ଦିଗପହଣ୍ଡି, ୨୫।୩ : ତାଣ୍ଡବ ରଚିଲା କାଳବୈଶାଖୀ । ଓଏସଆରଟିସି ବସ୍ ଉପରେ ପଡ଼ିଲା ବିରାଟ ଗଛ । ଅଳ୍ପକେ ବର୍ତ୍ତିଲେ ୪୦ରୁ ଊର୍ଦ୍ଧ୍ବ ଯାତ୍ରୀ । ଗଂଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍ ବିଜୟ ଲକ୍ଷ୍ମୀ ନାରାୟଣପୁର ଗ୍ରାମରେ ଘଟଣା ଘଟିଛି। ଦିଗପହଣ୍ଡି ରୁ ବିଜୟ ଲକ୍ଷ୍ମୀ ନାରାୟଣପୁର ଗ୍ରାମକୁ ଯାଉଥିଲା ଓଏସଆରଟିସି ବସ୍। କାଳବୈଶାଖୀ ଯୋଗୁଁ ରାସ୍ତାରେ ଥିବା ବିରାଟ ଗଛ ଭାଙ୍ଗି ବସ୍ ଉପରେ ପଡିଥିଲା। ଗଛ ପଡିବାରୁ ବସ୍ ଭାଙ୍ଗିଯାଇଛି। ତେବେ କୌଣସି ଯାତ୍ରୀ ଆହାତ ହୋଇନଥିବା ସୂଚନା ମିଳିଛି।