ପ୍ରମୂଖ ଖବର
  • କାମାକ୍ଷାନଗର : ବାଇକ ଉପରେ ମାଡିଗଲା ବସ , ୩ ମୃତ
  • ||
  • ୭୮ ବାଂଲାଦେଶୀଙ୍କୁ ଧରିଲା କୋଷ୍ଟଗାର୍ଡ, ୨ଟି ବୋଟ୍ ଜବତ
  • ||
  • ମାଲକାନଗିରି- ଆନ୍ଧ୍ର ସୀମାନ୍ତରେ ଲାଲ୍‌ବାହିନୀଙ୍କ ଲଙ୍କାକାଣ୍ଡ, ଯାତ୍ରୀବାହୀ କାର୍‌କୁ ଜାଳିଦେଲେ
  • ||
  • ବଲାଙ୍ଗୀର: ରେଳଧାରଣାରୁ ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର, ହତ୍ୟା ପରେ ଆତ୍ମହତ୍ୟାର ରୂପ ଦେଇଥିବା ସନ୍ଦେହ
  • ||
  • ବାଙ୍ଗିରିପୋଷି: ମର୍ଣିଂ ୱାକ କରୁଥିବା ବେଳେ ଦୁର୍ଘଟଣା, ଅଜଣା ଗାଡ଼ି ଧକ୍କାରେ ଶିକ୍ଷୟତ୍ରୀ ମୃତ
  • ||
  • କର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀ ଏସ୍.ଏମ୍ କ୍ରିଷ୍ଣାଙ୍କ ଦେହାନ୍ତ, ବିଳମ୍ବିତ ରାତିରେ ୯୨ ବର୍ଷରେ କଲେ ଶେଷ ନିଶ୍ବାସ ତ୍ୟାଗ
  • ||
  • ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ, ରତ୍ନଭଣ୍ଡାର ମରାମତି, ଗଣତିମଣତି ଏବଂ ପହିଲି ଭୋଗ ନୀତି ନିର୍ଘଣ୍ଟ ହେବ
  • ||
  • କୁର୍ଲାରେ ଭୟଙ୍କର ସଡକ ଦୁର୍ଘଟଣା, ବ୍ରେକ ଫେଲ ହୋଇ ୩୦ ଗାଡି ଉପରେ ମାଡିଗଲା ବସ୍ ୪ ମୃତ, ୨୬ ଆହତ
  • ||
  • କାଲୁଆ କଲା କୋହଲା ପାଗ; ରାଜଧାନୀ ସମେତ ଅଧିକାଂଶ ସ୍ଥାନରେ ବର୍ଷା, ଆସନ୍ତା ୫ ଦିନ କୋହଲା ରହିବ ପାଗ
  • ||

ଗଛରେ ପିଟି ହେଲା କାର୍‌, ୨ ମୃତ

Published By : Harapriya Sethi | November 6, 2024 7:36 AM

କୋଣାର୍କ,୦୬/୧୧: ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଗଛରେ ପିଟି ହେଲା କାର୍‌ । ଏହି ଦୁର୍ଘଟଣାରେ ଗାଡ଼ିରେ ଥିବା ଦୁଇ ଜଣ ଯୁବକ ପ୍ରାଣ ହରାଇଛନ୍ତି । ମୃତକ ଭୁବେନେଶ୍ୱର ଅଞ୍ଚଳର ପ୍ରଦୀପ ବେହେରା (୨୫), ଅନ୍ୟ ଜଣେ କଟକ ଅଞ୍ଚଳର ବିଶ୍ୱଜିତ ସାହୁ (୨୭) ବୋଲି ଜଣାପଡିଛି । କୋଣାର୍କ ଜୁଣେଇ ଛକ ଠାରେ ଏଭଳି ଘଟଣା ଘଟିଛି । 

ସୂଚନା ମୁତାବକ, ମଙ୍ଗଳବାର କାର ନମ୍ବର (ଓଡି ୦୨ବିଟି ୫୩୬୩ରେ) ଦୃତ ଗତିରେ କୋଣାର୍କ ଆସୁଥିଲା । ଏହି ସମୟରେ ରାତି ପ୍ରାୟ ୧ଟା ସମୟରେ ଜୁଣେଇ ଛକ ବୁଲାଣି ନିକଟରେ ରାସ୍ତାରେ ଭାରସାମ୍ୟ ହରାଇ କାର୍‌ଟି ରାସ୍ତା କଡରେ ଥିବା ଏକ ଗଛରେ ପିଟି ହୋଇଥିଲା । ପ୍ରଚଣ୍ଡ ଶବ୍ଦରେ ସ୍ଥାନୀୟ ବାସିନ୍ଦା ଘଟଣା ସମ୍ପର୍କରେ ଜାଣିବାକୁ ପାଇଥିଲେ। ଏହି ଦୁର୍ଘଟଣାରେ କାର୍‌ରେ ଥିବା ଦୁଇ ଜଣ ଯୁବକ ପ୍ରାଣ ହରାଇଥିଲେ । ଏହା ଦେଖି ତୁରନ୍ତ କୋଣାର୍କ ପୋଲିସ ଏବଂ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ ସ୍ଥାନୀୟଲୋକେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଏବଂ ଅଗ୍ନିଶମ ବାହିନୀର ଏକ ଟିମ୍‌ ପହଞ୍ଚି ଥିଲା । ପରେ ଅଗ୍ନିଶମ ବାହିନୀ ଏବଂ ପୋଲିସ ଦୁଇଜଣଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ । ତେବେ ଏହି ଦୁର୍ଘଟଣାରେ ଜଣକର ମୁଣ୍ଡରୁ ଦହି ବାହାରି ଥିବାବେଳେ ଅନ୍ୟ ଜଣଙ୍କର ମୁଣ୍ଡ ଫାଟି ଯାଇଥିଲା । ଦୂର୍ଘଟଣା ଖବର ପ୍ରଚାରିତ ହେବା ପରେ ଘଟଣାସ୍ଥଳକୁ ଲୋକଙ୍କ ସୁଅ ଛୁଟିଥିଲା । ଗୁରୁତର ଆହତଙ୍କୁ ତୁରନ୍ତ ଗୋପ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା । ଏନେଇ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଥିବା ପୋଲିସ ସୂଚନା ଦେଇଛି । ସେଠାରେ ତପନଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତରିତ କରଯାଇଛି । ଘଟଣାସ୍ଥଳରେ କୋଣାର୍କ ପୋଲିସ ଉପସ୍ଥିତ ରହି ତଦନ୍ତ ଚଳାଇଛି । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.