ଭୁବନେଶ୍ୱର,୧୬।୧: ସହଦେଵ ନାୟକ ହତ୍ୟା ଘଟଣାରେ ଗିରଫ ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ପୋଲିସର ଯୋଜନା କରିଛି। ହତ୍ୟା ଅଭିଯୁକ୍ତଙ୍କ ଘର ଭାଙ୍ଗିବ କମିଶନରେଟ ପୋଲିସ। ଘର ଭାଙ୍ଗିବାକୁ ବିଏମସିକୁ ଚିଠି ଲେଖିଛି କମିଶନରେଟ ପୋଲିସ। ସରକାରୀ ଜାଗାରେ ଘର କରି ଅପରାଧ ଘଟାଉଥିବାରୁ ଏଭଳି ନିଷ୍ପତ୍ତି ନେଇଛି ପୋଲିସ ।
ଗତ ୮ ତାରିଖରେ ରସୁଲଗଡ଼ ଓଭରବ୍ରିଜ୍ ଉପରେ ସହଦେବଙ୍କୁ ଅତି ବିଭତ୍ସ ଭାବେ ହତ୍ୟା କରାଯାଇଥିଲା । ରସୁଲଗଡ଼ କେଦାରପଲ୍ଲୀ ବସ୍ତିର ସହଦେବ ଏକ ନାଲି ରଙ୍ଗର ଜୁପିଟର ସ୍କୁଟି ଯୋଗେ ଭିଏସ୍ଏସ୍ ନଗରରୁ ରସୁଲଗଡ଼ ପଟକୁ ଆସୁଥିଲେ । ଏହି ସମୟରେ କିଛି ଯୁବକ ଦୁଇଟି ବାଇକ୍ରେ ତାଙ୍କୁ ପିଛା କରିଥିଲେ । ପିଛା କରି ଜାତୀୟ ରାଜପଥର ବାଣୀବିହାର ଓଭରବ୍ରିଜ ଉପରେ ତାଙ୍କୁ ଖଣ୍ଡାରେ ଆକ୍ରମଣ କରିଥିଲେ । ଫଳରେ ତାଙ୍କ ଶରୀରରୁ ମୁଣ୍ଡ ଅଲଗା ହୋଇଯାଇଥିଲା । ଏହି ହତ୍ୟାକାଣ୍ଡ ଘଟାଇବା ପରେ ଦୁର୍ବୃତ୍ତମାନେ ବାଇକ୍ ଯୋଗେ ଘଟଣା ସ୍ଥଳରୁ ଫେରାର ହୋଇଥିଲେ ।
ହତ୍ୟା ଘଟଣାର ତଦନ୍ତ ପାଇଁ ପୋଲିସ ୩ ଟି ଟିମ ଗଠନ କରିଥିଲା। ଏହି ଘଟଣାରେ ମୋଟ ୫ ଜଣଙ୍କୁ ପୋଲିସ ଗିରଫ କରିଥିଲା। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ୨ ଜଣ ମହିଳା ଅଛନ୍ତି। ଅଭିଯୁକ୍ତ ଲିପିକା ନାୟକ ବ୍ରାଉନସୁଗାର ମାମଲାରେ ପୂର୍ବରୁ ଜେଲ ଯାଇଥିଲା। ୫ ତାରିଖରେ ଜେଲରୁ ଲିପିକା ଫେରିଥିଲା । ଜେଲରେ ଫେରିବା ପରେ ଯୋଜନାବଦ୍ଧ ଭାବେ ସହଦେବଙ୍କୁ ହତ୍ୟା କରିଥିଲେ। କମିସନରେଟ ପୋଲିସ ସହିତ ସ୍ପେଶାଲ ସ୍କ୍ବାର୍ଡ ଅଭିଯୁକ୍ତ ରବି ନାୟକ , ଲକ୍ଷ୍ମୀଧର ନାୟକ ଓ ଲିପିକା ନାୟକକୁ ନେଇ ସିନ ରିକ୍ରୀଏସନ କରିଥିଲା । ହତ୍ୟାକାଣ୍ଡ ପରେ ଅଭିଯୁକ୍ତମାନେ ପୁର୍ବ ଯୋଜନା ମୁତାବକ ଧଉଳୀ ଥାନା ଅନ୍ତର୍ଗତ ଦୟାନଦୀ କୂଳ ନଦୀ ପଠାରେ ଏକାଠି ହୋଇଥିଲେ । ସେଠାରେ ସେମାନେ ହତ୍ୟାକାଣ୍ଡରେ ବ୍ୟବହାର କରିଥିବା ମାସଂକଟା ଦୁଇଟି ଚାପଡ ଓ ଅନ୍ୟନ୍ୟ ସାମଗ୍ରୀ ସେହି ଜରି ବ୍ୟାଗରେ ପୁରାଇ ଦୟାନଦୀକୁ ଫୋପାଡି ଦେଇଥିଲେ । ସିନ ରିକ୍ରିଏସନ ସମୟରେ ଏହି ସବୁ ଏଭିଡେନ୍ସକୁ ଜବତ କରିଥିଲା ତଦନ୍ତକାରୀ ଦଳ ।