କରଞ୍ଜିଆ ୦୧/୦୬:  ମଣିଷକୁ ଖାଇଗଲା ବାଘ ! ଛେଳି ପାଇଁ ଡାଳ ଆଣିବାକୁ ଯାଇଥିଲେ । ଜଙ୍ଗଲରୁ ଆଉ ଫେରିଲେନି। ଅଧା ଦେହକୁ ଖାଇ ମୃତଦେହକୁ ଛାଡ଼ି ଗଲା ବାଘ। ଏଭଳି ଅଭାବନୀୟ ଘଟଣା ମୟୂରଭଞ୍ଜ ଦୁଧିଆଣୀ ରେଞ୍ଜ ଅଧିନ କୁମୁଡାବାଡ଼ି ଗାଁ। ମୃତ ବ୍ୟକ୍ତି ଜଣଙ୍କ ହେଉଛନ୍ତି ଯଶୀପୁର ଥାନା ବସନ୍ତପୁର ଗାଁର ସାଧୁ ନାଏକ। ଘଟଣା ସ୍ଥଳରେ ପୁଲିସ ଓ ବନ ବିଭାଗ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତଦେହକୁ ଜବତ ପରେ ବ୍ୟବଚ୍ଛେଦ ପାଇଁ ପଠାଯିବ ବୋଲି ଜଣାପଡିଛି।  

 

ସାଧୁ ନାଏକ ରବିବାର ସକାଳୁ ଛେଳି ପାଇଁ ଡାଳ ଆଣିବାକୁ ଜଙ୍ଗଲକୁ ଯାଇଥିଲେ । ହେଲେ ସେଠାରୁ ଆଉ ସେ ଘରକୁ ଫେରିନଥିଲେ । ସୋମବାର ସକାଳୁ ସକାଳୁ ତାଙ୍କର ଦୁଇଟି କ୍ଷତାକ୍ତ ଗୋଡ଼ ମିଳିଥିଲା । ଏହାସହ ତାଙ୍କର ଲୁଙ୍ଗି ଜଙ୍ଗଲରେ ପଡ଼ିଥିବା ଦେଖିବାକୁ ପାଇଥିଲେ ସ୍ଥାନୀୟ ଲୋକ । ଘଟଣାସ୍ଥଳରେ ଯଶୀପୁର ପୋଲିସ ଓ ବନ ବିଭାଗ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି । ତେବେ ଏ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖିବାକୁ ମିଳିଛି।

ଅଧିକ ପଢ଼ନ୍ତୁ :- ଗ୍ରାମାଞ୍ଚଳରେ କ୍ଵାକ୍‌ଙ୍କ ରାଜୁତି, ଝାଡ଼ା ରୋଗୀଙ୍କୁ ଗୋଟିଏ ଦିନରେ ଦେଲେ ୧୮ ସାଲାଇନ୍, ମହିଳା ଗୁରୁତର...