ପ୍ରମୁଖ ଖବର
  • ଇଣ୍ଡିଆନ୍‌ ଓଭରସିଜ୍‌ କଂଗ୍ରେସର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ସାମ୍‌ ପିଟ୍ରୋଡା
  • ||
  • ଭୁବନେଶ୍ୱର : ଅନ୍‌ଲାଇନ୍‌ ଟ୍ରେଡିଂ ନାଁରେ ୬୧ ଲକ୍ଷ ଠକେଇ, ମାଷ୍ଟରମାଇଣ୍ଡ୍‌ ୪ ରାଜ୍ୟରେ ମୋଷ୍ଟ୍‌ ୱାଣ୍ଟେଡ୍
  • ||
  • ଭୁବନେଶ୍ୱର : ମେ ଚତୁର୍ଥ ସପ୍ତାହରେ ମାଟ୍ରିକ୍‌ ଫଳ ! ହ୍ୱାଟସ୍‌ଆପ୍‌ରେ ପରୀକ୍ଷାର୍ଥୀ ପାଇବେ ରେଜଲ୍ଟ
  • ||
  • ନୂଆଦିଲ୍ଲୀ : ସମୂହ ଛୁଟିରେ ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ର ଶତାଧିକ କ୍ରିଉ ମେମ୍ଵର, ୭୦ରୁ ଅଧିକ ଉଡ଼ାଣ ବାତିଲ୍
  • ||
  • ପୁରୀ : ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି, ସନ୍ଧ୍ୟା ୬ଟାରୁ ରାତି ୧୨ଟା ଦର୍ଶନ ମନା
  • ||
  • ଭୁବନେଶ୍ୱର : ଜନପଥରେ ମୋଦିଙ୍କ ରୋଡ୍‌ ସୋ', ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କଲେ ଏସ୍‌ପିଜି, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଭୁବନେଶ୍ଵର : ଆଜି ୭ ଜିଲ୍ଲାରେ ନିର୍ଧୁମ ବର୍ଷିବ, ୧୦ ଯାଏ ବିସ୍ତୀର୍ଣ୍ଣ ଅଞ୍ଚଳରେ ବର୍ଷା
  • ||
  • ଭୁବନେଶ୍ଵର : ରାଜଧାନୀରେ ପୁଣି ହିଟ୍ ଆଣ୍ଡ ରନ୍, ରାସ୍ତା ପାରି ହେଉଥିବା ବେଳେ ଦମ୍ପତିଙ୍କ ଉପରେ ଚଢ଼ିଗଲା ଟ୍ରକ୍
  • ||

ମସଲା ବ୍ୟାନ୍‌ ପ୍ରସଙ୍ଗ: ମସଲା ବ୍ୟାନ୍‌ର ମୂଳ କାରଣକୁ ଚିହ୍ନଟ କରାଯିବ

ନୂଆଦିଲ୍ଲୀ, ୨୪।୪: ଭାରତରେ ଉତ୍ପାଦିତ ୪ଟି ତରକାରୀ ମସଲାରେ କ୍ୟାନସର ସୃଷ୍ଟିକାରୀ କେମିକାଲ୍ସ ରହିଛି । ଏହାକୁ ଖାଇବା ଶରୀର ପ୍ରତି ବିପଜ୍ଜନକ ହୋଇପାରେ । ଏଭରେଷ୍ଟ ସମେତ ଭାରତର ଦୁଇଟି ଲୋକପ୍ରିୟ ବ୍ରାଣ୍ଡର ଏହି ମସଲାଗୁଡ଼ିକୁ ନାଲି ପତାକା ଦେଖାଇଛନ୍ତି ହଂକଂ ଏବଂ ସିଙ୍ଗାପୁର । ଉଭୟ କମ୍ପାନିର କେତେକ ମସଲାରେ କ୍ୟାନସର ସୃଷ୍ଟିକାରୀ ଉପାଦାନ ଥିବା ହଂକଂ ଏବଂ ସିଙ୍ଗାପୁର ଖାଦ୍ୟ ନିୟନ୍ତ୍ରକଙ୍କ ପକ୍ଷରୁ ଅଭିଯୋଗ ଆସିଛି । ଅଭିଯୋଗ ଆସିବା ପରେ ଭାରତ ସରକାର ତତ୍ପରତା ଦେଖାଇଛନ୍ତି । କେନ୍ଦ୍ର ବାଣିଜ୍ୟ ମନ୍ତ୍ରାଳୟ ମଙ୍ଗଳବାର ସିଙ୍ଗାପୁର ଏବଂ ହଂକଂରେ ଥିବା ଭାରତୀୟ ଦୂତାବାସଙ୍କୁ ପ୍ରସଙ୍ଗ ଉପରେ ବୈଷୟିକ ବିବରଣୀ ତଥା ଅନ୍ୟାନ୍ୟ ବିଶ୍ଳେଷକ ରିପୋର୍ଟ ପଠାଇବା ପାଇଁ ନିର୍ଦ୍ଦେଶ ଦେଇଛି । ଉକ୍ତ ରପ୍ତାନିକାରୀଙ୍କ ବିବରଣୀ ମଧ୍ୟ ପଠାଇବା ପାଇଁ କୁହାଯାଇଛି, ଯେଉଁମାନଙ୍କ ମସଲା ଖେପକୁ ଖାରଜ କରିଦିଆଯାଇଛି ।  

