ପ୍ରମୂଖ ଖବର
  • ରାଜ୍ୟରେ ଗଠିତ ହେଲା ୩ଟି ସିଭିଲ୍‌ ଜଜ୍ କୋର୍ଟ, ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ବିଜ୍ଞପ୍ତି ପ୍ରକାଶ
  • ||
  • Terrorist Attack:ଭୁବନେଶ୍ଵର ଆସିବ ପ୍ରଶାନ୍ତ ଶତପଥୀଙ୍କ ମୃତଦେହ, ରେମୁଣା ସରଗାଁରେ ହେବ ଅନ୍ତିମ ସଂସ୍କାର
  • ||
  • ସୁନ୍ଦରଗଡ ନାବାଳିକା ଦୁଷ୍କର୍ମ ଘଟଣା : ମାମଲାର ପୁନର୍ବିଚାର ପାଇଁ ତଳ କୋର୍ଟକୁ ପଠାଇ ଦେଲେ ହାଇକୋର୍ଟ
  • ||
  • ନୂଆପଡ଼ା : ଜେଠୁପାଲି ଗାଁରେ ପୋଲିସର ଚଢ଼ାଉ: ୨୩ ଜୁଆଡ଼ି ଗିରଫ, ନଗଦ ୪୮ ହଜାରରୁ ଉର୍ଦ୍ଧ୍ୱ ଟଙ୍କା ଜବତ
  • ||
  • ଜାମ୍ମୁକାଶ୍ମୀରରେ ଫସିଲେ ରାଉରକେଲା ପର୍ଯ୍ୟଟକ, ସୁରକ୍ଷିତ ଉଦ୍ଧାର ପାଇଁ ପ୍ରଶାସନକୁ ଅନୁରୋଧ କଲେ ଭଉଣୀ
  • ||
  • ଖୋର୍ଦ୍ଧା : ମିଶନ ଶକ୍ତି କାଫେରୁ ଚୋରି, ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟିନେଲେ ଦୁର୍ବୃତ୍ତ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି, ଅପରାହ୍ନ ୫ଟାରୁ ରାତି ୧୦ଟା ଦର୍ଶନ ମନା
  • ||
  • ୱାଙ୍ଖଡ଼େ ପରାଜୟର ପ୍ରତିଶୋଧ ଉପଲ୍‌ରେ, ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବ ସନରାଇଜର୍ସ
  • ||
  • ବୁଧବାର କ୍ୟାବିନେଟ ଓ ମନ୍ତ୍ରୀ ପରିଷଦ ବୈଠକ, ୮ରୁ ୧୦ଟି ପ୍ରସ୍ତାବରେ ବାଜିପାରେ ମୋହର
  • ||
  • କନ୍ଧମାଳ : ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା, ଜଣେ ମୃତ ତିନି ଗୁରୁତର
  • ||
  • କଟକ : ଦୋଳମୁଣ୍ଡାଇ ଛକ ନିକଟସ୍ଥ ଦୋକାନରେ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ
  • ||

ମରାମତି ହେବ ବିନ୍ଦୁସାଗର ଚାପଡଙ୍ଗା, ଅକ୍ଷୟ ତୃତୀୟାରୁ ଚାପ ଖେଳିବେ ଶ୍ରୀଲିଙ୍ଗରାଜ

Published By : Prameya | April 16, 2025 2:35 PM

ଭୁବନେଶ୍ୱର ୧୬/୦୪ : ମଙ୍ଗଳବାର ପବିତ୍ର ସରୋବର ବିନ୍ଦୁସାଗରରୁ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଚନ୍ଦନଯାତ୍ରା ଉପଲକ୍ଷେ ଦୁଇଟି ଯାକ ଚାପ ଡଙ୍ଗା ପାଣିରୁ ବାହାର କରାଯାଇଛି। ଭୋଇ ସେବାୟତମାନେ ଡଙ୍ଗା ଦୁଇଟିକୁ ବାହାର କରିଛନ୍ତି । ମନ୍ଦିର କର୍ମଚାରୀ ହେମନ୍ତ ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଡଙ୍ଗା ଦୁଇଟିକୁ ବାହାର କରାଯାଇ ଶ୍ରାଦ୍ଧଘାଟ ଠାରେ ରଖାଯାଇଛି । ପରେ ଡଙ୍ଗାଗୁଡ଼ିକୁ ଉତ୍ତରେଶ୍ୱର ଘାଟକୁ ନେଇ ସଫା କରାଯିବ । ସଫା ହେବା ପରେ ପୁଟି ଓ ରୋଳ ଦେଇ ମରାମତି କରାଯିବ । 

ରୁକୁଣା ରଥକୁ ଭଙ୍ଗାଯାଇ ପଟାଗୁଡିକ ଚାପରେ ବ୍ୟବହାର କରାଯିବ । ଠିକ୍‌ ପନ୍ଦର ଦିନ ପରେ ଅକ୍ଷୟ ତୃତୀୟା ତିଥିରେ ପ୍ରଭୁ ଲିଙ୍ଗରାଜ, ମା’ ପାର୍ବତୀ, ବାସୁଦେବ ଏବଂ ଦେବଦେବୀ ୨୨ ଦିନ ଧରି ବିନ୍ଦୁ ସାଗରରେ ଦୈନିକ ନୌବିହାର କରିବେ । ଏଥିପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ନିମନ୍ତେ ସମସ୍ତ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖାଯିବ । ଅଳ୍ପ ଦିନ ମଧ୍ୟରେ ବିଏମ୍‌ସି ପକ୍ଷରୁ ବିନ୍ଦୁସାଗର ସଫେଇ କାର୍ଯ୍ୟ ଆରମ୍ଭ ହେବ । 

ଏହି ଖବରଟିକୁ ପଢନ୍ତୁ-ଗୁରୁବାର ଆସିବେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ, ୪ ହଜାର କୋଟିର ପ୍ରକଳ୍ପ ଦେବେ ଭେଟି

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.