ମେଷ : ସପ୍ତମ ଚନ୍ଦ୍ର ଯୋଗୁ ବ୍ୟବସାୟରେ ଉନ୍ନତି, କର୍ମ କ୍ଷେତ୍ରରେ ପ୍ରଶଂସା ମିଳିପାରେ, ମାନ, ସମ୍ମାନ ବୃଦ୍ଧି ହେବ, ଆର୍ଥିକ କ୍ଷେତ୍ରରେ ଉନ୍ନତି, ଧନ ଲାଭ, ନୂତନ ନିବେଶ କରିପାରନ୍ତି । ଗୃହେ ଆନନ୍ଦ, ଶରୀର ସୁସ୍ଥ ରହିବ, ମାନସିକ ଶାନ୍ତି, ଖାଦ୍ୟ ପ୍ରତି ସତର୍କ ରହିବେ, କାର୍ଯ୍ୟ କ୍ଷେତ୍ରରେ ଚାପ ଲାଗି ରହିବ, ନୂତନ କାର୍ଯ୍ୟ ଆରମ୍ଭ କରିବେ ଏବଂ ନୂତନ ବସ୍ତ୍ର କ୍ରୟ କରିବେ ।
ଶୁଭ ରଙ୍ଗ : ଲାଲ ଓ ଧଳା ।
ବୃଷ : ଷଷ୍ଠ ଚନ୍ଦ୍ର ଯୋଗୁ ନୂତନ ଦ୍ରବ୍ୟ କ୍ରୟ କରିପାରନ୍ତି, ଶତ୍ରୁଙ୍କ ଉପରେ ବିଜୟ ହାସଲ ପ୍ରାପ୍ତି, ବ୍ୟବସାୟରେ ଉନ୍ନତି, ନିବେଶରୁ ଲାଭ ମିଳିପାରେ । ନୂତନ ବସ୍ତ୍ର କ୍ରୟ କରିପାରନ୍ତି, ଯାନବାହନ କିଣି ପାରନ୍ତି, ଅନାବଶ୍ୟକ ଖର୍ଚ୍ଚ ଯୋଗ, ସ୍ୱାସ୍ଥ୍ୟ ଭଲ ରହିବ, ସାମାନ୍ୟ ପେଟଜନିତ ସମସ୍ୟା ଦେଖାଦେଇପାରେ ଏବଂ ଖାଦ୍ୟ ପ୍ରତି ସତର୍କ ରହିବେ ।
ଶୁଭ ରଙ୍ଗ : ଧଳା ଓ ରୂପେଲି ।
ମିଥୁନ : ପଞ୍ଚମ ଚନ୍ଦ୍ର ଯୋଗୁ କର୍ମ କ୍ଷେତ୍ରରେ ସମ୍ମାନ ବୃଦ୍ଧି ହେବ, ବ୍ୟବସାୟରେ ଲାଭ ହେବ, ନୂତନ କାର୍ଯ୍ୟ ଆରମ୍ଭ କରିପାରିବେ । ଆର୍ଥିକ ଚିନ୍ତା ଲାଗି ରହିବ, ଆୟଠାରୁ ବ୍ୟୟ ଅଧିକ ହେବାର ସମ୍ଭାବନା ରହିଛି, ବିଦ୍ୟାର୍ଥୀ ଓ କ୍ରୀଡ଼ାବିତ୍ମାନେ ଉପକୃତ ହେବେ, ଶରୀର ସୁସ୍ଥ ରହିବ ଏବଂ କର୍ମ କ୍ଷେତ୍ରରେ ଚାପ ଲାଗି ରହିବ ।
ଶୁଭ ରଙ୍ଗ : ଧଳା ଓ ନୀଳ ।
କର୍କଟ : ଚତୁର୍ଥ ଚନ୍ଦ୍ର ଯୋଗୁ କର୍ମ କ୍ଷେତ୍ରରେ ଅଶାନ୍ତି, ବିଦ୍ୟାର୍ଥୀ ଓ କ୍ରୀଡ଼ାବିତ୍ଙ୍କ ପାଇଁ ଦିନଟି ଶ୍ରେଷ୍ଠ, ସୁସମ୍ବାଦ ମିଳିପାରେ, ଆର୍ଥିକ ଲାଭ, କାର୍ଯ୍ୟରେ ଚାପ ଲାଗି ରହିବ, ମାନସିକ ଶାନ୍ତି, ଧାର୍ମିକ କାର୍ଯ୍ୟରେ ଯୋଗଦାନ ଦେବେ, ଗୃହେ ଆନନ୍ଦ, ଯାନବାହନ କ୍ରୟ କରିପାରନ୍ତି । ଜମିଜମା କିଣି ପାରନ୍ତି, କର୍ମ କ୍ଷେତ୍ରରେ ବାଧାବିଘ୍ନ ଘଟିପାରେ, ଅଧିକ ପରିଶ୍ରମ କରିବେ ।
ଶୁଭ ରଙ୍ଗ : ହଳଦିଆ ଓ ଧଳା ।
