ପ୍ରମୂଖ ଖବର
  • ଅନୁଗୁଳ : ଜମିବାଡ଼ି ଭାଗ କରିବା ପାଇଁ ମାଗୁଥିଲେ ଲାଞ୍ଚ, ଭିଜିଲାନ୍ସ ହାତରେ ଧରା ପଡ଼ିଲେ ବରିଷ୍ଠ କିରାଣୀ
  • ||
  • କନ୍ଧମାଳ : ମଦ୍ୟପ ପୁଅର ହାତୁଡ଼ି ମାଡ଼ରେ ଆଖି ବୁଜିଲା ବାପା, ପୋଲିସ ଆଗରେ ସତ ବଖାଣିଲା ଅଭିଯୁକ୍ତ
  • ||
  • ବିଧାନସଭା ବଜେଟ୍ ଅଧିବେଶନ, ପ୍ରଶ୍ନକାଳ ସ୍ବାଭାବିକ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ବିଭିନ୍ନ ପ୍ରଶ୍ନର ଉତ୍ତର ରଖୁଛନ୍ତି ମନ୍ତ୍ରୀ
  • ||
  • ମୁକୁନ୍ଦପୁର ଘାଟିରେ ବସ୍‌ ଓଲଟିବା ଘଟଣା, ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ
  • ||
  • ଜଷ୍ଟିସ ବର୍ମାଙ୍କ ଘରୁ ଟଙ୍କା ଜବତ ମାମଲା: ୮ ପୁଲିସଙ୍କ ମୋବାଇଲ ଜବତ, ୮ ଅଧିକାରୀଙ୍କ ବୟାନ ବି ରେକର୍ଡ
  • ||
  • ମଣପ୍ପୁରମ ସୁନା ଲୁଟ୍‌ ଘଟଣା: ଦୁର୍ଦ୍ଦାନ୍ତ ସୁବୋଧ ସିଂହ ଗିରଫ, ଆଜି କୋର୍ଟରେ ହାଜର କରିବ ପୁଲିସ
  • ||
  • ରାଜଧାନୀରୁ ଗୋରୁ ଭର୍ତ୍ତି ପିକଅପ୍ ଗାଡ଼ି ଜବତ, ରାସ୍ତା ଉପରେ ଗାଡ଼ି ଛାଡ଼ି ଡ୍ରାଇଭର ଫେରାର
  • ||
  • ସାମାନ୍ୟ ବଚସାରୁ ରାଉରକେଲାରେ ଫୁଟିଲା ଗୁଳି, ଅଳ୍ପକେ ବର୍ତ୍ତିଲେ ଯୁବକ
  • ||
  • ଆଇପିଏଲ୍ ୨୦୨୫: ଆଜି ସୁପରକିଙ୍ଗ୍‌ସ-ରୟାଲ୍‌ ଚ୍ୟାଲେଞ୍ଜର୍ସ ଲଢ଼େଇ, ସ୍ପିନରଙ୍କୁ ସୁହାଇବ ଚିପକ୍‌ ପିଚ୍‌
  • ||
  • ମୟୂରଭଞ୍ଜ : ଭାରସାମ୍ୟ ହରାଇ ଗଛରେ ଝୁଲି ରହିଲା ୧୦୮ ଆମ୍ବୁଲାନ୍ସ, ଅଳ୍ପକେ ବର୍ତ୍ତିଲେ ୩ ଆମ୍ବୁଲାନ୍ସ କର୍ମଚାରୀ
  • ||
  • ବାଲେଶ୍ୱର : ମର୍ଣ୍ଣିଙ୍ଗ୍ ୱାକ୍‌ କରିବା ବେଳେ ଅଘଟଣ, ସଡ଼କ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ଆସନ୍ତା ତିନି ଦିନ ନିଆଁ ବର୍ଷା: ୪୦ ଡିଗ୍ରୀ ଡେଇଁଲା ୮ ସହର ପାରଦ, ଆଜି ୪୨, କାଲି ୪୩ ଛୁଇଁବ ତାପମାତ୍ରା
  • ||

