ପ୍ରମୁଖ ଖବର
  • ବୌଦ୍ଧ ପୋଲିସକୁ ବଡ଼ ସଫଳତା, ୧୦ ଜଣିଆ ଡକାୟତି ଗ୍ୟାଙ୍ଗ ଧରିଲେ
  • ||
  • ରତ୍ନଭଣ୍ଡାର କମିଟି ଅଧ୍ୟକ୍ଷ ଜଷ୍ଟିସ୍ ଅରିଜିତ ପଶାୟତଙ୍କ ଅଧ୍ୟକ୍ଷତାରେ ବୈଠକ, ରତ୍ନଭଣ୍ଡାର ଖୋଲିବା, ମରାମତି ନେଇ ଆଲୋଚନା
  • ||
  • ରାଇଘରରେ ପୋଲିସ ଏନ୍‌କାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିହତ
  • ||
  • ଦିନକ ପରେ ବିଶ୍ୱପ୍ରସିଦ୍ଧ ଚନ୍ଦନଯାତ୍ରା, ନରେନ୍ଦ୍ରରେ ଚାପ ଖେଳିବେ ମଦନମୋହନ
  • ||
  • ଓଡ଼ିଶା ଆସୁଛନ୍ତି ନୀତିନ ଗଡ଼କରୀ, କୃଷ୍ଣପ୍ରସାଦପୁରରେ କରିବେ ପ୍ରଚାର
  • ||
  • ଝାରସୁଗୁଡ଼ା, ପଡିଆରୁ ୩ ମୃତଦେହ ଠାବ, ଗୋଟିଏ ପରିବାର ହୋଇଥିବା ସନ୍ଦେହ
  • ||
  • ଆଇପିଏଲ ମହାସମରରେ ପଞ୍ଜାବ କିଙ୍ଗ୍ସକୁ ଭେଟିବ ରୟାଲ୍‌ ଚ୍ୟାଲେଞ୍ଜର୍ସ, ହାରିଲେ ବିଦା
  • ||
  • ବିଏମ୍‌ସି କର୍ମଚାରୀଙ୍କୁ କଡ଼ା ନିର୍ଦ୍ଦେଶ, ଏଣିକି ବିଳମ୍ବରେ ଅଫିସ୍ ଆସିଲେ ଦରମା କାଟ୍‌
  • ||
  • ରାଜ୍ୟରେ କମ୍ପୁଛି ପ୍ରଚାର ମଇଦାନ୍, ଆଜି ଗଞ୍ଜାମ, କନ୍ଧମାଳରେ କ୍ୟାମ୍ପେନିଂ କରିବେ ନବୀନ
  • ||
  • ରାଜ୍ୟରେ ଆସନ୍ତା ୧୨ ଯାଏ ଅଧିକ ବର୍ଷା ସମ୍ଭାବନା, ୧୫ ଯାଏ ଉପକୂଳରେ ବଢ଼ିବନି ତାତି
  • ||

ରିଟାୟରମେଣ୍ଟ ବୟସରେ ୨୮୦କୋଟିର ଚାର୍ଜ କରୁଛନ୍ତି ସାଉଥର ଏହି ସୁପରଷ୍ଟାର, ହେଲେ ଏସିଆର ସବୁଠାରୁ ଦାମୀ ଷ୍ଟାର

ନୂଆଦିଲ୍ଲୀ, ୨୪/୪ :  ଯେଉଁ ବୟସରେ ବଡ଼ ବଡ଼ ହିରୋ ରିଟାୟର ହୋଇଯାଇଥାନ୍ତି ତଥା କେବଳ ସପୋର୍ଟିଂ ଭୂମିକାରେ ନଜର ଆସିଥାନ୍ତି ସେହି ବୟସରେ ଏକ ଅଭିନେତା ନିଜର ଜଲଓ୍ବା ଉପରେ ଜଲଓ୍ବା ଦେଖାଇ ଚାଲିଛନ୍ତି । ଦେଶର ସବୁଠାରୁ ମହଙ୍ଗା ଅଭିନେତାରେ ସାମିଲ ଏହି ହିରୋଙ୍କ ଆଗରେ ଶାହରୁଖ- ସଲମାନଙ୍କ ଭଳି ବଡ଼ ଷ୍ଟାର ବି ବହୁ ପଛରେ ଅଛନ୍ତି । ଥଲାପତି ବିଜୟ ଏବଂ ପ୍ରଭାସ ବି ଏହି ଅଭିନେତାଙ୍କ ଆଗରେ ଉଠିପାରିନାହାନ୍ତି । ଯେଉଁ ଅଭିନେତାଙ୍କ କଥା ଆମେ କଥା ହେଉଛୁ ତାଙ୍କ ଫିଲ୍ମ କ୍ୟାରିୟର କଥା ଯଦି ଆମେ କହିବା ତେବେ ବହୁ ଲମ୍ବା ଅଟେ । ଗୋଟିଏ ନୁହେଁ କେତେକ ଭାଷାର ଫିଲ୍ମରେ ସେ କାମ କରିଛନ୍ତି । ଆମେ ଯେଉଁ ଅଭିନେତାଙ୍କ କଥା କହୁଛୁ ସେ ଆଉ କେହି ନୁହେଁ ବରଂ ସମସ୍ତଙ୍କ ପସନ୍ଦର ଥଲାଇବା ରଜନୀକାନ୍ତ ଅଟନ୍ତି, ଯିଏ ଆଜି ସବୁଠାରୁ ମହଙ୍ଗା ଷ୍ଟାର୍ ହୋଇଯାଇଛନ୍ତି ।

