଦୀୟ ଅଞ୍ଚଳକୁ ନେଇ ରହିଛି। ବିଶେଷତଃ ପ୍ରେହ ଭିହାର ଓ ତା ମୁଏନ ଥୋମ ମନ୍ଦିର ନେଇ ଉଭୟ ଦେଶ ମଧ୍ୟରେ ଦୀର୍ଘ ଦିନରୁ ବିବାଦ ରହିଆସିଛି। ୧୯୬୨ରେ ଆନ୍ତର୍ଜାତୀୟ ନ୍ୟାୟାଳୟ (ICJ) ପ୍ରେହ ବିହାରକୁ କାମ୍ବୋଡିଆର ଅଧିକାରରେ ଦେଇଥିଲା। କିନ୍ତୁ ଥାଇଲାଣ୍ଡ ଏହାକୁ ସମ୍ପୂର୍ଣ୍ଣ ଭାବେ ଗ୍ରହଣ କରି ନାହିଁ। ମେ’ ମାସ ୨୦୨୫ ମସିହାରେ ଜଣେ କାମ୍ବୋଡିଆନ ସୈନିକଙ୍କ ମୃତ୍ୟୁ ପରେ ଏହି ବିବାଦ ପୁଣି ଥରେ ତୀବ୍ରତର ହୋଇଥିଲା।

ଏହି ଯୁଦ୍ଧବିରାମ ସୀମା ଅଞ୍ଚଳରେ ଶାନ୍ତି ଫେରାଇ ଆଣିବା ଓ ସ୍ଥାନାନ୍ତରିତ ଲୋକଙ୍କୁ ଘରକୁ ଫେରିବାରେ ସାହାଯ୍ୟ କରିବ ବୋଲି ଆଶା କରାଯାଉଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.