କୋଣାର୍କ, ୨୦।୩: ପଖାଳ ଦିବସ ଅବସରରେ ସ୍ଥାନୀୟ ଯାତ୍ରୀନିବାସ ପରିସରରେ ସ୍ବତନ୍ତ୍ର ପଖାଳ ଦିବସ ଆୟୋଜିତ ହୋଇଯାଇଛି । ଓଡ଼ିଆଙ୍କ ପ୍ରଥମ ପସନ୍ଦ ପଖାଳ । ପ୍ରତି ଘରେ ଘରେ ପଖାଳ ପରିଚିତ । ପଖାଳ ଗଣ୍ଡେ ଖାଇଦେଲେ ମନ ତୃପ୍ତ ହୋଇଯାଏ । କୋଣାର୍କ ପରିଦର୍ଶନରେ ଆସୁଥିବା ପର୍ଯ୍ୟଟକମାନେ ଯାତ୍ରୀନିବାସରେ ପଖାଳ ଖାଇ ବେଶ ପ୍ରଶଂସା କରିଥିଲେ ।

ଏହା ବି ପଢ଼ନ୍ତୁ... ମହାପ୍ରଭୁଙ୍କୁ ଲାଗି ହୁଏ ମିଠା ଓ ଘିଅ ପଖାଳ, ରୋଷଘରେ ଅଛି ୩ ପଖାଳ କୁଣ୍ଡ 

ଦହି ପଖାଳ ସାଂଗକୁ ବଡ଼ି ଚୁରା,ମାଛ ଭଜା,ଆଳୁ ଭର୍ତା,ଶାଗ,କଖାରୁ ଫୁଲ ପିଠା, ସଜନା ଛୁଇଁ ଭଜା ଆଦି ବିଭିନ୍ନ ପ୍ରକାର ବ୍ୟଞ୍ଜନ ପରିବେଷଣ ହୋଇଥିଲା । ଏହି ପଖାଳ ଖାଇ ପର୍ଯ୍ୟଟକମାନେ ଆନନ୍ଦିତ ହୋଇଥିଲେ । ଯାତ୍ରୀନିବାସ ପରିଚାଳକ ବାପି ରଞ୍ଜନ ସାହୁ, ରେଷ୍ଟୁରାଣ୍ଟ ପରିଚାଳକ ବିକାଶ କୁମାର ସ୍ୱାଇଁ, ବଳରାମ ମହାପାତ୍ର, ଲକ୍ଷ୍ମିପ୍ରୀୟା ବେହେରା ଓ ସମସ୍ତ କର୍ମଚାରୀ ଉପସ୍ଥିତ ରହି ପର୍ଯ୍ୟଟକମାନଙ୍କୁ ସ୍ୱାଗତ କରିଥିଲେ ।