୭୩ବର୍ଷୀୟ ରଜନୀକାନ୍ତ ଆଜିର ସମୟରେ ସବୁଠାରୁ ମହଙ୍ଗା ଅଭିନେତା ହେବାକୁ ଯାଉଛନ୍ତି । ରିପୋର୍ଟ ଅନୁଯାୟୀ ନିଜ ଆଗମୀ ଫିଲ୍ମ ଲାଗି ମୋଟା ଫିସ୍ ୨୮୦କୋଟି ଟଙ୍କା ଚାର୍ଜ କରିଛନ୍ତି । ଯଦି ତାଙ୍କୁ ଏହି ଫିସ୍ ମିଳୁଛି ତ ସେ ଦେଶ ନୁହେଁ ବରଂ ଏସିୟାର ସବୁଠାରୁ ମହଙ୍ଗା ଷ୍ଟାର୍ ହୋଇଯିବେ । ପ୍ରକାଶ ଯେ, ଏବେ ପର୍ଯ୍ୟନ୍ତ ଏହାକୁ ନେଇ କୌଣସି ଅଫିସିଆଲ ସୂଚନା ଆସିନାହିଁ । ନିକଟରେ ଫିଲ୍ମ ନିର୍ମାତା ଲୋକେଶ କନଗରାଜ ରଜନୀକାନ୍ତଙ୍କ ସହ ଏକ ଫିଲ୍ମ କରିବାକୁ ଘୋଷଣା କରିଛନ୍ତି, ଯାହାର ନାଁ ରହିଛି ‘କୁଲୀ’ । ଫିଲ୍ମରେ ଥଲାଇବର ୧୭୧ଙ୍କୁ କୁଲୀ କୁହାଯିବ । ଏହାର ଏକ ଟିଜର ବି ସେୟାର କରାଯାଇଛି, ଯାହା ଆକ୍ସନରେ ଭରପୁର ଅଟେ । ଏହି ଘୋଷଣା ପରେ ରଜନୀକାନ୍ତଙ୍କ ଫ୍ୟାନ୍ସଙ୍କ ଉତ୍ସୁକତା ବଢିଯାଇଛି ।

ଗଣମାଧ୍ୟମ ରିପୋର୍ଟ୍ସ ଅନୁସାରେ, ଆଗାମୀ ଫିଲ୍ମ ଲାଗି ରଜନୀକାନ୍ତ ମୋଟା ଅଙ୍କର ଫିସ୍ ଚାର୍ଜ କରିଛନ୍ତି, ଯାହା ୨୬୦-୨୮୦କୋଟି ଟଙ୍କା ଅଟେ । ରଜନୀକାନ୍ତଙ୍କ ଆଗାମୀ ଫିଲ୍ମ ‘କୁଲୀ’ର ନିର୍ଦେଶକ ଲୋକେଶ କନଗରାଜ, ମ୍ୟୁଜିକ ଅନିରୁଦ୍ଧ ରବିଚଂଦର ପ୍ରସ୍ତୁତ କରିବେ । ‘ଥଲାଇବର ୧୭୧’ରେ ରଜନୀକାନ୍ତଙ୍କ ବ୍ୟତୀତ ପୃଥ୍ବୀରାଜ ସୁକୁମାରନ, ରଣବୀର ସିଂହ ଏବଂ ପାର୍ବତୀ ଥୁରୁବୋଥୁ ମୁଖ୍ୟ ଭୂମିକାରେ ନଜର ଆସିବେ । ପ୍ରକାଶ ଯେ, ବିଜୟ ସେତୁପତିଙ୍କ ସହ ବି ଏଥିରେ କାମ କରିବାକୁ ନେଇ କଥାବାର୍ତ୍ତା ଚାଲିଛି । ଏହା ବି ସୂଚନା ମିଳୁଛି କି ଶାହରୁଖ ଖାନ ଏଥିରେ କ୍ୟାମିୟୋ ଭୂମିକାରେ ନଜର ଆସିପାରନ୍ତି ।

ପ୍ରକାଶ ଯେ, ରଜନୀକାନ୍ତ ଏବେ ‘ବେଟ୍ଟିୟାନ’ ଫିଲ୍ମ ଉପରେ କାମ କରୁଛନ୍ତି । ଫିଲ୍ମ ଟିଜେ ଗ୍ନାନଓ୍ବେଲଙ୍କ ନିର୍ଦେଶନାରେ ନିର୍ମାଣ ହେଉଛି । ଏଥିରେ ଅମିତାଭ ବଚ୍ଚନ, ଫହଦ ଫାସିଲ, ରାଣା ଦଗ୍ଗୁବାତୀ, ମଞ୍ଜୁ ଓ୍ବାରିୟର, ରିତିକା ସିଂହ, ଦୁଶାରା ବିଜୟନ, କିଶୋର ଏବଂ ରୋହିଣୀଙ୍କ ଭଳି ବହୁ ଦମଦାର୍ ଷ୍ଟାର୍ସ ଅଛନ୍ତି । ରିପୋର୍ଟ ମୁତାବକ ଏହି ବର୍ଷ ଏହି ଫିଲ୍ମ ଆସିପାରେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.