ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ଦୁର୍ଘଟଣା ଘଟଣା ବଦଳି ହେଲା ହତ୍ୟା, ଯୁବକ ଗିରଫ

Published By : Harapriya Sethi | November 1, 2024 3:00 PM

ରିଆମାଳ,୦୧/୧୧: ଦୁର୍ଘଟଣା ଘଟଣା ବଦଳି ହତ୍ୟାରେ ପରିଣତ ହେଲା । ତଦନ୍ତରୁ ଜଣାପଡିଲା ସତ । ପଇସା ପତ୍ର ଲେଣ ଦେଣ ଏବଂ ତାଙ୍କ ସ୍ତ୍ରୀ ସହିତ ଖରାପ ସମ୍ପର୍କକୁ ନେଇ ଏହି ଘଟଣା ଘଟିଥିବା ଜଣାପଡ଼ିଛି । ମୃତକ ଅମର ପ୍ରଧାନ ଏବଂ ହତ୍ୟାକାରୀ ସୁଶୀଳ କିଶାନ ବୋଲି ଜଣାପଡିଛି । ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକରେ ଏଭଳି ଘଟଣା ଘଟିଛି ।

ସୂଚନା ମୁତାବକ, ରିଆମାଳ ଥାନା ତେଲିମୁଣ୍ଡା ଗ୍ରାମରେ ଗତ ମାସ ୧୧ ତାରିଖ ରାତି ୧୧ଟା ସମୟରେ ସେହି ଗ୍ରାମର ଅମର ପ୍ରଧାନ, ସୁଶୀଳ କିଶାନ ଓ ସଚ୍ଚିଦାନନ୍ଦ ସାହୁ ସହିତ ଘରକୁ ଫେରୁଥିବା ବେଳେ ଏକ ଚାରି ଚକିଆ ଗାଡି ଧକା ଦେବାରୁ ଡାକ୍ତରଖାନା ନେବାବେଳେ ତାଙ୍କର ମୃତ୍ୟୁ ହୋଇଥିବା ଥାନାରେ ତାଙ୍କ ଭାଇ ଜୟନ୍ତ ଏତେଲା ହୋଇଥିଲେ । ଏ ନେଇ ପୋଲିସ ଏକ ମାମଲା ରୁଜୁ କରିଥିଲେ ଓ ତଦନ୍ତ ଆରମ୍ଭ କରିଥିଲେ l କିନ୍ତୁ ତଦନ୍ତରୁ ଜଣା ପଡ଼ିଥିଲା ଯେ, ଏହା ଦୁର୍ଘଟଣା ଜନିତ ମୃତ୍ୟୁ ନୁହଁ ବରଂ ଏହା ହତ୍ୟା l  ହତ୍ୟା ତଦନ୍ତ କରାଯିବା ବେଳେ ସୁଶୀଳକୁ ପଚରା ଉଚୁରା କରିବାରୁ ସେ ହିଁ ଅମରକୁ ହତ୍ୟା କରିଥିବା ମାନିଥିଲା ଏବଂ କିଭଳି ହତ୍ୟା କରିଥିଲା ସେ ଘଟଣା ସମ୍ପର୍କ କହିଥିଲା ।

ତେବେ ପଇସା ପତ୍ର ଲେଣ ଦେଣ ଏବଂ ତାଙ୍କ ସ୍ତ୍ରୀ ସହିତ ଖରାପ ସମ୍ପର୍କକୁ ନେଇ ଏହି ଘଟଣା ଘଟିଥିବା ଜଣାପଡ଼ିଛି । ହତ୍ୟାରେ ବ୍ୟବହୃତ କାର  ସହିତ ସମସ୍ତ ସାମଗ୍ରୀ ଜବତ କରିଥିବା ଦେବଗଡ଼ ଏସ. ପି ଅନିଲ କୁମାର ମିଶ୍ର ପ୍ରେସ ମିଟର ସୂଚନା ଦେଇଥିଲେ । ଶୁକ୍ରବାର ଆସାମୀକୁ କୋର୍ଟ ଚାଲାଣ କରାଯିବ ବୋଲି କହିଥିଲେ l ପ୍ରେସମିଟ ବେଳେ ଥାନାଧିକାରୀ ସତ୍ୟବ୍ରତ ରାଉତ ଏବଂ ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ l

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.