ଏହି ଦେଶରେ ନାହିଁ ପରୀକ୍ଷା ବ୍ୟବସ୍ଥା, ୭ ବର୍ଷରୁ କମ୍‌ ପିଲାଙ୍କୁ ସ୍କୁଲ୍‌ ମନା

Published By : Prameya | February 16, 2025 11:39 AM

ନୂଆଦିଲ୍ଲୀ ୧୬/୦୨:  ଆମ ଦେଶରେ ପରୀକ୍ଷା ନାଁ ଶୁଣିଲେ ପିଲାଙ୍କ ସମେତ ଅଭିଭାବକମାନେ ବି  ଛାନିଆ ହୋଇପଡ଼ନ୍ତି । ପରୀକ୍ଷା ଅନେକ ଛାତ୍ରଛାତ୍ରୀଙ୍କୁ ଚାପଗ୍ରସ୍ତ କରିଦେଇଥାଏ ।   ତେବେ ଜାଣନ୍ତି କି ଫିନଲ୍ୟାଣ୍ଡର ଶିକ୍ଷା ବ୍ୟବସ୍ଥାନୁସାରେ ପରୀକ୍ଷା ହୋଇନଥାଏ ।  ଅଥଚ ସେହି ଛୋଟ ୟୁରୋପୀୟ ଦେଶର ଶିକ୍ଷା ବ୍ୟବସ୍ଥାକୁ ପୃଥିବୀର ଅନ୍ୟତମ  ଶ୍ରେଷ୍ଠ ବୋଲି ଦାବି କରାଯାଇଛି । ଏହି ଦାବି କରିଛି ୟୁନେସ୍କୋ । 

ୟୁନେସ୍କୋ  ଦ୍ୱାରା ପ୍ରକାଶିତ ଏକ ରିପୋର୍ଟ ଅନୁସାରେ, ଶିକ୍ଷାରେ ଆମେରିକା, ବ୍ରିଟେନ୍‌  ଭଳି ଦେଶର ଶିକ୍ଷା ବ୍ୟବସ୍ଥାକୁ ପଛରେ ପକାଇଛି   ଫିନଲ୍ୟାଣ୍ଡ । ଅଥଚ ସେଠାକାର  ଅଭିନବ ବ୍ୟବସ୍ଥାରେ ଅତି ସାନ  ବୟସରୁ ପିଲାମାନେ ସ୍କୁଲ୍‌  ଯାଆନ୍ତି ନାହିଁ । ଏମିତିକି ଅଳ୍ପ  ବୟସର ଛାତ୍ରଛାତ୍ରୀମାନଙ୍କ  ପାଇଁ କୌଣସି ପରୀକ୍ଷା ବ୍ୟବସ୍ଥା ନାହିଁ ସେ ଦେଶରେ ।  ସ୍କୁଲ ଯାଉଥିବା ପିଲାମାନେ  ଖେଳକୁଦରେ ସମୟ   ଅତିବାହିତ କରିଥାଆନ୍ତି ।  ତା’ହେଲେ କେଉଁ ମନ୍ତ୍ର ବଳରେ  ପାଠପଢ଼ାରେ ଶ୍ରେଷ୍ଠତ୍ୱର ଶିରପା  ପିନ୍ଧିଛି ଫିନଲ୍ୟାଣ୍ଡ । 

ଏହି ଦେଶରେ  ଆନୁଷ୍ଠାନିକ ଶିକ୍ଷା ଆରମ୍ଭ ହୁଏ ପିଲାକୁ  ସାତ ବର୍ଷ ବୟସ ହେଲେ । ତାହା ପୂର୍ବରୁ  ପିଲାମାନେ ସ୍କୁଲ୍‌ ଯାଆନ୍ତି ନାହିଁ । ପିଲାମାନଙ୍କ  ପାଇଁ ନର୍ସରୀ ସ୍କୁଲ୍‌ର ଅସ୍ତିତ୍ୱ ଥିଲେ ବି ସେସବୁ ସ୍କୁଲରେ  ଆଦୌ ଲେଖାପଢ଼ା ହୁଏ ନାହିଁ । କେବଳ ଖେଳକୁଦ ଓ ମନୋରଞ୍ଜନ  ପାଇଁ ପିଲାମାନେ ସେଭଳି ସ୍କୁଲ୍‌ ଯାଇଥାଆନ୍ତି । ଫିନଲ୍ୟାଣ୍ଡର ଲୋକମାନେ   ମନେ କରନ୍ତି, ସାତ ବର୍ଷ ବୟସ ଆଗରୁ ଶିଶୁମାନଙ୍କ ମୁଣ୍ଡରେ ପାଠପଢ଼ାର  ଚାପ ଦେବା ଆଦୌ ଠିକ୍‌ ନୁହେଁ । ସେମାନଙ୍କର ସ୍ୱାଭାବିକ ମାନସିକ ବିକାଶ  ପାଇଁ ସମୟ ଦେବା ଦରକାର । ସାତ ବର୍ଷ ବୟସ ପୂର୍ବରୁ ପିଲାଟି ପରିବାର   ଲୋକଙ୍କ ଗହଣରେ ଲେଖାପଢ଼ାର ପ୍ରାଥମିକ ଶିକ୍ଷା ପାଇପାରେ । ତେବେ ସ୍କୁଲ  ଭଳି ଆନୁଷ୍ଠାନିକ ଶିକ୍ଷା ନୁହେଁ । ସେ ଦେଶରେ ସାତ ବର୍ଷରୁ କମ୍‌ ବୟସର  ଶିଶୁମାନଙ୍କୁ ଖେଳକୁଦ ମାଧ୍ୟମରେ ସେମାନଙ୍କ ମଧ୍ୟରେ ଥିବା ସୃଜନଶୀଳତାର   ବିକାଶ କରାଯାଏ । 