ସିଂହ : ତୃତୀୟ ଚନ୍ଦ୍ର ଯୋଗୁ ଆତ୍ମବିଶ୍ୱାସ ବୃଦ୍ଧି ହେବ, ବନ୍ଧୁ ମିଳନ, ଦୂର ଯାତ୍ରା କରିପାରିବେ, ଅଟକି ରହିଥିବା କାର୍ଯ୍ୟ ସଫଳ ହେବ, ମନ ଆଧ୍ୟାତ୍ମିକ କାମରେ ଲାଗିବ, ବ୍ୟବସାୟରେ ଉନ୍ନତି, ଗୃହେ ଆନନ୍ଦ, ମନ ପ୍ରସନ୍ନ ରହିବ, ନୂତନ କାର୍ଯ୍ୟ ଆରମ୍ଭ କରିପାରିବେ ଓ ରାଜନୀତି କ୍ଷେତ୍ରରେ ଉନ୍ନତି ଘଟିବ ।
ଶୁଭ ରଙ୍ଗ : ସୁନେଲି ଓ ଲାଲ ।
କନ୍ୟା : ଦ୍ୱିତୀୟ ଚନ୍ଦ୍ର ଯୋଗୁ ଧନ ଲାଭ, ଅଯଥା ଖର୍ଚ୍ଚ ଯୋଗ, ବ୍ୟୟ ବୃଦ୍ଧି ହେବ, ନିଜର କଥାବାର୍ତ୍ତା ଉପରେ ନିୟନ୍ତ୍ରଣ ରଖିବେ । ଚାକିରୀ କ୍ଷେତ୍ରରେ ଉନ୍ନତି, ବ୍ୟବସାୟରେ ପ୍ରଗତି, ମନରେ ଉତ୍ସାହ ରହିବ, ନିବେଶ କରିପାରିବେ, ବିଦ୍ୟାର୍ଥୀ ଓ କ୍ରୀଡ଼ାବିତ୍ମାନେ ସଫଳ ହେବେ । ଉଚ୍ଚ ପଦସ୍ଥ ଅଧିକାରୀଙ୍କ ସାହାଯ୍ୟ ପ୍ରାପ୍ତି ଓ ଶରୀର ପ୍ରତି ସତର୍କତା ଅବଲମ୍ବନ କରିବେ ।
ଶୁଭ ରଙ୍ଗ : ସବୁଜ ଓ କ୍ରିମ୍ ।
ତୁଳା : ଶ୍ରୀଚନ୍ଦ୍ର ବା ଜନ୍ମ ଚନ୍ଦ୍ର ଯୋଗୁ ଧନ ଲାଭ, ଶରୀର ସୁସ୍ଥ ରହିବ, ମନ ପ୍ରସନ୍ନ ରହିବ, ଆର୍ଥିକ କ୍ଷେତ୍ରରେ ଉନ୍ନତି, ଆୟ ଅଧିକ ରହିବ, ସ୍ୱାଦିଷ୍ଟ ଭୋଜନ ପ୍ରାପ୍ତି, କାର୍ଯ୍ୟ ସିଦ୍ଧି ହେବ, ଧାର୍ମିକ କାର୍ଯ୍ୟରେ ଯୋଗଦାନ ଦେବେ, ନୂତନ କାର୍ଯ୍ୟ ଆରମ୍ଭ କରିପାରିବେ, ସମାଜରେ ସମ୍ମାନ ବୃଦ୍ଧି ହେବ । ଗୃହେ ଆନନ୍ଦ, ବିଦ୍ୟାର୍ଥୀ ଓ କ୍ରୀଡ଼ାବିତ୍ମାନେ ଉପକୃତ ହେବେ ।
ଶୁଭ ରଙ୍ଗ : ଗୋଲାପି, ରୂପେଲି ଓ ଧଳା ।
ବିଛା : ଦ୍ୱାଦଶ ଚନ୍ଦ୍ର, ଘାତବାର ଯୋଗୁ ଅନାବଶ୍ୟକ ଖର୍ଚ୍ଚ ଯୋଗ, ମାନସିକ ଚିନ୍ତା ଲାଗି ରହିବ, ଶରୀର ଆଘାତ ହେବାର ସମ୍ଭାବନା ଅଛି, ଅଜଣା ଭୟ କିମ୍ବା ମନରେ ଅସ୍ଥିରତା ଦେଖାଦେଇପାରେ, ଯାନବାହନ ପ୍ରତି ସତର୍କତା ଅବଲମ୍ବନ କରିବେ । ଦୂର ଯାତ୍ରା ନିଷେଧ, ନିବେଶ କରନ୍ତୁ ନାହିଁ, ନୂତନ କାର୍ଯ୍ୟ କରନ୍ତୁ ନାହିଁ, ଋଣ ନବାଦବାରେ ସତର୍କ ରହିବେ, ଚାକିରୀ କ୍ଷେତ୍ରରେ ଶତ୍ରୁ ବୃଦ୍ଧି ହୋଇପାରେ, କର୍ମ କ୍ଷେତ୍ରରେ ବାଧାବିଘ୍ନ ଘଟିପାରେ ।
ଶୁଭ ରଙ୍ଗ : କଳା ଓ ନୀଳ ।