ସରକାରୀ ଅଧିକାରୀମାନଙ୍କ କହିବାନୁସାରେ, ମସଲା ବ୍ୟାନ୍‌ର ମୂଳ କାରଣକୁ ଚିହ୍ନଟ କରାଯାଇ ଏହା ଉପରେ ସୁଧାରାତ୍ମକ ପଦକ୍ଷେପ ନିଆଯିବ । ଦେଶରେ ଥିବା ସମସ୍ତ ମସଲା ଉତ୍ପାଦନ ୟୁନିଟ୍‌ରୁ ନମୂନା ସଂଗ୍ରହ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଭାରତ ସରକାର । ତେବେ ଅଭିଯୋଗ ସତ ହେଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି ।  ଦେଶର ସମସ୍ତ ଖାଦ୍ୟ କମିସନରମାନଙ୍କୁ ସତର୍କ କରାଯାଇଛି । ମସଲାର ନମୂନା ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି । ୩ରୁ ୪ ଦିନ ମଧ୍ୟରେ ଦେଶରେ ଥିବା ସମସ୍ତ ଉତ୍ପାଦନ ୟୁନିଟ୍‌ରୁ ନମୂନା ସଂଗ୍ରହ ହୋଇଯିବ । କେବଳ ଉପରୋକ୍ତ ଦୁଇଟି କମ୍ପାନି ନୁହେଁ ବରଂ ସମସ୍ତ ମସଲା ଉତ୍ପାଦନ କମ୍ପାନିରୁ ନମୂନା ଆସିବ । ପ୍ରାୟ ୨୦ ଦିନ ମଧ୍ୟରେ ଲ୍ୟାବ୍‌ ରିପୋର୍ଟ ଆସିଯିବ ବୋଲି ସୂତ୍ରରୁ ଜଣାପଡ଼ିଛି । ହଂକଂ ଏବଂ ସିଙ୍ଗାପୁର ଖାଦ୍ୟ ନିୟନ୍ତ୍ରକ ଲୋକମାନଙ୍କୁ ସତର୍କ କରିଛନ୍ତି ଯେ, ଏହି ଦୁଇ ମସଲା ବ୍ରାଣ୍ଡର ୪ଟି ଉତ୍ପାଦରେ ‘ଏଥିଲିନ୍‌ ଅକ୍ସାଇଡ୍‌’ ନାମକ ଏକ ପ୍ରକାର କୀଟନାଶକ ଧାର୍ଯ୍ୟ ମାତ୍ରାଠାରୁ ବହୁ ମାତ୍ରାରେ ଅଧିକ ରହିଛି । 

ଏଥିଲିନ୍‌ ଅକ୍ସାଇଡ୍‌କୁ ଇଣ୍ଟର୍‌ନ୍ୟାସ୍‌ନାଲ ଏଜେନ୍ସି ଫର୍‌ ରିସର୍ଚ୍ଚ ଅନ୍‌ କ୍ୟାନ୍‌ସର(ଆଇଏଆର୍‌ସି) ଦ୍ୱାରା ‘ଗ୍ରୁପ୍‌ ୧ କାର୍ସିନୋଜେନ୍‌’ ବର୍ଗୀକରଣ କରାଯାଇଛି । ଏହି ଉପାଦାନ କ୍ୟାନସରର କାରଣ ହୋଇପାରେ । ଫଳରେ ଏ ମସଲା ଖାଇବା ଦ୍ୱାରା କ୍ୟାନସର ହେବାର ଆଶଙ୍କା ରହିଛି । ତେଣୁ ଏଥିରୁ ଦୂରେଇ ରହିବା ଲାଗି ହଂକଂ ଏବଂ ସିଙ୍ଗାପୁରର ଖାଦ୍ୟ ନିୟନ୍ତ୍ରଣ କର୍ତ୍ତୃପକ୍ଷ ଲୋକମାନଙ୍କୁ ପରାମର୍ଶ ଦେଇଛନ୍ତି । ଏମ୍‌ଡିଏଚ୍‌ର ୩ଟି ମସଲା ବିରୋଧରେ ଅଭିଯୋଗ ରହିଛି । ଏହି ତିନୋଟି ଉତ୍ପାଦ ହେଲା ଏମ୍‌ଡିଏଚ୍‌-ମାଡ୍ରାସ କରି ପାଉଡର, ସମ୍ବର ମସାଲା(ମିକ୍ସଡ ମସାଲା ପାଉଡର) ଏବଂ କରି ପାଉଡର(ମିକ୍ସଡ ମସାଲା ପାଉଡର) । ସେହିଭଳି ଏଭରେଷ୍ଟର ଫିସ୍‌ କରି ମସାଲାରେ ବି ଏଥିଲିନ୍‌ ଅକ୍ସାଇଡ୍‌ ମାତ୍ରାଧିକ ରହିଥିବା ଏପ୍ରିଲ ୫ରେ ହଂକଂର ସେଣ୍ଟର ଫର୍‌ ଫୁଡ୍‌ ସେଫ୍‌ଟି(ସିଏଫ୍‌ଏସ୍‌) ଅଭିଯୋଗ ଆଣିଥିଲା । ଏହି ପ୍ରଡକ୍ଟଗୁଡ଼ିକର ବିକ୍ରିକୁ ତୁରନ୍ତ ବନ୍ଦ କରିବା ସହ ଥାକରୁ ହଟାଇ ଦେବା ପାଇଁ ସିଏଫ୍‌ଏସ୍‌ ବିକ୍ରେତାମାନଙ୍କୁ ନିର୍ଦ୍ଦେଶ ଦେଇଥିଲା ।

 

 

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.