ପ୍ରମୂଖ ଖବର
  • ବଲାଙ୍ଗୀର : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଆଶାନ୍ତି, ହଷ୍ଟେଲ ଫି ବୃଦ୍ଧି ନେଇ ଧାରଣା ଦେଲେ ଛାତ୍ରଛାତ୍ରୀ
  • ||
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜ୍ଞାମାଳ ବିଜେ ପରେ ଶରଧାବାଲିରେ ଦକ୍ଷିଣ ମୋଡ଼ ନେବ ତିନ ରଥ
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ଦଶହରା ବୁଲିବେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, ମା’ଙ୍କ ଦର୍ଶନ କରି ଓଡ଼ିଶାବାସୀଙ୍କ ପାଇଁ ମାଗିବେ ଆଶିଷ

Published By : Prameya | October 5, 2024 8:15 AM

ଭୁବନେଶ୍ୱର,୦୫/୧୦: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଏଥର ବୁଲିବେ ଦଶହରା । ଦଶହରା ପୂଜା ମଣ୍ଡପ ବୁଲି ମା’ଙ୍କ ଦର୍ଶନ କରିବା ସହ  ସାଧାରଣ ଜନତାଙ୍କ ଉତ୍ସବରେ ସାମିଲ ହେବେ ।  ବିଜେଡି ସୂତ୍ରରୁ ଖବର ମିଳିଛି, ଏଥର ନବୀନ  କଟକ ଓ ଭୁବନେଶ୍ୱରରେ ଦଶହରା ବୁଲି ଯିବାକୁ  ଯୋଜନା କରିଛନ୍ତି । ତେବେ ନବୀନ କେଉଁ ସବୁ  ମଣ୍ଡପ ବୁଲିବେ, ତାହା ଶୀଘ୍ର ସ୍ଥିର କରିବାକୁ  କଟକ ଓ ଭୁବନେଶ୍ୱରର କିଛି ନେତାଙ୍କୁ ଦାୟିତ୍ୱ  ଦିଆଯାଇଛି ।

Durga Puja 2024: Get all updated News, Videos and Photos of Durga Puja

ସୂଚନାଯୋଗ୍ୟ ଯେ, ନିକଟରେ  ନବୀନ ରାଜଧାନୀରେ ଗଣେଶ ପୂଜା ଉତ୍ସବ  ବୁଲିବାକୁ ଯାଇଥିଲେ । ଏକାମ୍ର ଭୁବନେଶ୍ୱର,  ମଧ୍ୟ ଭୁବନେଶ୍ୱର ଓ ଉତ୍ତର ଭୁବନେଶ୍ୱର  ନିର୍ବାଚନମଣ୍ଡଳୀର ବିଭିନ୍ନ ପୂଜା ମଣ୍ଡପ ବୁଲି  ଦେଖିବା ସହ ଲୋକଙ୍କ ସହ ମିଶିଥିଲେ। ଆଜି ଭୁବନେଶ୍ୱରର ଉତ୍ତର ନିର୍ବାଚନମଣ୍ଡଳୀର ପ୍ରାୟ  ୧୫ରୁ ଅଧିକ ପୂଜା କମିଟିର କର୍ମକର୍ତ୍ତା ବିଧାୟକ  ତଥା ଭୁବନେଶ୍ୱର ଜିଲ୍ଲା ବିଜେଡି ସଭାପତି ସୁଶାନ୍ତ  ରାଉତଙ୍କ ସହ ନବୀନ ନିବାସ ଯାଇଥିଲେ । ପୂଜା  କମିଟି କର୍ମକର୍ତ୍ତାମାନେ ନବୀନଙ୍କୁ ଦୁର୍ଗାପୂଜା ପାଇଁ  ନିମନ୍ତ୍ରଣ କରିଥିଲେ । ଏକାମ୍ର ନିର୍ବାଚନମଣ୍ଡଳୀର  କିଛି ଦୁର୍ଗା ପୂଜା କମିଟି କର୍ମକର୍ତ୍ତା ମଧ୍ୟ ନବୀନଙ୍କୁ  ଭେଟି ଦୁର୍ଗାପୂଜା ପାଇଁ ନିମନ୍ତ୍ରଣ କରିଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.