ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ବାଇକକୁ ପିଟିଲା ଟ୍ରାନ୍ସପୋର୍ଟ କଣ୍ଟେନର ଟ୍ରକ୍, ଚାଲିଗଲା ଯୁବକଙ୍କ ଜୀବନ

Published By : Prameya | December 10, 2024 11:01 AM

ଜଟଣୀ ୧୦/୧୨: ଜଟଣୀ ତଳକ୍ଷେତା କିଷ୍ଟ୍ କଲେଜ ପାଖରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ବାଇକକୁ ପିଟିଲା ୨୪ ଚକିଆ ଟ୍ରାନ୍ସପୋର୍ଟ କଣ୍ଟେନର ଟ୍ରକ୍।  ଦୁର୍ଘଟଣା ବାଇକ ଆରୋହୀଙ୍କ  ଚାଲିଗଲା  ଜୀବନ। ମୃତକ ଜଣକ ଅସ୍ତରଙ୍ଗ ଥାନା ଅନ୍ତର୍ଗତ ରତନପୁର ଗ୍ରାମର ଗୋକୁଳାନନ୍ଦ ପ୍ରଧାନ। ଘଟଣାସ୍ଥଳରେ  ଇମ୍ଫୋଭ୍ୟାଲି ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ଟ୍ରକ୍ ଚାଳକଙ୍କୁ ଅଟକ ରଖିଥିବା ଜଣାପଡିଛି।

ସୂଚନା ମୁତାବିକ, ଅସ୍ତରଙ୍ଗ ଥାନା ରତନପୁର ଗୋକୁଳାନନ୍ଦ ପ୍ରଧାନ ବାଇକ୍‌ କୌଣସି କାମରେ ଗଙ୍ଗପଡ଼ା ଅଭିମୁଖେ ଯାଉଥିଲେ। ଜଟଣୀ ତଳକ୍ଷେତା କିଷ୍ଟ୍ କଲେଜ ନିକଟରେ ବାଇକ୍‌କୁ ଧକ୍କା ଦେଇଥିଲେ ଟ୍ରକ୍‌। ଗୋକୁଳାନନ୍ଦ ଛିଟିକି ପଡିବାରୁ ଗୁରୁତର ହୋଇଥିଲେ। ତାଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସରେ ଏମ୍ସ ହସ୍ପିଟାଲ ନିଆଯାଇଥିଲା । ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଇମ୍ଫୋଭ୍ୟାଲି ଥାନା ଘଟଣାର ତଦନ୍ତ କରୁଛି। ଦୁର୍ଘଟଣା ଘଟାଇଥିବା ଟ୍ରକକୁ ପୋଲିସ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖିଥିବା ଜଣାପଡିଛି।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.