ଫିନଲ୍ୟାଣ୍ଡରେ ଛାତ୍ରଛାତ୍ରୀମାନଙ୍କ ପାଇଁ ସ୍କୁଲ୍‌ କେବଳ ୯   ବର୍ଷ ବାଧ୍ୟତାମୂଳକ । ଅର୍ଥାତ ୭ ବର୍ଷରୁ ୧୬ ବର୍ଷ ବୟସ ମଧ୍ୟରେ ଆନୁଷ୍ଠାନିକ  ଶିକ୍ଷା ଦିଆଯାଇଥାଏ । ଏହାପରେ ଛାତ୍ରଛାତ୍ରୀ ଉଚ୍ଚଶିକ୍ଷା ପାଇଁ କଲେଜ୍‌,  ବିଶ୍ୱବିଦ୍ୟାଳୟରେ ନାଁ ଲେଖାଇଥାନ୍ତି । ତେବେ ଉଚ୍ଚଶିକ୍ଷା ମଧ୍ୟ ଇଚ୍ଛାଧୀନ,  ସେଥିରେ ବାଧ୍ୟବାଧକତା ନଥାଏ । ଫିନଲ୍ୟାଣ୍ଡରେ କୌଣସି ସ୍କୁଲରେ ପ୍ରଥମ  ଛଅ ବର୍ଷ କୌଣସି ପରୀକ୍ଷା ହୋଇନଥାଏ । ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ  କୌଣସି ପ୍ରକାର ପ୍ରତିଯୋଗିତାମୂଳକ ମନୋଭାବକୁ ପ୍ରଶ୍ରୟ ଦିଅନ୍ତି ନାହିଁ   ସେଠାକାର ଶିକ୍ଷକ-ଶିକ୍ଷୟିତ୍ରୀ । ୧୬ ବର୍ଷ ବୟସରେ ଉପନୀତ ହୋଇସାରିଲେ  ପ୍ରତ୍ୟେକ ଛାତ୍ରଛାତ୍ରୀ ଏକ କେନ୍ଦ୍ରୀୟ ପରୀକ୍ଷା ଦେଇଥାଆନ୍ତି ଯାହାକୁ ‘ନ୍ୟାସନାଲ   ମ୍ୟାଟ୍ରିକୁଲେସନ୍‌ ଏକ୍ସାମ୍‌’ କୁହାଯାଇଥାଏ । ପୃଥିବୀର ସମସ୍ତ ସ୍କୁଲର ଛାତ୍ରଛାତ୍ରୀଙ୍କ  ତୁଳନାରେ ସବୁଠୁ ଅଳ୍ପ ସମୟ କ୍ଲାସ୍‌ କରିଥାଆନ୍ତି ଫିନଲ୍ୟାଣ୍ଡର ଛାତ୍ରଛାତ୍ରୀ ।  ତଥାପି ସେମାନଙ୍କର ଶିକ୍ଷାଗତ ପାରଦର୍ଶିତା ଅନ୍ୟ ୟୁରୋପୀୟ   ଦେଶମାନଙ୍କ ତୁଳନାରେ ଯଥେଷ୍ଟ ଅଧିକ ବୋଲି ଦାବି କରାଯାଇଥାଏ । ଅତି ବେଶିରେ ୫   ଘଣ୍ଟା ପଢ଼ିଥାଆନ୍ତି ଛାତ୍ରଛାତ୍ରୀମାନେ ।   ପ୍ରତି ୪୫ ମିନିଟ୍‌ରେ ଥରେ  ୧୫ ମିନିଟ୍‌ର ବିରତି  ଦିଆଯାଇଥାଏ । ସେଠାକାର  ଶିକ୍ଷା ବ୍ୟବସ୍ଥାର  ମୂଳମନ୍ତ୍ର, ‘ପ୍ରତିଯୋଗିତା  ନୁହେଁ, ସହଯୋଗିତା ହିଁ  ଛାତ୍ରଜୀବନକୁ ଶୃଙ୍ଖଳିତ  କରିଥାଏ’ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.