ଧନୁ : ଏକାଦଶ ଚନ୍ଦ୍ର, ଘାତବାର ଯୋଗୁ ଦୂର ଯାତ୍ରା ନିଷେଧ, ମାନସିକ ଚାପ ଲାଗି ରହିବ, ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ, ବାଦବିବାଦ ହେବାର ସମ୍ଭାବନା ରହିଛି, ଯାନବାହନ ପ୍ରତି ସତର୍କତା, ଶରୀର ପ୍ରତି ସତର୍କ ରହିବେ, ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖିବେ, ଧନ ଲାଭ, ଅନାବଶ୍ୟକ ଖର୍ଚ୍ଚ ହୋଇପାରେ, ଧ÷ର୍ଯ୍ୟ ରଖିବେ ।
ଶୁଭ ରଙ୍ଗ : ହଳଦିଆ, ଗୋଲାପି ଏବଂ ଧଳା ।
ମକର : ଦଶମ ଚନ୍ଦ୍ର ଯୋଗୁ କର୍ମ କ୍ଷେତ୍ରରେ ଶତ୍ରୁମାନେ ବାଧା ସୃଷ୍ଟି କରିବା ପାଇଁ ଚେଷ୍ଟା କରିପାରନ୍ତି । କାର୍ଯ୍ୟରେ ସଫଳତା, ବ୍ୟବସାୟରେ ଉନ୍ନତି, ଚାକିରୀ କ୍ଷେତ୍ରରେ ଅଧିକ ପରିଶ୍ରମ କରିବେ, କୌଣସି ଲୋକ ଉପରେ ବିଶ୍ୱାସ କରିବେ ନାହିଁ । ରାଜନୀତି କ୍ଷେତ୍ରରେ ଉନ୍ନତି, କୋଟ କଚେରୀ ମାମଲାରେ ଜୟଯୁକ୍ତ, ଋଣ ନବାଦବାରେ ସତର୍କ ରହିବେ, ଶତ୍ରୁ ବୃଦ୍ଧି ହେବ, ଶରୀର ପ୍ରତି ସତର୍କତା ଅବଲମ୍ବନ କରିବେ ।
ଶୁଭ ରଙ୍ଗ : ନୀଳ, ଆକାଶୀ ଓ ଧଳା ।
କୁମ୍ଭ : ନବମ ଚନ୍ଦ୍ର ଯୋଗୁ ମନ ଅସନ୍ତୋଷ ରହିବ, ନିଜ ବାଣୀ ଉପରେ ନିୟନ୍ତ୍ରଣ ରଖିବେ, ଧ÷ର୍ଯ୍ୟ ରଖିବେ, ଧାର୍ମିକ କାର୍ଯ୍ୟରେ ଯୋଗଦାନ ଦେବେ, ନୂତନ ବସ୍ତ୍ର ଧାରଣ କରିପାରିବେ, ରାଜନୀତି କ୍ଷେତ୍ରରେ ଉନ୍ନତି, ଆର୍ଥିକ ଲାଭ ହେବ, ଶରୀର ଭଲ ରହିବ, ସାମାନ୍ୟ ମୁଣ୍ଡ ବିନ୍ଧା ବା ପେଟଜନିତ ସମସ୍ୟା ଦେଖାଦେଇପାରେ ।
ଶୁଭ ରଙ୍ଗ : ଧଳା ଓ ନୀଳ ।
ମୀନ : ଅଷ୍ଟମ ଚନ୍ଦ୍ର, ଘାତବାର ଯୋଗୁ ମାନସିକ ଚାପ ଲାଗି ରହିବ, କାର୍ଯ୍ୟ କ୍ଷେତ୍ରରେ ବାଧାବିଘ୍ନ ଘଟିପାରେ, ସ୍ୱାସ୍ଥ୍ୟ ପ୍ରତି ସତର୍କ ରହିବେ, ଶରୀରରେ କ୍ଲାନ୍ତି ଦେଖାଦେଇପାରେ । ଯାନବାହନ ପ୍ରତି ସତର୍କତା ଅବଲମ୍ବନ କରିବେ, ଦୂର ଯାତ୍ରା ନିଷେଧ, ନୂତନ କାର୍ଯ୍ୟ ଆରମ୍ଭ କରିବେ ନାହିଁ, ବାଦବିବାଦ ହେବାର ସମ୍ଭାବନା ଅଛି, ଆର୍ଥିକ କ୍ଷେତ୍ରରେ ସତର୍କ ରହିବେ, ନିବେଶ କରିବେ ନାହିଁ ।
ଶୁଭ ରଙ୍ଗ : ହଳଦିଆ, ଧଳା ।
ଜ୍ୟୋତିର୍ବିଦ୍ : ଅନାମିକା,
ଯୋଗାଯୋଗ : ୯୭୭୭୭୧୧୭୩୩